ବାତ୍ୟା ଆସୁଥିବା ବେଳେ ଭୂକମ୍ପ ଝଟକାରେ ଥରିଲା ଗୁଜରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

ବାତ୍ୟା ଆସୁଥିବା ବେଳେ ଭୂକମ୍ପ ଝଟକାରେ ଥରିଲା ଗୁଜରାଟ

ଅହମଦାବାଦ: ଅତି ଭୀଷଣ ରୂପ ଧାରଣ କରିଥିବା ବାତ୍ୟା ତଉକତେର ସମ୍ମୁଖୀନ ହେବାକୁ ଯାଉଥିବା ଗୁଜରାଟବାସୀ ଆଜି ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ସୋମବାର ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳରେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ଜଣାପଡ଼ିଛି।

ଏହି ଝଟା ଉନା ଓ ରାଜୁଲା ଜିଲ୍ଲାରେ ମଧ୍ୟ ଲୋକମାନେ ଅନୁଭବ କରିଛନ୍ତି। ସୂଚନା ଅନୁସାରେ, ବାତ୍ୟା ପ୍ରଭାବରେ ଗୁଜରାଟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବାତ୍ୟା କାଲି ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଯୁଦ୍ଧକାଳୀ ଭିତ୍ତିରେ ସ୍ଥାନାନ୍ତର କରାଯାଉଛି।

ଆଜି ବାତ୍ୟା ତଉକତେ ସୌରାଷ୍ଟ୍ର ଅତିକ୍ରମ କରିବ। ଏସବୁ ଭିତରେ ଭୋର ୩.୩୭ରେ ସୌରାଷ୍ଟ୍ର ଅଞ୍ଚଳର ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ୪.୫ ତୀବ୍ରତାର ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଉନାର ପୂର୍ବ ଦିଗରେ ବୋଲି ଜଣାପଡ଼ିଛି। ସେହିପରି ଭୂପୃଷ୍ଠରୁ ୩.୫ କିମି ଗଭୀରରେ ଏହା ସୃଷ୍ଟି ହୋଇଛି।

ଲୋକମାନେ ଶୋଇଥିବା ବେଳେ ଝଟକା ଅନୁଭବ ହୋଇଥିଲା। ତଥାପି ଏହାକୁ ଅନୁଭବ କରି କିଛି ଲୋକ ଘର ଛାଡ଼ି ଭୟରେ ଖୋଲାସ୍ଥାନକୁ ଦୌଡ଼ିଥିଲେ। ସେମାନେ ଦୀର୍ଘ ସମୟ ଧରି ବର୍ଷାରେ ବାହାରେ ଛିଡ଼ା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏଯାଏ ଭୂକମ୍ପର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

The post ବାତ୍ୟା ଆସୁଥିବା ବେଳେ ଭୂକମ୍ପ ଝଟକାରେ ଥରିଲା ଗୁଜରାଟ appeared first on Odisha Reporter.



from Odisha Reporter https://ift.tt/3wbtvT3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages