ଢେଙ୍କାନାଳ(ରାଜଶ୍ରୀ ଶତପଥୀ): କରୋନା କୋପରେ ଥରହର ମଣିଷ ଜାତି। ସଂକ୍ରମଣର ଉଗ୍ର ରୂପ ଦେଖି ସାରା ରାଜ୍ୟରେ ଚାଲିଛି ଲକଡାଉନ ଓ ସଟଡାଉନ ସ୍ଥିତି। ଆଉ ଏହି ପରିସ୍ଥିତିରେ ଭୋକିଲା ପେଟର ଦରଦୀବନ୍ଧୁ ସାଜିଛନ୍ତି ଢେଙ୍କାନାଳ ସହରର କିଛି ଯୁବତୀ। ଯେତେବେଳେ ସାରା ସହର କରୋନା ପାଇଁ ଗୃହବନ୍ଦୀ ସେହି ସମୟରେ ଏମାନେ ନିଜର ସୁରକ୍ଷାକୁ ପଛରେ ପକାଇ ଘରୁ ନିଜର ସ୍କୁଟି ଯୋଗେ ବାହାରି ପଡ଼ୁଛନ୍ତି ଅନ୍ୟକୁ ସାହାଯ୍ୟ କରିବାପାଇଁ। ନିଜ ହାତରେ ରୋଷେଇ କରି ସୁଷମ ଖାଦ୍ୟ ଯୋଗାଇ ଦିଅନ୍ତି ଦୀନ,ଦରିଦ୍ର ଅସହାୟ ଲୋକଙ୍କୁ।
ଅନ୍ୟ ଉପାୟ ନ ପାଇ ରାସ୍ତାକଡ଼ରେ ରହୁଥିବା ବେସାହାରାଲୋକଙ୍କୁ ଯୋଗାଇ ଦେଉଛନ୍ତି ଆବଶ୍ୟକ ଅନୁଯାୟୀ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ। ସହରର ବିଭିନ୍ନ ସ୍ଥାନରେ ଥିବା ମାନସିକ ବିକାରଗ୍ରସ୍ତଙ୍କୁ ମଧ୍ୟ ଖାଦ୍ୟ ଦେଉଛନ୍ତି। କେବଳ ସେତିକି ନୁହେଁ ବୁଲା ଗାଈଗୋରୁ ଓ କୁକୁରମାନଙ୍କୁ ମଧ୍ୟ ଦିନକୁ ୩ଥର ଖାଦ୍ୟ ଯୋଗାଉଛନ୍ତି ଏହି ଯୁବତୀମାନେ।
କେବଳ ଦିନ ନୁହେଁ, ରାତିରେ ସାରାସହର ଶୋଇପଡିବା ପରେ ଏମାନେ ସ୍କୁଟି ଯୋଗେ ବାହାରିପଡନ୍ତି ଖାଦ୍ୟବାଣ୍ଟିବା ପାଇଁ। ନିଜ ସ୍ୱାର୍ଥ ଭୁଲି ଏମାନେ ଖୁବ କମ ବୟସରେ ବୁଝୁଛନ୍ତି ଭୋକିଲା ପେଟର କଥା। ଏଥିପାଇଁ ବିଭିନ୍ନ ସ୍ଥାନରୁ ସେମାନଙ୍କୁ ସାଧୁବାଦର ସୁଅ ଛୁଟୁଛି।
ଭୋକିଲାଙ୍କୁ ଖାଦ୍ୟ ଯୋଗାଉଥିବା ସ୍ୱେଚ୍ଛାସେବୀ ଅନନ୍ୟାଦାସ କହିଛନ୍ତି, ଲକ୍ଡାଉନ୍, ଶଟଡାଉନ୍ ବେଳେ ବହୁ ଅସହାୟ ଲୋକ ଖାଇବା ନିମନ୍ତେ ବହୁ ହଇରାଣ ହେଉଛନ୍ତି। ପଶୁମାନେ ମଧ୍ୟ ହଇରାଣ ହେଉଛନ୍ତି। ତେଣୁ ଢେଙ୍କାନାଳ ସାମାଜିକ ସାଂସ୍କୃତିକ ବିକାଶ ପରିଷଦ ପକ୍ଷରୁ ଯଥାସାଧ୍ୟ ମତେ ଲୋକଙ୍କୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖାଇବା ଯୋଗାଯାଉଛି। ଅନ୍ୟମାନେ ଅତିକମ୍ରେ ନିଜ ସାଧ୍ୟ ମୁତାବକ ଭୋକିଲା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
ଏନେଇ ସ୍ୱର୍ଣ୍ଣପ୍ରଭା ନାୟକ ନାମ୍ନୀ ଆଉ ଜଣେ ସ୍ୱେଚ୍ଛାସେବୀ କହିଛନ୍ତି, ଗତ ଶନିବାରଠୁ ଆମେ ରୋଷେଇ କରି ଲୋକଙ୍କୁ ଖାଦ୍ୟ ଦେଉଛୁ। ଆମ ସାଙ୍ଗସାଥୀ ବି ଏଥିନିମନ୍ତେ ଆମକୁ ଆର୍ଥିକ ସହାୟତା ଦେଉଛନ୍ତି। ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସହଜ ନୁହେଁ, କିନ୍ତୁ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ ଆବଶ୍ୟକତା ଅନୁଯାୟୀ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବାକୁ। ଆଗକୁ ବି ଚେଷ୍ଟା ଜାରି ରହିବ।
The post କରୋନା କୋପ ବେଳେ ଭୋକିଲା ପେଟର ଦରଦୀବନ୍ଧୁ ସାଜିଲେ ଯୁବତୀ appeared first on Odisha Reporter.
from Odisha Reporter https://ift.tt/3tKVSG0
No comments:
Post a Comment