କ୍ରମାଗତ ତୃତୀୟ ଦିନରେ କମିଲା କରୋନା ସଂକ୍ରମଣ, ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 15, 2021

କ୍ରମାଗତ ତୃତୀୟ ଦିନରେ କମିଲା କରୋନା ସଂକ୍ରମଣ, ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ନୂଆ ମାମଲାରେ କ୍ରମାଗତ ତୃତୀୟ ଦିନ ହ୍ରାସ ପାଇଛି । କିନ୍ତୁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ଭିତରେ ୩,୧୧,୧୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିପରି ଦିନକ ଭିତରେ ୪୦୭୭ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେବି କରୋନାର ଆକ୍ଟିଭ୍ ମାମଲା ୩୬ଲକ୍ଷରୁ ଅଧିକ ରହିଛି ।

ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୬,୮୪,୦୭୭ ହୋଇଛି । ସେହିପରି ଦେଶରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏବେ ୨,୭୦,୨୮୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଦେଶରେ ଏବେ କରୋନାର ୩୬,୧୮,୪୫୮ ଆକ୍ଟିଭ୍ ମାମଲା ରହିଛି । ସେହିପରି ଦେଶରେ ୨କୋଟି ୭ଲକ୍ଷ ୯୫ହଜାର ୩୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ କୋଭିଡ୍‌-୧୯ ମାମଲାରୁ ୮୫ ପ୍ରତିଶତ ମାମଲା ୧୦ରି ରାଜ୍ୟରୁ ଆସିଛି । ସେହିପରି ୧୧ ରାଜ୍ୟରେ ସଂକ୍ରମଣ ମାମଲା ଲକ୍ଷେରୁ ଅଧିକ ରହିଛି । ତେବେ ଦେଶର ୨୪ଟି ରାଜ୍ୟରେ ସଂକ୍ରମର ହାର ୧୫ ପ୍ରତିଶତରୁ କମ୍ ରହିଛି । ତେବେ ଭାରତରେ କରୋନାରୁ ସୁସ୍ଥ ହାର ୮୨ ପ୍ରତିଶତରୁ ଅଧିକ ରହିଛି ।

ଦେଶରେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର କରୋନା ଭାଇରସ୍ ସଂକ୍ରମଣର ୩୪,୮୪୮ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୫୩,୪୪,୦୬୩ରେ ପହଞ୍ଚିଛି । ସେହିପରି ରାଜ୍ୟରେ ଦିନକରେ ୯୬୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

The post କ୍ରମାଗତ ତୃତୀୟ ଦିନରେ କମିଲା କରୋନା ସଂକ୍ରମଣ, ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/33M9l5T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages