ଦ୍ୱିତୀୟ ବ୍ୟାଚ୍‌ ସ୍ପୁଟନିକ-ଭି କରୋନା ଟିକା ହାଇଦ୍ରାବାଦରେ ପହଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

ଦ୍ୱିତୀୟ ବ୍ୟାଚ୍‌ ସ୍ପୁଟନିକ-ଭି କରୋନା ଟିକା ହାଇଦ୍ରାବାଦରେ ପହଞ୍ଚିଲା

ହାଇଦ୍ରାବାଦ: ରୁଷର କରୋନା ଟିକା ସ୍ପୁଟନିକ-ଭିର ଆଉ କିଛି ଡୋଜ୍‌ ଭାରତରେ ପହଞ୍ଚିଛି। ଚଳିତ ସପ୍ତାହରେ ଏହି ଟିକା ଭାରତୀୟ ବଜାରରେ ଉପଲବ୍ଧ ହେବ। ଦ୍ୱିତୀୟ ବ୍ୟାଚ୍‌ କରୋନା ଟିକା ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ବେଳର ଭିଡିଓ ସ୍ପୁଟନିକ-ଭି ତା’ର ଅଫିସିଆଲ ଟ୍ୱିଟର ପେଜରେ ପୋଷ୍ଟ କରିଛି।

ହାଇଦ୍ରାବାଦ ସ୍ଥିତ ଡା ରେଡ୍ଡୀ ଲ୍ୟାବ୍‌ ସ୍ପୁଟନିକ-ଭିର ବଣ୍ଟନ ଓ ଉତ୍ପାଦନ ଦାୟିତ୍ୱ ପାଇଛି। ମେ’ ୧୪ରେ ରେଡ୍ଡୀ ଲ୍ୟାବ ପକ୍ଷରୁ ରୁଷରୁ ଆସିଥିବା ଟିକାର ଡୋଜ୍‌ ପିଛା ଦାମ ଘୋଷଣା କରାଯାଇଥିଲା। ପ୍ରତି ଡୋଜ୍‌ର ମୂଲ୍ୟ ୯୯୫.୪୦ ଟଙ୍କା ରହିଛି। ପ୍ରଥମ ଦିନ ଆନୁଷ୍ଠିନ ଭାବେ ରେଡ୍ଡୀ ଲ୍ୟାବ ପକ୍ଷରୁ କମ୍ପାନୀର ଗ୍ଲୋବାଲ କଷ୍ଟମ ମୁଖ୍ୟ ଦୀପକ ସ୍ପୁଟନିକ-ଭି ଟିକାର ପ୍ରଥମ ଡୋଜ୍‌ ନେଇଥିଲେ।

ଏବେ ସ୍ପୁଟନିକ-ଭି ଟିକା ରୁଷରୁ ଆସୁଛି। ଏହାକୁ ଭାରତର ବିଭିନ୍ନ ସହରରେ ଥିବା ୩୫ଟି କେନ୍ଦ୍ରରେ ଲୋକଙ୍କୁ ଦିଆଯିବ। ଏହାପରେ ରେଡ୍ଡୀ ଲ୍ୟାବ ଏହାକୁ ଉତ୍ପାଦନ କରିବ। ଭାରତରେ ଉତ୍ପାଦନ ହେଲେ ଟିକାର ଦାମ ସାମାନ୍ୟ ହ୍ରାସ ପାଇବ ବୋଲି କୁହାଯାଉଛି।


ରୁଷର ଗେମାଲିୟା ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ଏହି ଟିକା କରୋନାକୁ ମାତ୍‌ ଦେବାରେ ୯୧.୬% ସଫଳ ବୋଲି ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି। ଭାରତରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ନୋକଲୟ କୁଦାଶେବ କହିଛନ୍ତି, ନିକଟରେ ଭାରତର ଟିକାକରଣ ଅଭିଯାନରେ ରୁଷିଆନ ଟିକା ବିଧିବଦ୍ଧ ଭାବେ ପ୍ରବେଶ କରିଥିଲା। ଏବେ ଦ୍ୱିତୀୟ ବ୍ୟାଚ୍‌ ଡେଲିଭରି ସମୟ ଅନୁସାରେ ହୋଇଛି। ସ୍ପୁଟନିକ-ଭିର ପ୍ରଭାବ ସମ୍ପର୍କରେ ସାରା ବିଶ୍ୱ ଜାଣିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମେ’ ୧ ତାରିଖରେ ରୁଷିଆନ ଡାଇରେକ୍ଟ ଫଣ୍ଡର ସ୍ପୁଟନିକ-ଭି ଟିକାର ୧.୫୦ ଲକ୍ଷ ଡୋଜ୍‌ ଭାରତରେ ଅବତରଣ କରିଥିଲା। ଏହାର ଜରୁରୀ କାଳୀନ ବ୍ୟବହାର ଦେଶରେ କରିବାକୁ ଭାରତ ସରକାର ଅନୁମତି ମଧ୍ୟ ଦେଇଛନ୍ତି।

The post ଦ୍ୱିତୀୟ ବ୍ୟାଚ୍‌ ସ୍ପୁଟନିକ-ଭି କରୋନା ଟିକା ହାଇଦ୍ରାବାଦରେ ପହଞ୍ଚିଲା appeared first on Odisha Reporter.



from Odisha Reporter https://ift.tt/3uS45ti

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages