କଟକରେ କାଳବୈଶାଖୀର ତାଣ୍ଡବ ପରେ ଲଙ୍କାକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 11, 2021

କଟକରେ କାଳବୈଶାଖୀର ତାଣ୍ଡବ ପରେ ଲଙ୍କାକାଣ୍ଡ

କଟକ (ଓଡ଼ିଶା ରିପୋର୍ଟର): କଟକରେ କାଳବୈଶାଖୀର ତାଣ୍ଡବ ପରେ ଦେଖିବାକୁ ମିଳିଛି ଲଙ୍କାକାଣ୍ଡ। କାଳବୈଶାଖୀ ବର୍ଷା ଓ ପବନରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ଦୁଇଟି ଅସ୍ଥାୟୀ ଟେଣ୍ଟ ଭାଙ୍ଗି ଯିବା ପରେ ସୃଷ୍ଟି ହୋଇଛି ଏମିତି ପରିସ୍ଥିତି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ କଟକ ମହାନଗର ନିଗମର ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ୍ ଗାଡ଼ିକୁ ବି ଲୋକେ ଆକ୍ରମଣ କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ସେଠାରେ ୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

କଟକ ମାଲଗୋଦାମ ବେହେରା ସାହିରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବା ପରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ସିଏମସି ପକ୍ଷରୁ ଟେଣ୍ଟ କରାଯାଇ ଥଇଥାନ କରାଯାଇଥିଲା। ତେବେ ଆଜି କାଳବୈଶାଖୀ ବର୍ଷାରେ ଦୁଇଟି ଅସ୍ଥାୟୀ ଟେଣ୍ଟ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ କିଛି ଶିଶୁ ଭଙ୍ଗା ଟେଣ୍ଟ ମଧ୍ୟରେ ଫସି ଯାଇଥିଲେ। ତେବେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ମଧୁପାଟଣା ପୁଲିସ ପହଞ୍ଚିଥିଲା। ତେବେ ସେମାନେ ବସ୍ତିବାସିନ୍ଦାଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଲୋକେ ପୁଲିସ୍ ଉପରକୁ ଢେଲାପଥର ମାଡ଼ କରିଥିଲେ।

ସୂଚନାଯୋଗ୍ୟ, ଆଜି ଦିନ ୧୨ଟା ପରେ ରାଜଧାନୀ ଭୁବନେଶ୍ୱର ସମେତ କଟକରେ କାଳବୈଶାଖୀ ବର୍ଷା ହୋଇଥିଲା।

The post କଟକରେ କାଳବୈଶାଖୀର ତାଣ୍ଡବ ପରେ ଲଙ୍କାକାଣ୍ଡ appeared first on Odisha Reporter.



from Odisha Reporter https://ift.tt/3o7MevZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages