ଏହି ବ୍ଲଡ ଗ୍ରୁପ୍‌ର ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 11, 2021

ଏହି ବ୍ଲଡ ଗ୍ରୁପ୍‌ର ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଦୈନିକ ନୂଆନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସଆଇଆର) ଆଶ୍ଚର୍ଯ୍ୟ କରିବା ଭଳି ରିପୋର୍ଟ ପ୍ରକାଶ କରିଛି।

ରିପୋର୍ଟରେ କୁହାଯାଇଛି ଯେ ଯେଉଁ ଲୋକମାନଙ୍କର ବ୍ଲଡ ଗ୍ରୁପ୍‌ ‘ଏବି’ କିମ୍ବା ‘ବି’ ସେମାନେ କରୋନାରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି। ଅନ୍ୟ ବ୍ଲଡ ଗ୍ରୁପ୍‌ର ଲୋକଙ୍କ ଅପେକ୍ଷା ‘ଏବି’ କିମ୍ବା ‘ବି’ ବ୍ଲଡ ଗ୍ରୁପ୍‌ଙ୍କ ପ୍ରତି କରୋନା ଅତି ସମ୍ବେଦନଶୀଳନ ବୋଲି ସିଏସଆଇଆର ସର୍ଭେରୁ ଜାଣିବାକୁ ପାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି, ‘ଓ’ ବ୍ଲଡ ଗ୍ରୁପ୍‌ର ଲୋକମାନେ କରୋନା ଦ୍ୱାରା ସେତେଟା ଅଧିକ ସଂକ୍ରମଣ ହେଉନାହାନ୍ତି। ଯେଉଁମାନେ ବି କରୋନାର ଶିକାର ହେଉଛନ୍ତି, ସେମାନଙ୍କ ଶରୀରରେ ଲକ୍ଷଣ ବହୁତ କମ ରହୁଛି କିମ୍ବା ଲକ୍ଷଣ ଆଦୌ ଦେଖାଯାଉନାହିଁ। ଏହାର ଅର୍ଥ କରୋନା ‘ଓ’ ବ୍ଲଡ ଗ୍ରୁପ୍‌ର ଲୋକଙ୍କର ବେଶୀ କ୍ଷତି କରିପାରୁନାହିଁ।

ସେରୋପଜିଟିଭିଟି ସର୍ଭେରୁ ସିଏସ୍‌ଆଇଆର ଜାଣିବାକୁ ପାଇଛି ଯେ ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କ ତୁଳନାରେ ମାଂସ ଖାଉଥିବା ଲୋକଙ୍କ ପ୍ରତି କରୋନା ଅତିସମ୍ବେଦନଶୀଳ। ଏହାର ଅର୍ଥ ମାଂସ ଖାଉଥିବା ଲୋକେ କରୋନାରେ ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହୁଛି। ସିଏସଆଇଆର ସର୍ଭେରେ ୧୦ ହଜାର ଲୋକଙ୍କୁ ସାମିଲ କରିଥିଲା। ପ୍ରାୟ ୧୪୦ ଜଣ ଡାକ୍ତର ସବୁ ବିଷୟରେ ତର୍ଜମା କରିବା ପରେ ଏପରି ରିପୋର୍ଟ ପ୍ରକାଶ କରିଛନ୍ତି।

ସର୍ଭେ ବେଳେ ଜଣାପଡ଼ିଛି ଯେ ଏବି ବ୍ଲଡ ଗ୍ରୁପ୍‌ର ଲୋକମାନେ ସବୁଠାରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ ବି ବ୍ଲଡ ଗ୍ରୁପ୍‌ର ଲୋକମାନେ ଅଛନ୍ତି। ସବୁଠାରୁ କମ ସଂକ୍ରମିତ ଓ ବ୍ଲଡ ଗ୍ରୁପ୍‌ର ରହିଛନ୍ତି।

The post ଏହି ବ୍ଲଡ ଗ୍ରୁପ୍‌ର ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ appeared first on Odisha Reporter.



from Odisha Reporter https://ift.tt/33yFSfE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages