‘କରୋନାର ଦ୍ୱିତୀୟ ଲହରରୁ ଟିକା ନୁହେଁ, ମାସ୍କ ହିଁ ରକ୍ଷା କରିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 11, 2021

‘କରୋନାର ଦ୍ୱିତୀୟ ଲହରରୁ ଟିକା ନୁହେଁ, ମାସ୍କ ହିଁ ରକ୍ଷା କରିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନାର ଦ୍ୱିତୀୟ ଲହରରୁ ଟିକା ନୁହେଁ, ମାସ୍କ ଓ ସାମାଜିକ ଦୂରତା ହିଁ ରକ୍ଷା କରିପାରିବ।’ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା କୋଭାକ୍ସିନ୍ ପରୀକ୍ଷଣର ଓଡ଼ିଶା ମୁଖ୍ୟ ଡାକ୍ତର ଭେଙ୍କଟ ରାଓ ଏହି କଥା କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟ ସରକାର ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର କରିଛନ୍ତି। ଏହା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କାରଣ କେବଳ ଭୁବନେଶ୍ୱର ନୁହେଁ, ସମଗ୍ର ଓଡ଼ିଶାରେ ଟିକାର ଟିକେ ଅଭାବ ଦେଖାଯାଇଛି। ପ୍ରଥମେ ଯେତେବେଳେ ଟିକାକରଣ ଆରମ୍ଭ ହେଲା ସେତେବେଳେ ଟିକା ଉପଲବ୍ଧ ଥିଲା, କିନ୍ତୁ ଲୋକ ଆସୁ ନଥିଲେ। କିନ୍ତୁ ବର୍ତ୍ତମାନ ଯେତେବେଳେ ଦ୍ୱିତୀୟ ଲହରର ହାହାକାର ବଢ଼ି ଚାଲିଲା ସେତେବେଳେ ଟିକା ନେବା ପାଇଁ ଲୋକେ ଅଧିକ ପରିମାଣରେ ଆସୁଛନ୍ତି।

ଡାକ୍ତର ରାଓ କହିଛନ୍ତି, ପ୍ରଥମେ ପ୍ରଥମେ ଲୋକେ ଭାବୁଥିଲେ ଟିକା ସୁରକ୍ଷିତ ହୋଇ ନଥିବ। ଏତେ ଶୀଘ୍ର ଟିକା ବଜାରକୁ ଆସିଥିବାରୁ ଠିକ୍ ସେ ଟେଷ୍ଟିଂ ହୋଇ ନଥିବ ବୋଲି ସେମାନେ ଭାବୁଥିଲେ। କିନ୍ତୁ ଏବେ କରୋନା ସଂକ୍ରମଣ ବଢ଼ିଯିବାରୁ ଲୋକଙ୍କ ମନରେ ଭୟ ଆସିଗଲା। କିନ୍ତୁ ଜାଣି ରଖନ୍ତୁ ଆଜି ଯଦି ଜଣେ ଟିକା ନେଉଛନ୍ତି, ତା’ହେଲେ ଅତି କମ୍‌ରେ ଏହାର ମାସେ ପରେ ଦ୍ୱିତୀୟ ଡୋଜ୍ ନେବେ। ଆଉ ୨ୟ ଡୋଝ୍‌ ନେବାର ମାସେ ପରେ ଯାଇ ରୋଗ ସହିତ ଲଢ଼ିବାକୁ ଶକ୍ତି ମିଳିବ।

ସେ ଆହୁରି ବୁଝାଇ କହିଛନ୍ତି, ଯଦି ଆପଣ ଆଜି ଟିକା ନେଉଛନ୍ତି, ତା’ହେଲେ ତାହା କରୋନାର ଏହି ଦ୍ୱିତୀୟ ଲହରରୁ ଆପଣଙ୍କୁ ବଞ୍ଚାଇ ପାରିବ ନାହିଁ। ଯଦି ବଞ୍ଚାଇବ ତା’ହେଲେ ତୃତୀୟ କିମ୍ବା ଚତୁର୍ଥ ଲହରରୁ ବଞ୍ଚାଇବ। ତୃତୀୟ ଲହରରୁ ଟିକା ଆମକୁ ରକ୍ଷା କରିବ ଯଦି ଏହି ଭୂତାଣୁର ଆଉ ମ୍ୟୁଟାଣ୍ଟ ନହୁଏ। ତେଣୁ ଲୋକେ ଜାଣି ରଖିବା ଉଚିତ୍‌ ଯେ ଏହି ଟିକା ତତ୍‌କ୍ଷଣାତ୍ ସମାଧାନ ନୁହେଁ। ତତ୍‌କ୍ଷଣାତ୍ ସମାଧାନ ହେଉଛି ମାସ୍କ ଓ ସାମାଜିକ ଦୂରତା।

ଡ. ରାଓ କହିଛନ୍ତି, ମାସ୍କକୁ ସଠିକ୍ ଭାବେ ପିନ୍ଧିବାର ଆବଶ୍ୟକତା ରହିଛି। ଆଖପାଖରେ କେହି ନଥିବା ବେଳେ ଲୋକେ ମାସ୍କ ଖୋଲି ଦେଉଛନ୍ତି। କିନ୍ତୁ ସେମାନେ ଜାଣି ନାହାନ୍ତି ଯେ ଯଦି ସେହି ପାଖ ଦେଇ କୌଣସି କରୋନା ରୋଗୀ ଅତିକ୍ରମ କରିଥା’ନ୍ତି, ତା’ହେଲେ ସେଠାରେ ବାୟୁରେ କରୋନା ଭୂତାଣୁ ଥାଇପାରେ। ତେଣୁ ସବୁବେଳେ ଠିକ୍ ଢଙ୍ଗରେ ମାସ୍କ ପିନ୍ଧିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

The post ‘କରୋନାର ଦ୍ୱିତୀୟ ଲହରରୁ ଟିକା ନୁହେଁ, ମାସ୍କ ହିଁ ରକ୍ଷା କରିବ’ appeared first on Odisha Reporter.



from Odisha Reporter https://ift.tt/3o5LLdC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages