ମୁମ୍ବାଇ: ଖୁବ୍ଶୀଘ୍ର ହ୍ୟାଣ୍ଡସମ୍ ହଙ୍କ ଶାହିର ଶେଖଙ୍କ ଘରକୁ ଆସିବ ନୂଆ ଅତିଥି। ଲୋକପ୍ରିୟ ଟିଭି ସିରିଏଲ୍ ‘କୁଛ ରଙ୍ଗ ପ୍ୟାର୍ କେ ଏସେ ଭି’ର ଦେବ ବାପା ହେବାକୁ ଯାଉଛନ୍ତି। ଏନେଇ ଅଭିନେତା ଶାହିର ନିଜେ ଫଟୋ ସେଆର କରି ସୂଚନା ଦେଇଛନ୍ତି।
ଗତ କିଛି ଦିନ ହେବ ତାଙ୍କ ପତ୍ନୀ ରୁଚିକା କପୁର ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଏନେଇ ଶାହିର କିମ୍ବା ରୁଚିକା ନିଜେ ସ୍ପଷ୍ଟ କରିନଥିଲେ। ଏବେ ଶାହିର କିନ୍ତୁ ଏହି ଚର୍ଚ୍ଚା ଉପରେ ମୋହର ଲଗାଇଛନ୍ତି। ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେଆର କରିଛନ୍ତି, ଯାହାକୁ ଦେଖି ତାଙ୍କ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢ଼ି ଯାଇଛି।
ଶାହିର ଇନ୍ଷ୍ଟାଗ୍ରାମରେ ନିଜ ପରିବାରର ଫଟୋ ସେଆର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ପତ୍ନୀ ରୁଚିକା, ବାପା, ମା’ ଓ ଭାଇ ଭାଉଜ ନଜର ଆସିଛନ୍ତି। ତେବେ ଫଟୋରେ ଶାହିରଙ୍କ ପତ୍ନୀ ରୁଚିକାଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏହି ଫଟୋକୁ ସେଆର କରି ଶାହିର ଲେଖିଛନ୍ତି, ‘ଘର ପରିବାରରେ ହିଁ ଖୁସି ତିଆରି ହୋଇଥାଏ।’
ସୂଚନା ଯୋଗ୍ୟ ଯେ, ଖୁବ୍ଶୀଘ୍ର ଶାହିରଙ୍କ ଅପକମିଂ ସିରିଏଲ ‘କୁଛ ରଙ୍ଗ ପ୍ୟାର କେ ଏସେ ଭି’ ସିଜନ-୩ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି। ଏହି ଶୋ’ର ପ୍ରମୋ ମଧ୍ୟ ରିଲିଜ ହୋଇସାରିଲାଣି। ପ୍ରଥମ ସିଜିନ୍ରେ ଶାହିର ଏବଂ ଏରିକା ଫର୍ଣ୍ଣାଣ୍ଡିଜଙ୍କ ଲଭ୍ କେମେଷ୍ଟ୍ରି ଫ୍ୟାନ୍ସ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା। କିନ୍ତୁ ଚଳିତ ସିଜିନ୍ରେ ଶୋ’ରେ ଏକ ଭିନ୍ନ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ଆସନ୍ତା ଜୁଲାଇ ୧୨ ତାରିଖରୁ ସୋନି ଟିଭିରେ ଏହି ସିରିଏଲ୍ ଟେଲିକାଷ୍ଟ ହେବ।
View this post on Instagram
The post ଖୁବ୍ ଶୀଘ୍ର ଏହି ଅଭିନେତାଙ୍କ ଘରକୁ ଆସିବେ କୁନି ସଦସ୍ୟ appeared first on Odisha Reporter.
from Odisha Reporter https://ift.tt/3jsfwVA
No comments:
Post a Comment