ମୁମ୍ୱାଇ: କଂଗ୍ରେସର ରାଜ୍ୟସଭା ସାଂସଦ ରାଜୀବ ସାତବଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ପୁନେର ଏକ ହସପିଟାଲରେ ଚିକିତ୍ସାଧୀନ ଥିଲେ।
ଏପ୍ରିଲ ୨୨ ତାରିଖରେ ରାଜୀବ ସାତବ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ତୋପେ କହିଛନ୍ତି ଯେ ରାଜୀବ ସାତବଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ଭଲ ହୋଇ ଆସୁଥିଲା। କିନ୍ତୁ ହଠାତ ଏଥିରେ ପୁଣି ଅବନ୍ନତି ଦେଖା ଦେଇଥିଲା।
ସ୍ୱର୍ଗତ ରାଜୀବ ସାତବ ମହାରାଷ୍ଟ୍ରର ବାସିନ୍ଦା ଥିଲେ। ସେ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ୨୦୧୪ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେଥର ସେ ହିଙ୍ଗୋଲୀ ଲୋକସଭା ଆସନରୁ ବିଜୟୀ ହୋଇଥଲେ। ମୃତ୍ୟୁ ବେଳକୁ ସେ ଏଆଇସିସିର ସଚିବ ସହିତ ଗୁଜରାଟ କଂଗ୍ରେସର ପ୍ରଭାରୀ ମଧ୍ୟ ଥିଲେ।
ଶ୍ରୀ ସାତବଙ୍କ ମୃତ୍ୟୁରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି। ଏହା ଦଳ ପାଇଁ ଏକ ବଡ଼ କ୍ଷତି ବୋଲି ସେ ଟ୍ୱିଟ କରିଛନ୍ତି। ସେହିପରି ଜୟରାମ ରମେଶ, ରଣଦୀପ ସୁରେଜୱାଲା ଓ କେ ସି ଭେନୁଗୋପାଲଙ୍କ ସମେତ ବହୁ କଂଗ୍ରେସ ନେତା ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି।
The post କରୋନାରେ ଚାଲିଗଲେ କଂଗ୍ରେସ ସାଂସଦ appeared first on Odisha Reporter.
from Odisha Reporter https://ift.tt/3tRLOec
No comments:
Post a Comment