ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘାତକ ସାଜିଲାଣି ମେ’ ମାସ। ଦୀର୍ଘ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଲକ୍ଡାଉନ୍, ଶଟଡାଉନ୍ କଟକଣା ସତ୍ତ୍ୱେ ତଳମୁହାଁ ହେବା ନାଁ ଧରୁନି ମହାମାରୀ। । ରାଜ୍ୟରେ ପ୍ରତିଦିନ ୧୧ ହଜାର, ୧୨ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ବି ବଢ଼ି ଚାଲିଛି।
ଏପରି ସ୍ଥିତିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବାକୁ ବନ୍ଦ କରି ଦିଆଯାଇଥିବା ବେଳେ ଆଜି SRC ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ରାଜ୍ୟରେ ଏବେ ହୁ ହୁ ହୋଇ ବଢ଼ୁଥିବାରୁ ଏବେ ସିରିଏଲ ବା ଚଳଚ୍ଚିତ୍ର ସୁଟିଂ ହୋଇପାରିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି SRC। ସମସ୍ତ ପ୍ରକାର ଇନ୍ଡୋର, ଆଉଟଡୋର ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୁଟିଂ ସେଟ୍ରେ ଏକାଧିକ ଲୋକଙ୍କ ସମାଗମ ହେଉଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶ ଦେଇଛନ୍ତି SRC ।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୭୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭୦ ଓ ଅନୁଗୋଳ ଜିଲ୍ଲାରୁ ୭୦୦ ଜଣ ଅଛନ୍ତି। ସେହିପରି ରାଜ୍ୟରେ କରୋନାରେ ଆଉ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୧୩ରେ ପହଞ୍ଚି ଯାଇଛି।
The post କମିବା ନାଁ ଧରୁନି ମହାମାରୀ; ବନ୍ଦ ହେଲା ସିରିଏଲ, ଚଳଚ୍ଚିତ୍ର ସୁଟିଂ appeared first on Odisha Reporter.
from Odisha Reporter https://ift.tt/3w9bNzE
No comments:
Post a Comment