ବିଗ୍‌ବସ୍ ଫେମ୍ ଅଭିନେତ୍ରୀଙ୍କ ନାଁରେ FIR - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ବିଗ୍‌ବସ୍ ଫେମ୍ ଅଭିନେତ୍ରୀଙ୍କ ନାଁରେ FIR

ମୁମ୍ବାଇ: ବିଗ୍‌ବସ୍ ଫେ୍‌ମ ତଥା ଲୋକପ୍ରିୟ ଅଭିନେତ୍ରୀ ୟୁଭିକା ଚୌଧୁରୀଙ୍କ ବଢ଼ିଲା ଅଡୁଆ। ତାଙ୍କ ନାଁରେ ରୁଜୁ ହେଲା ଜାମିନ ବିହୀନ ଏଫ୍‌ଆଇଆର୍। ଜାତିସୂଚକ ଅପଶବ୍ଦ ବ୍ୟବହାର କରିବା ଅଭିଯୋଗରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି।

କିଛି ଦିନ ତଳେ ୟୁଭିକାଙ୍କ ଏକ ଭିଡିଓ ବ୍ଲଗ ଭାଇରାଲ ହୋଇଥିଲା। ଏଥିରେ ସେ ଦଳିତ ସମ୍ପ୍ରଦାୟଙ୍କ ପାଇଁ ଏକ ଜାତିସୂଚକ ଶବ୍ଦ ବ୍ୟବହାର କରିଥିଲେ। ଏହି କାରଣ ଯୋଗୁଁ ୟୁଭିକାଙ୍କ ବିରୋଧରେ ହରିଆଣାରେ ଏସ୍‌ସି/ଏସ୍‌ଟି ଆକ୍ଟ ଜରିଆରେ ଏଫ୍‌ଆଇଆର୍ ରୁଜୁ ହୋଇଛି।

ସୂଚନା ମୁତାବକ ୟୁଭିକାଙ୍କ ଭାଇରାଲ ଭିଡିଓରେ ତାଙ୍କ ସ୍ୱାମୀ ପ୍ରିନ୍ସ ନରୁଲା ମଧ୍ୟ ନଜର ଆସିଥିଲେ। ପ୍ରିନ୍ସ ନିଜ ଚୁଟି କାଟୁଥିବା ବେଳେ ୟୁଭିକା ତାଙ୍କ ଭିଡିଓ ତିଆରି କରୁଥିଲେ। ଏହି ସମୟରେ ୟୁଭିକା କହିଥିଲେ, ‘ଯେତେବେଳେ ବି ମୁଁ ବ୍ଲଗ ତିଆରି କରେ ସେତେବେଳେ ସର୍ବଦା ଭଙ୍ଗିଙ୍କ ଭଳି ଠିଆ ହୁଏ। ମୋତେ ନିଜକୁ ଠିକ୍ ସେ ଦେଖିବା ପାଇଁ ମଧ୍ୟ ସମୟ ମିଳେ ନାହିଁ।’

ୟୁଭିକାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜୋରସୋର୍‌ରେ ଭାଇରାଲ ହୋଇଥିଲା। ତାଙ୍କର ଏଭଳି ଶବ୍ଦ ବ୍ୟବହାରକୁ ନେଇ ଲୋକେ ସମାଲୋଚନା କରଥିଲେ। ଏପରିକି ଟୁଇଟରରେ ହ୍ୟାସଟାଗ ଆରେଷ୍ଟ ୟୁଭିକା ଚୌଧୁରୀ ଟ୍ରେଣ୍ଡ ହୋଇଥିଲା।

 

View this post on Instagram

 

A post shared by Yuvikachaudhary (@yuvikachaudhary)

The post ବିଗ୍‌ବସ୍ ଫେମ୍ ଅଭିନେତ୍ରୀଙ୍କ ନାଁରେ FIR appeared first on Odisha Reporter.



from Odisha Reporter https://ift.tt/3fy8xIH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages