ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାକୁ କାବୁ କରିବା ପାଇଁ ଲଗାଯାଇଥିବା ଲକଡାଉନକୁ ଆଉ ସପ୍ତାହେ ବଢ଼ାଇ ଦିଆଯାଇଛି । କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ମେ’ ୧୭ ତାରିଖରେ ଶେଷ ହେବାକୁଥିବା ଲକଡାଉନକୁ ଆଉ ସାତ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ରାଜଧାନୀ ଦିଲ୍ଲୀରେ ମେ’ ୨୪ ତାରିଖ ସକାଳ ୫ଟା ଯାଏ ଲକଡାଉନ୍ ଜାରି ରହିବ । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଭ୍ୟାକସିନର ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ଲକଡାଉନ୍ ଭଲ ପ୍ରଭାବ ଦେଖିବାକୁ ମିଳିଛି । ୧ ଏପ୍ରିଲ୍ ୨୬ ତାରିଖ ପରେ କରୋନାର ନୂଆ ମାମଲା ଧିରେ ଧିରେ କମିବାରେ ଲାଗିଛି ଏବଂ ଗତ ତିନିଦିନ ଧରି ସଂକ୍ରମଣ ହାର ମଧ୍ୟ ଲଗାତର ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ କରୋନାର ୬୫୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ପଜିଟିଭିଟି ରେଟ୍ ଆଉ ୧%ରୁ କମ୍ ହୋଇ ୧୦ ପ୍ରତିଶତ ହୋଇଛି । ଆଶା କରୁଛି ଆଗାମୀ ସପ୍ତାହେ ଭିତରେ ରିକଭରୀ ଅଧିକ ବଢ଼ିବ । ଧିରେ ଧିରେ ଦିଲ୍ଲୀ ଟ୍ରାକକୁ ଫେରୁଛି । ହେଲେ କଟକଣା ପୂର୍ବଭଳି ବଳବତ୍ତର ରହିବ ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ କରୋନା କହର ଚାରିଆଡ଼େ ବ୍ୟାପିଛି। ଲୋକମାନେ ବହୁତ ଦୁଃଖିତ ଅଛନ୍ତି। ଏହି ସମୟ ପରସ୍ପର ଉପରକୁ ଆଙ୍ଗୁଳି ନ ଉଠାଇ ପରସ୍ପରକୁ ସମର୍ଥନ କରିବା ଦରକାର । ମୁଁ ପ୍ରତ୍ୟେକ ’ଆପ୍’ କର୍ମୀଙ୍କୁ ନିବେଦନ କରୁଛି ଯେ ସେମାନେ ଯେଉଁଠାରେ ଅଛନ୍ତି, ନିଜ ଆଖା ପାଖରେ ଥିବା ଲୋକଙ୍କୁ ପୂରା ସହଯୋଗ କରନ୍ତୁ। ବର୍ତ୍ତମାନ ସମୟରେ ଏହା ହିଁ ପ୍ରକୃତ ଦେଶପ୍ରେମ, ଏହା ହିଁ ଧର୍ମ।
The post ରାଜଧାନୀରେ ୨୪ ଯାଏ ବଢ଼ିଲା ଲକଡାଉନ୍ appeared first on Odisha Reporter.
from Odisha Reporter https://ift.tt/3eMM1LE
No comments:
Post a Comment