ବିଶ୍ୱର ୧ନଂ ଖେଳାଳି ଜୋକଭିଚ୍‌ଙ୍କୁ ହରାଇ ନାଡାଲ ଚାମ୍ପିୟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

ବିଶ୍ୱର ୧ନଂ ଖେଳାଳି ଜୋକଭିଚ୍‌ଙ୍କୁ ହରାଇ ନାଡାଲ ଚାମ୍ପିୟନ

ପ୍ୟାରିସ୍‌: ଇଟାଲିଆନ ଓପନ ଜିତିଛନ୍ତି ବିଶ୍ୱର ଷ୍ଟାର ଟେନିସ ଖେଳାଳି ରାଫେଲ ନାଡାଲ। ସେ ରବିବାର ଆୟୋଜିତ ଫାଇନାଲରେ ବିଶ୍ୱର ୧ନଂ ଖେଳାଳି ନୋଭାକ ଜୋକଭିଚ୍‌ଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି। ଦୁଇ ସପ୍ତାହ ତଳେ ନାଡାଲ ନିଜର ରୋନାଲ୍ଡ ଗ୍ରାସୋ କ୍ରାଉନ ହରାଇ ଥିଲେ।

ତେବେ ଇଟାଲିଆନ ଫାଇନରେ ସେ କୌଣସି ଭୁଲ କରିନାହାନ୍ତି। ବର୍ତ୍ତମାନ ବିଶ୍ୱର ୨ନଂ ସ୍ଥାନରେ ଥିବା ନାଡାଲ ଫାଇନାଲ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୭-୫, ୧-୬ ଓ ୬-୩ ସେଟ୍‌ରେ ଜୋକଭିଚ୍‌ଙ୍କୁ ହରାଇଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ୨ ଘଣ୍ଟା ୪୯ ମିନିଟ୍‌ ଧରି ଲଢ଼େଇ ଦେଖିବାକୁ ମିଳିଥିଲା।

ନାଡାଲ କହିଛନ୍ତି, “୧୦ମ ଥର ପାଇଁ ଏହି ଟାଇଟଲକୁ ମୁଁ ଜିତିଥିବାରୁ ଖୁବ ଉତ୍ସାହିତ। ମୋର ମନେ ଅଛି ରୋମରେ ମୁଁ ୨୦୦୫ରେ ପ୍ରଥମଥର ପାଇଁ ଚାମ୍ପିୟନ ହୋଇଥିଲି। ଏହି ସମୟରେ ମ୍ୟାଚ୍‌ ୫ ଘଣ୍ଟା ଧରି ଚାଲିଥିଲା। ଏହି ଟାଇଟଲ ଜିତିବାକୁ ମୁଁ ଚାହୁଁଥିଲି। କାରଣ ଏହା ମୋ କ୍ୟାରିୟର ପାଇଁ ଜରୁରୀ ଥିଲା।”

ସୂଚନାଯୋଗ୍ୟ, ୫୭ଥର ପାଇଁ ନାଡାଲ ଓ ଜୋକଭିଚ୍‌ ରବିବାର ପରସ୍ପରକୁ ଭେଟିଥିଲେ। ଶେଷଥର ପାଇଁ ଉଭୟ ୨୦୨୦ ଫ୍ରେଞ୍ଚ ଫାଇନାଲରେ ଲଢ଼େଇ କରିଥିଲେ। ଏଥିରେ ନାଡାଲ ବାଜିମାତ କରିଥିଲେ। ୧୭ଟି ଇଟାଲିଆନ୍‌ ଚାମ୍ପିୟନଶିପ୍‌ ମଧ୍ୟରୁ ନାଡାଲ ଓ ଜୋକଭିଚ୍‌ ପ୍ରାୟ ୧୫ଥର ଜିତିଛନ୍ତି। ତେବେ ଉଭୟ ଏହି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ୬ଥର ଭେଟିଥିବା ବେଳେ ନାଡାଲ ୪:୨ରେ ଆଗରେ ଅଛନ୍ତି।

The post ବିଶ୍ୱର ୧ନଂ ଖେଳାଳି ଜୋକଭିଚ୍‌ଙ୍କୁ ହରାଇ ନାଡାଲ ଚାମ୍ପିୟନ appeared first on Odisha Reporter.



from Odisha Reporter https://ift.tt/3ePWc24

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages