ଚଣ୍ଡୀଗଡ଼: ହରିୟାଣାରେ କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ଲକଡାଉନକୁ ଆଉ ସପ୍ତାହେ ବଢ଼ାଇଛନ୍ତି। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ‘ହରିୟାଣାରେ କିଛି କଟକଣା କୋହଳ ସହ ଲକଡାଉନକୁ ଆଉ ସପ୍ତାହେ ବଢ଼ା ଯାଇଛି।’ କରୋନାର ଦ୍ୱିତୀୟ ଲହରର ଚେନ୍ ଭାଙ୍ଗିବା ପାଇଁ ରାଜ୍ୟରେ ପ୍ରାୟ ଦେଢ଼ ମାସ ଧରି ଲକଡାଉନ୍ କଟକଣା ଜାରି ରହିଛି।
ତେବେ ରାଜ୍ୟରେ କରୋନା ମାମଲା ଲଗାତର ହ୍ରାସ ପାଇଛି, କିନ୍ତୁ ଏହା ସତ୍ତ୍ୱେ ରାଜ୍ୟରେ ଲକଡାଉନ୍ ଅବଧିକୁ ବଢ଼ାଇବାକୁ ଘୋଷଣା କରାଯାଇଛି। ଏହି ଲକଡାଉନ୍ ମେ’ ୩୧ରୁ ଜୁନ୍ ୭ ତାରିଖ ଯାଏ ବଳବତ୍ତର ରହିବ। ହେଲେ ପୂର୍ବ ତୁଳନାରେ ଏଥର ଲକଡାଉନରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦିଆଯାଇଛି।
महामारी अलर्ट सुरक्षित हरियाणा को कुछ छूट देते हुए एक हफ़्ते के लिए बढ़ाया जा रहा है: हरियाणा के मुख्यमंत्री मनोहर लाल खट्टर #COVID19 pic.twitter.com/XlS7IMroOw
— ANI_HindiNews (@AHindinews) May 30, 2021
ନୂଆ ଲକଡାଉନ୍ ଗାଇଡଲାଇନ୍ ଅନୁଯାୟୀ, ଦୋକାନ ଗୁଡ଼ିକ ସକାଳ ୯ଟାରୁ ୩ଟା ଯାଏ ଖୋଲା ରହିବ । ଏହା ପୂର୍ବରୁ ରାଜ୍ୟରେ ସକାଳ ୭ଟାରୁ ୧୨ଟା ଯାଏ ଦୋକାନ ଖୋଲା ରହୁଥିଲା। ସେହିପରି ଦୋକାନୀ ମାନଙ୍କୁ ଅଡ୍-ଇଭିନ୍ ଫର୍ମୁଲା ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଡ୍-ଇଭିନ୍ ନିୟମ ଅନୁଯାୟୀ, ଅଡ୍ ନମ୍ବର ଗୁଡ଼ିକ ଅଡ୍ ତାରିଖରେ ଏବଂ ଇଭିନ୍ ନମ୍ବର ଗୁଡ଼ିକ ଇଭିନ୍ ଡେଟରେ ଖୋଲାଯିବ। ତେବେ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶିକ୍ଷାନୁଷ୍ଠାନ ଗୁଡ଼ିକ ଜୁନ୍ ୧୫ ତାରିଖ ଯାଏ ବନ୍ଦ ରହିବ।
ଗତ ୨୪ ଘଣ୍ଟାରେ ହରିୟାଣାରେ ୧୮୬୮ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୫୩,୯୩୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୭ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୮,୧୩୨ରେ ପହଞ୍ଚି ଯାଇଛି । ରାଜ୍ୟରେ ଆଉ ୨୩,୦୯୪ ଆକ୍ଟିଭ୍ ମାମଲା ରହିଛି । ଅର୍ଥାତ୍ ରାଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ଜଣାପଡ଼ିଛି।
The post ଆଉ ସପ୍ତାହେ ବଢ଼ିଲା ଲକଡାଉନ୍, କୋହଳ ହେଲା କଟକଣା appeared first on Odisha Reporter.
from Odisha Reporter https://ift.tt/34tOpAO
No comments:
Post a Comment