ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସଂଧ୍ୟାରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କାରଣ ମୁଖ୍ୟ ଶାସନ ସଚିବ ସଂଧ୍ୟା ସାଢ଼େ ୬ଟାରେ ପ୍ରେସ୍‌ବାର୍ତ୍ତା ଦେବେ ବୋଲି ସୂଚନା ଦିଆଯାଇଛି।

ଅନୁମାନ କରାଯାଉଛି ଯେ କରୋନା ଓ ଲକ୍‌ଡାଉନ୍‌କୁ ନେଇ ରାଜ୍ୟ ସରକାରଙ୍କ କିଛି ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ  ସୂଚନା ଦେଇପାରନ୍ତି।

ଚଳିତ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜୁନ୍ ୧ ତାରିଖ ସକାଳ ୫ଟାରେ ଶେଷ ହୋଇଯିବ। ତେବେ ୟା ଭିତରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସ୍ଥିତିରେ ସେମିତି କିଛି ଆଖିଦୃଶିଆ ପରିବର୍ତ୍ତନ ଆସିନି। ବାତ୍ୟା ୟାସ ଯୋଗୁ କିଛି ଦିନ ଟେଷ୍ଟିଂ କମି ଥିଲା। ତେଣୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବି କମ୍ ରହିଥିଲା। କିନ୍ତୁ ଟେଷ୍ଟିଂ ବଢ଼ିବା ସହିତ ପଜିଟିଭ୍ ସଂଖ୍ୟା ବି ବଢୁଛି। ତେଣୁ ରାଜ୍ୟ ସରକାର ପୁଣି ଥରେ ଲକ୍‌ଡାଉନ୍ ଅବଧି ବଢ଼ାଇ ପାରନ୍ତି ବୋଲି ଆଲୋଚନା ହେଉଛି।

ଅନ୍ୟପକ୍ଷରେ ଅପରାହ୍ଣ ସାଢ଼େ ୪ଟାରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର କୋଭିଡ ସ୍ଥିତି ଓ ପଦକ୍ଷେପ ନେଇ କିଛି କହିବେ ବୋଲି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ିବାରୁ ମେ’ ୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା। କିନ୍ତୁ ସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ନ ହେବାରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଥିଲା, ଯାହା ଜୁନ୍ ୧ ତାରିଖ ସକାଳ ୫ଟାରେ ଶେଷ ହେବ।

The post ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ appeared first on Odisha Reporter.



from Odisha Reporter https://ift.tt/2SDy9uG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages