କୂଅରୁ ମିଳିଲା ବାପାର ମୃତଦେହ, ହାତ ବନ୍ଧା ହୋଇଥିବାରୁ ଫସିଗଲେ ଦୁଇ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 8, 2021

କୂଅରୁ ମିଳିଲା ବାପାର ମୃତଦେହ, ହାତ ବନ୍ଧା ହୋଇଥିବାରୁ ଫସିଗଲେ ଦୁଇ ପୁଅ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ସବୁଦିନେ ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରୁଥିଲା ବାପା। ଏଥିରେ ଅତିଷ୍ଠ ହୋଇ ୨ ପୁଅ ନେଲେ ଚରମ ପଦକ୍ଷେପ। ଜନ୍ମକଲା ବାପାର ହାତଗୋଡ଼ ବାନ୍ଧି ଘର ଭିତରେ ଥିବା କୂଅକୁ ଫୋପାଡ଼ି ଦେଲେ। ଏଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରୁ। ମୃତଦେହକୁ କୂଅରୁ ଉଦ୍ଧାର କରାଯାଇଥିବା ବେଳେ ୨ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖିଛି।

ମୃତ ବ୍ୟକ୍ତିଙ୍କ ନାଁ ବୁଲୁ ସାହୁ। ସେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗାଁର ବାସିନ୍ଦା ଥିଲେ। ସୂଚନା ଅନୁଯାୟୀ, ବୁଲୁ ସାହୁ  ପ୍ରତିଦିନ ମଦ୍ୟପାନ କରି ପରିବାରରେ କଳହ କରୁଥିଲେ। ସେଥିପାଇଁ ଘରେ ଅଶାନ୍ତି ଲାଗି ରହୁଥିଲା। ଗତକାଲି ରାତିରେ କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୁଇ ପୁଅ ରାଗିଯାଇ ତାଙ୍କୁ ହତ୍ୟା କରିବା ପରେ ଘର ଭିତରେ ଥିବା କୂଅରେ ଫିଙ୍ଗି ଦେଇଥିଲେ।

ଏହା ପରେ ବାପା କୂଅରେ ପଡ଼ିଯାଇଥିବା ନେଇ ପରିବାର ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ମୃତଦେହ ଉଦ୍ଧାର ବେଳେ ହାତ ବନ୍ଧା ହୋଇଥିବାରୁ ପୁଲିସକୁ ଖବର ଦେଇଥିଲା ଅଗ୍ନିଶମବାହିନୀ। ଏହା ପରେ ପୁଲିସ୍ ବୁଲୁ ସାହୁଙ୍କ ଦୁଇ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମୃତ ବୁଲୁ ସାହୁଙ୍କ ଶବକୁ ଆଜି ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଗନ୍ନାଥପ୍ରସାଦ ଥାନା ପୁଲିସ୍ ପକ୍ଷରୁ କୁହାଯାଇଛି।

The post କୂଅରୁ ମିଳିଲା ବାପାର ମୃତଦେହ, ହାତ ବନ୍ଧା ହୋଇଥିବାରୁ ଫସିଗଲେ ଦୁଇ ପୁଅ appeared first on Odisha Reporter.



from Odisha Reporter https://ift.tt/3gnL4sy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages