ଭଲ ଖବର: ଏପ୍ରିଲ ୧୩ ପରେ ପ୍ରଥମଥର ହଜାରେ ତଳେ ଦୈନକ ମୃତ୍ୟୁସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 27, 2021

ଭଲ ଖବର: ଏପ୍ରିଲ ୧୩ ପରେ ପ୍ରଥମଥର ହଜାରେ ତଳେ ଦୈନକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଏପ୍ରିଲ ୧୩ ପରେ ପ୍ରଥମଥର ପାଇଁ ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁସଂଖ୍ୟା ହଜାରେ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ୯୭୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଗୋଟିଏ ଦିନରେ ୫୮,୫୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୈନିକ ମୃତ୍ୟୁସଂଖ୍ୟା ଭଳି ସଂକ୍ରମଣ ମଧ୍ୟ ହ୍ରାସ ପାଇଛି। ୨୪ ଘଣ୍ଟାରେ ୪୬,୧୪୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କେରଳରେ ସର୍ବାଧିକ ୧୦,୯୦୫, ମହାରାଷ୍ଟ୍ରରେ ୯,୯୭୪, ତାମିଲନାଡୁରେ ୫,୧୨୭, ଆନ୍ଧ୍ର ପ୍ରଦେଶରେ ୪,୨୫୦ ଓ କର୍ଣ୍ଣାଟକାରେ ୩,୬୦୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ୫ ରାଜ୍ୟରୁ ଦେଶର ୭୪.୩୭% ସଂକ୍ରମିତ ରହିଛନ୍ତି। କେବଳ କେରଳରେ ଏହି ସଂଖ୍ୟା ୨୩.୬୩% ରହିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୨,୭୯,୩୩୧କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୩,୯୬,୭୩୦ ଛୁଇଁଛି। ଗୋଟିଏ ଦିନରେ ପ୍ରାଣ ହରାଇଥିବା ୯୭୬ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୪୦୫ ଜଣ ଓ ତାମିଲନାଡୁରେ ୯୧ ଜଣଙ୍କ ଜୀବନ ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ୪୬ ଦିନ ପାଇଁ ଆକ୍ରାନ୍ତଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହିଛି। ଦେଶରେ ଆରୋଗ୍ୟ ହାର ୯୬.୮%କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨,୯୩,୦୯,୬୦୭କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ଗତକାଲି ତୁଳନାରେ ୧୩,୪୦୯ ହ୍ରାସ ପାଇ ୫,୭୨,୯୪ ରହିଛି।

The post ଭଲ ଖବର: ଏପ୍ରିଲ ୧୩ ପରେ ପ୍ରଥମଥର ହଜାରେ ତଳେ ଦୈନକ ମୃତ୍ୟୁସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3x33S7R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages