ଗୋଟିଏ ଦଶନ୍ଧି ପରେ କ୍ଷମତାକୁ ଫେରିବ ଡିଏମକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

ଗୋଟିଏ ଦଶନ୍ଧି ପରେ କ୍ଷମତାକୁ ଫେରିବ ଡିଏମକେ

ଚେନ୍ନାଇ: ତାମିଲନାଡୁରେ ବଦଳିବ ସରକାର। ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ରାଜ୍ୟରେ କ୍ଷମତା ଦଖଲ କରିବାକୁ ଯାଉଛି ଏମକେ ଷ୍ଟାଲିନଙ୍କ ଡିଏମକେ। ଡିଏମକେ ଏଥର କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଥିଲା। ସେହିପରି ଶାସକ ଏଆଇଏଡିଏମକେ ଓ ବିଜେପି ଏକାଠି ନିର୍ବାଚନ ଲଢ଼ୁଥିଲେ।

ହେଲେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ, ଡିଏମକେ ଶାସକ ଦଳ ଠାରୁ ଯଥେଷ୍ଟ ଆଗରେ ରହିଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଡିଏମକେ ୧୩୧ଟି ଆସନରେ ଆଗରେ ଥିବା ବେଳେ ଏଆଇଏଡିଏମକେ ୯୯ଟି ଆସନରେ ଲିଡ କରୁଛି। ଅନ୍ୟାନ୍ୟ ଦଳ ୩ଟି ଓ ସାଉଥ ଷ୍ଟାର କମଲ ହାସନ ଗୋଟିଏ ଆସନରେ ଆଗରେ ରହିଛନ୍ତି।

ଆଉ ମାତ୍ର କିଛି ରାଉଣ୍ଡ ଭୋଟ ଗଣତି ବାକି ରହିଥିବାରୁ ଡିଏମକେ ହିଁ ରାଜ୍ୟର ସରକାର ଗଠନ କରିବ ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ତଥାପି ନିର୍ବାଚନ କମିଶନଙ୍କ ଘୋଷଣାକୁ ଅପେକ୍ଷା ରହିଛି। ଭୋଟ ଶେୟାର କଥା ଦେଖିଥିଲେ ଡିଏମକେ ସପକ୍ଷରେ ୩୮% ଭୋଟ ରହିଥିବା ବେଳେ ଏଆଇଏଡିଏମକେ ୩୫% ଭୋଟ ପାଇଛି।

ପ୍ରାଥମିକ ଭୋଟ ଗଣତି ଟ୍ରେଣ୍ଡକୁ ଦେଖି ଡିଏମକେ ସମର୍ଥକମାନେ ଉତ୍ସବ ମନାଇବା ଆରମ୍ଭ କଲେଣି। ଅନେକ କର୍ମୀ ଦଳର ମୁଖ୍ୟାଳୟ ଆନ୍ନା ଅରିଭାଲୟମରେ ଏକାଠି ହୋଇ ପରସ୍ପରକୁ ମିଠା ଖୁଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଯଦିଓ ଏଥିପାଇଁ ନିର୍ବାଚନ କମିଶନ ବାରଣ କରିଛନ୍ତି। ୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ସରକାର ଗଠନ ପାଇଁ ୧୧୮ଟି ଆସନ ଦରକାର।

ପ୍ରଥମଥର ରାଜ୍ୟବାସୀ ଡିଏମକେର ପ୍ରତିଷ୍ଠାତା ଏମ କରୁଣାନିଧି ଓ ଏଆଇଏଡିଏମକେର ଜୟଲଳିତାଙ୍କ ଅବର୍ତ୍ତମାନରେ ଭୋଟ ଦେଇଛନ୍ତି। ୧୯୬୭ରୁ ପ୍ରତି ୫ ବର୍ଷରେ ଥରେ ଡିଏମକେ ଓ ଆଉ ଥରେ ଏଆଇଏଡିଏମକେ କ୍ଷମତା ଦଖଲ କରୁଥିଲେ। ହେଲେ ଗତ ୨ ବିଧାନସଭା ନିର୍ବାଚନରେ ଜୟଲଳିତାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ଏଆଇଏଡିଏମକେ ଲଗାତର ବିଜୟ ହାସଲ କରିଥିଲା।
ଏବେ ପୁଣିଥରେ ସବୁକିଛି ବଦଳିବାର ସଙ୍କେତ ମିଳିଛି।

The post ଗୋଟିଏ ଦଶନ୍ଧି ପରେ କ୍ଷମତାକୁ ଫେରିବ ଡିଏମକେ appeared first on Odisha Reporter.



from Odisha Reporter https://ift.tt/33bf3xG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages