ବଡ଼ ବିଜୟ ଅଭିମୁଖେ ମମତାଙ୍କ ଟିଏମସି, କର୍ମୀଙ୍କ ସେଲିବ୍ରେସନ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

ବଡ଼ ବିଜୟ ଅଭିମୁଖେ ମମତାଙ୍କ ଟିଏମସି, କର୍ମୀଙ୍କ ସେଲିବ୍ରେସନ ଆରମ୍ଭ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିବା ଦିଗରେ ଶାସକ ଟିଏମସି। ଗୋଟିଏ ପଟେ ଭୋଟ ଗଣତି ଜାରି ରହିଥିବା ବେଳେ ଅନ୍ୟପଟେ ଟ୍ରେଣ୍ଡ ଆସିବାରେ ଲାଗିଛି। ଗଣତି ଆରମ୍ଭ ହେବା ମାତ୍ରେ ବିଜେପି ଆଗରେ ରହିଥିଲା। କିନ୍ତୁ ଏବେ ନିର୍ବାଚନ କମିଶନ ଜାରି କରିଥିବା ଟ୍ରେଣ୍ଡ ଅନୁଯାୟୀ, ମମତା ବାନାର୍ଜୀଙ୍କ ଟିଏମସି ୨୦୪ଟି ଆସନରେ ଆଗରେ ରହିଛି।

ବିଜେପି ମାତ୍ର ୮୫ଟି ଆସନରେ ଲିଡ୍‌ କରୁଛି। କିଛି ସମୟ ପୂର୍ବରୁ ଟିଏମସି ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ବିଜେପି ୧୧୫ଟି ଆସନରେ ଆଗରେ ମଧ୍ୟ ଥିଲା। ହେଲେ ଏବେ ଟିଏମସି ଯଥେଷ୍ଟ ଆଗକୁ ଚାଲି ଯାଇଛି। ବାମ ମେଣ୍ଟ ଗୋଟିଏ ଆସନରେ ଆଗରେ ଥିବା ବେଳେ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗରେ ରହିଛନ୍ତି।


ପଶ୍ଚିମବଙ୍ଗ ବିଧାନସଭାର ୨୯୪ଟି ଆସନରୁ ୨୯୨ଟି ଆସନରେ ଭୋଟ ହୋଇଥିଲା। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୭। ଏବେଠାରୁ ଟିଏମସି ୨୦୪ ଆସନରେ ଲିଡ୍‌ କରିଥିବାରୁ ଦଳୀୟ କର୍ମୀମାନେ ଉତ୍ସବ ମନାଇବା ଆରମ୍ଭ କରିଛନ୍ତି।

ଦେହରେ ଟିଏମସିର ନୀଳ ରଙ୍ଗ ବୋଳି ଦଳୀୟ କର୍ମୀମାନେ ବିଭିନ୍ନ ସ୍ଥାନରେ ନାଚିବା ଆରମ୍ଭ କଲେଣି। ଆସନସୋଲରେ କିଛି କର୍ମୀ ବାଣ ଫୁଟାଇଥିବା ବେଳେ କୋଲକାତାର କାଳିଘାଟରେ ଖୁସିରେ ନାଚିଛନ୍ତି। ସେହିପରି ସବୁଆଡ଼େ କର୍ମୀମାନେ ସେଲଫି ନେଇ ବିଜୟ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।


ଅନ୍ୟପକ୍ଷରେ ନିର୍ବାଚନ କମିଶନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ବିଜୟ ଉତ୍ସବ ଉପରେ ରୋକ ଲଗାଇଛନ୍ତି। ତଥାପି ବେଙ୍ଗଲ ଓ ତାମିଲନାଡୁରେ ରାଜନୀତିକ ଦଳର କର୍ମୀମାନେ ଏକାଠି ସେଲିବ୍ରେସନରେ ମାତି ଥିବାରୁ କମିଶନ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନ ସଂପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଫଆଇଆର ରୁଜୁ କରିବା ସହ ସ୍ଥାନୀୟ ଏସଏଚ୍‌କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ବଡ଼ ବିଜୟ ଅଭିମୁଖେ ମମତାଙ୍କ ଟିଏମସି, କର୍ମୀଙ୍କ ସେଲିବ୍ରେସନ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/3h8dQQj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages