ଜମ୍ମୁ: ପୁଣିଥରେ ସୁରକ୍ଷାକର୍ମୀଙ୍କ ବେସ ଉପରେ ଡ୍ରୋନ ଆକ୍ରମଣର ଆଶଙ୍କା ପ୍ରକାଶ ପାଇଛି। ଆଜି ଜମ୍ମୁର କାଲୁଛକ ମିଲିଟାରୀ ଷ୍ଟେସନ ଉପରେ ଦୁଇଟି ଡ୍ରୋନ୍ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସୁରକ୍ଷାକର୍ମୀମାନେ ଠାବ କରିଛନ୍ତି। ଏହି ଡ୍ରୋନ ଦୁଇଟିକୁ ଦେଖିବା କ୍ଷଣି ସୁରକ୍ଷାକର୍ମୀମାନେ ପ୍ରବଳ ଗୁଳିମାଡ଼ କରିଛନ୍ତି।
ସୂଚନା ଅନୁସାରେ, ଆଜି ଭୋର ୩ଟାରେ ସେନା ବେସ୍ ପରିସରରେ ଏହି ଦୁଇଟି ଡ୍ରୋନ ଉଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ୨୦ରୁ ୨୫ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଡ୍ରୋନ ଦୁଇଟି ଯାକ ଅନ୍ଧାରର ଫାଇଦା ନେଇ ଖସି ଯାଇଥିଲେ। ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଏୟାରବେସ୍ରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସେହିପରି ବାୟୁସେନା ଓ ସ୍ଥଳ ସେନାର ଯବାନମାନଙ୍କୁ ହାଇଆଲର୍ଟରେ ରଖାଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ।
ରବିବାର ଭୋର ସମୟରେ ସମାନ ଧରଣର ଡ୍ରୋନ ଆକ୍ରମଣ ଜମ୍ମୁରେ ଥିବା ବାୟୁସେନା ଏୟାରେବସ୍ରେ ହୋଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଦୁଇ ଜଣ ଯବାନ ଆହତ ହୋଇଥିଲେ। ଭାରତୀୟ ଏୟାରବେସ୍ ଉପରେ ଏପରି ଡ୍ରୋନ ଆକ୍ରମଣ ପ୍ରଥମ ଘଟଣା।
ଏହାକୁ ଗୁରୁତ୍ୱର ସହ ନେଇ ଏନଆଇଏ ତଦନ୍ତ ଆରମ୍ଭ କରିଛି। ଡ୍ରୋନ ଦ୍ୱାରା ଦୁଇଟି ଆକ୍ରମଣ କରାଯାଇଥିଲା। ଗୋଟିଏ ବିସ୍ଫୋରଣ ଏୟାରବେସ୍ର ଟେକ୍ନିକାଲ ଅଞ୍ଚଳରେ କରାଯାଇଥିବା ବେଳେ ଆଉ ଗୋଟିଏ ବିସ୍ଫୋରଣ ଖୋଲା ସ୍ଥାନରେ ହୋଇଥିଲା। ଟେକ୍ନିକାଲ ଅଞ୍ଚଳରେ ବିସ୍ଫୋରଣ ଯୋଗୁ ଛାତରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି।
ଏହି ଆକ୍ରମଣ ପଛରେ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନର ହାତ ଥିବା କୁହାଯାଉଛି। ବର୍ତ୍ତମାନ ଏନଆଇଏ ସହ ଜମ୍ମୁ-କଶ୍ମୀର ପୁଲିସ୍ ଏହି ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି।
The post ପୁଣି ମିଲିଟାରୀ ଷ୍ଟେସନ ଉପରେ ଉଡ଼ିଲା ଡ୍ରୋନ, ଯବାନଙ୍କ ଘନଘନ ଗୁଳିମାଡ଼ appeared first on Odisha Reporter.
from Odisha Reporter https://ift.tt/2ULHfXe
No comments:
Post a Comment