ମୁମ୍ବାଇ: ବଡ଼ ପରଦାରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଆଉ ଜଣେ ଷ୍ଟାର କିଡ୍। ସେ ହେଉଛନ୍ତି ଆମୀର ଖାନ୍ଙ୍କ ପୁଅ ଜୁନୈଦ ଖାନ୍। ସେ ଧମାକେଦାର ଏଣ୍ଟ୍ରି କରିବେ ବୋଲି କୁହାଯାଉଛି।
ମିଡିଆ ରିପୋର୍ଟ ମୁତାବକ, ଜୁନୈଦ ତାଙ୍କ ଡେ଼ବ୍ୟୁ ଫିଲ୍ମ ‘ମହାରାଜା’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି। କରୋନା ମହାମାରୀ ସମୟରେ ଗତ ରବିବାର କରୋନା ଭ୍ୟାକସିନ ନେଇଥିବା ୧୦୦ରୁ ଅଧିକ କଳାକାରଙ୍କ RT-PCR ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ନେଗେଟିଭ ରିପୋର୍ଟ ଆସିଥିବା ୨୫ଜଣଙ୍କୁ ନେଇ ଶୁଟିଂ ଆରମ୍ଭ ହୋଇଛି।
‘ମହାରାଜା’ ଏକ ପିରିୟଡିକ ଫିଲ୍ମ ହୋଇଥିବା ବେଳେ ଏହା ୧୮୬୨ ମସିହାର ଜଣେ ଭଣ୍ଡ ବାବାଙ୍କ ଉପରେ ଆଧାରିତ। ଏହି ଫିଲ୍ମରେ ପତ୍ରକାର ତଥା ସମାଜ ସୁଧାରକ କରସନଦାସ ମଲଜି ଭୂମିକାରେ ନଜର ଆସିବେ ଜୁନୈଦ। ତାଙ୍କ ସହ ଏହି ଫିଲ୍ମରେ ‘ ‘ପାତାଲଲୋକ’ ଫେମ ଆକ୍ଟର ଜୟଦୀପ ଅହଲାବତ ନଜର ଆସିବେ। ସେ ଏହି ଫିଲ୍ମରେ ଭଣ୍ଡ ବାବା ଭୂମିକାରେ ନଜର ଆସିବେ।ଜୁନୈଦଙ୍କ ଅପୋଜିଟରେ ଶାଳିନୀ ପାଣ୍ଡେ ନଜର ଆସିବେ ବୋଲି ଶୁଣୁବାକୁ ମିଳୁଛି l
ଆମୀର ଓ ତାଙ୍କ ପ୍ରଥମ ପତ୍ନୀ ରୀନାଙ୍କ ପୁଅ ଜୁନୈଦ ଛୋଟ ବେଳୁ ଫିଲ୍ମ ପ୍ରତି ଆକର୍ଷିତ ହୋଇଥିଲେ। ବଲିଉଡରେ ଦମଦାର ଏଣ୍ଟ୍ରି ପାଇଁ ସେ ଫୁଲ ଦମରେ ଲାଗି ପଡ଼ିଥିଲେ। ଏଥିପାଇଁ ସେ ଫିଲ୍ମ ଉପରେ କୋର୍ସ କରିଥିବା ବେଳେ ଜବରଦସ୍ତ ଫିଜିକାଲ ଟ୍ରାନ୍ସଫରମେସନ ମଧ୍ୟ କରିଛନ୍ତି। ଜୁନୈଦ ବହୁ ବର୍ଷ ଥିଏଟରରେ ମଧ୍ୟ ଆକ୍ଟିଂ କରିଛନ୍ତି । ନିଜ ଭାଇର ଫିଲ୍ମକୁ ନେଇ ଇରା ଖାନ ଖୁବ ଏକ୍ସସାଇଟେଡ଼ ଅଛନ୍ତି। ଭାଇ ଅନ୍ୟମାନଙ୍କୁ ପଛରେ ପକାଇ ବହୁତ ଆଗକୁ ଯାଉ ବୋଲି ଶୁଭକାମନା ଜଣାଇଛନ୍ତି।
‘ହିଚ୍କି’ ଫିଲ୍ମ ନିର୍ଦେଶକ ସିଦ୍ଧାର୍ଥ ପି ମଲହୋତ୍ର ‘ମହାରାଜା’ ଫିଲ୍ମର ନିର୍ଦେଶନା ଭାର ସମ୍ଭାଳିଛନ୍ତି l
The post ବଡ଼ ପରଦାରେ ଦମଦାର ଏଣ୍ଟ୍ରି କରିବେ ଆମୀରଙ୍କ ପୁଅ, ଶୁଟିଂ ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/34Zx82X
No comments:
Post a Comment