ଅଣ୍ଡା ଚୋରି କରି ପୁଲିସ କର୍ମଚାରୀ ନିଲମ୍ୱିତ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 15, 2021

ଅଣ୍ଡା ଚୋରି କରି ପୁଲିସ କର୍ମଚାରୀ ନିଲମ୍ୱିତ, ଭିଡିଓ ଭାଇରାଲ

ଚଣ୍ଡିଗଡ଼: ଅଣ୍ଡା ଚୋରି କରି ପଞ୍ଜାବ ପୁଲିସର ଜଣେ ହେଡ‌୍‍ କନଷ୍ଟେବଳ ନିଲମ୍ୱିତ ହୋଇଛନ୍ତି। ତାଙ୍କ ନାଁ ପ୍ରୀତପାଲ ସିଂହ। ନିଲମ୍ୱନ କରାଯିବ ସହ ତାଙ୍କ ବିରୋଧରେ ତଦନ୍ତ ନିଦ୍ଦେର୍ଶ ଦିଆଯାଇଛି ବୋଲି ପଞ୍ଜାବ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଚଣ୍ଡିଗଡ଼ ଠାରୁ ପ୍ରାୟ ୪୦ କିଲୋମିଟର ଫତେଗଡ଼ ସାହିବ ସହରରେ ଘଟିଛି ଘଟଣା। ପ୍ରୀତପାଲ ସିଂହ ଏକ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରୁଥିବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମୋବାଇଲରେ ଭିଡିଓଟିକୁ ଉଠାଇ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରୀତପାଲ ସିଂହ ପୁଲିସ‌୍‍ ଡ୍ରେସରେ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଛିଡ଼ା ହୋଇଛନ୍ତି। ରାସ୍ତାରେ ଲୋକେ ଗାଡ଼ିମୋଟରରେ ଯିବାଆସିବା କରୁଛନ୍ତି। ତାଙ୍କ ପଛରେ ଏକ ଠେଲା ଗାଡ଼ିରେ ଅଣ୍ଡା ବୋଝେଇ ହୋଇଛି। କିନ୍ତୁ ଠେଲା ଗାଡ଼ି ମାଲିକ ସେଠାରେ ନାହାନ୍ତି। ଆଉ ସୁଯୋଗ ଦେଖି ଆଖପାଖରେ ଟିକେ ନଜର ପକାଇ ପ୍ରୀତପାଲ ସିଂହ ସେହି ଠେଲା ଗାଡ଼ିରୁ କେତୋଟି ଅଣ୍ଡା ଉଠାଇ ନିଜ ପକେଟରେ ପୂରାଇ ଦେଇଛନ୍ତି। ଏହା ପରେ ଉକ୍ତ ଠେଲା ଗାଡ଼ିର ମାଲିକ ଆସୁଛନ୍ତି। ତାଙ୍କୁ ଦେଖିବା ପରେ ପ୍ରୀତପାଲ ସିଂହ ସେହିବାଟ ଦେଇ ଯାଉଥିବା ଏକ ଅଟୋକୁ ଅଟାକାଇ ସେଥିରେ ସେ ଛୁ ମାରିଛନ୍ତି।

ଭିଡିଓଟି ଭାଇରାଲ ହେବା ପରେ ଏହା ପଞ୍ଜାବ ପୁଲିସ ଦୃଷ୍ଟିକୁ ଆସିଥିଲା। ପ୍ରୀତପାଲ ସିଂହଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ନିଲମ୍ୱନ କରାଯାଇଥିଲା। ଏହା ସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିଦ୍ଦେର୍ଶ ଦିଆଯାଇଥିବା ନେଇ ପଞ୍ଜାବ ପୁଲିସ‌୍‍ ପକ୍ଷରୁ ଟ୍ୱିଟ‌୍‍ କରି କୁହାଯାଇଛି।

 

The post ଅଣ୍ଡା ଚୋରି କରି ପୁଲିସ କର୍ମଚାରୀ ନିଲମ୍ୱିତ, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3ynuIZx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages