ଚାରିଆଡ଼ୁ ଘେରି ଛେଚିଲେ, ୩ ପୁଲିସ୍ କର୍ମଚାରୀ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

ଚାରିଆଡ଼ୁ ଘେରି ଛେଚିଲେ, ୩ ପୁଲିସ୍ କର୍ମଚାରୀ ଆହତ

ଉଦଳା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ପୁଲିସ୍ ଉପରେ ହୋଇଛି ଆକ୍ରମଣ। ଭିଡ଼ ହଟାଇବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ପୁଲିସ୍ କର୍ମଚାରୀ। ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରତର ରହିଛି। ଗୁରୁତର ଆହତ ଜଣଙ୍କ ହେଉଛନ୍ତି ଏଏସ୍‌ଆଇ ବିଶ୍ୱଜିତ ମହାପାତ୍ର। ତାଙ୍କୁ ବାରିପଦା ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଦେବାନବାହାଳି ଗାଁରେ ଚଇତି ପର୍ବ ପାଳନ ବେଳେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। କରୋନା ସମୟରେ ନିୟମାବଳୀ ନ ମାନି ଲୋକେ ଭିଡ଼ କରିଥିବା ଖବର ପାଇ ଶରତ ଥାନା ପୁଲିସ୍ ସେଠାରେ ପହଞ୍ଚିଥିଲା। ଭିଡ଼ ହଟାଇବା ଲାଗି ପୁଲିସ ଉଦ୍ୟମ କରିବାରୁ ଉପସ୍ଥିତ ଲୋକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ।

ଆହତ ଏଏସ୍‌ଆଇ ବିଶ୍ୱଜିତ ମହାପାତ୍ର କହିଛନ୍ତି, ଗତକାଲି ସନ୍ଧ୍ୟାରେ ସେଠାରେ ୫୦୦୦ରୁ ଅଧିକ ଲୋକଙ୍କ ଭିଡ଼ ଜମିଥିବା ନେଇ ଆମକୁ ଖବର ମିଳିଥିଲା। ଏ ସଂପର୍କରେ କପ୍ତିପଦା ଓଆଇସିଙ୍କୁ ଅବଗତ କରାଯାଇଥିଲା। ସେଠାରେ ପହଞ୍ଚି ଭିଡ଼ ହଟାଇବାକୁ ଓଆଇସି ନିର୍ଦ୍ଦେଶ ଦେଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଆମେ ସେଠାରେ ପହଞ୍ଚିଥିଲୁ। ଆମକୁ ଦେଖି ପ୍ରଥମେ ଯିଏ ଯୁଆଡ଼େ ଧାଇଁ ପଳାଇଥିଲେ। କିନ୍ତୁ ପରେ ଚାରିପଟୁ ଘେରି ଆକ୍ରମଣ କରିଥିଲେ। ଗାଡ଼ି ବି ଭାଙ୍ଗିରୁଜି ଦେଇଥିଲେ।

ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଏଏସ୍‌ଆଇ ବିଶ୍ୱଜିତ ମହାପାତ୍ରଙ୍କ ସମେତ ଜଣେ କନଷ୍ଟେବଳ ଓ ଜଣେ ହାବିଲଦାର ଆହତ ହୋଇଛନ୍ତି।

The post ଚାରିଆଡ଼ୁ ଘେରି ଛେଚିଲେ, ୩ ପୁଲିସ୍ କର୍ମଚାରୀ ଆହତ appeared first on Odisha Reporter.



from Odisha Reporter https://ift.tt/3nCE1jc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages