ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨ ହଜାର ୫୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ପୂର୍ବ ଦିନ ତୁଳନାରେ ଟିକେ ଅଧିକ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମିତ ସଂଖ୍ୟା ଏକ ଲକ୍ଷରୁ କମ୍ ରହିଥିବା ବେଳେ ସଂକ୍ରମଣ ହାର ମଧ୍ୟ ୫ ପ୍ରତିଶତ ତଳେ ରହିଛି। ତେବେ ୬୩ ଦିନ ପରେ ମଙ୍ଗଳବାର ଦିନ ଦେଶରେ ସର୍ବନିମ୍ନ ସଂଖ୍ୟକ କରୋନା ସଂକ୍ରମଣ ଚିହ୍ନଟ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୨୨୧୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୦ ଲକ୍ଷ ୮୯ ହଜାର ଛୁଇଁଥିବା ବେଳେ ୩ ଲକ୍ଷ ୫୩ ହଜାର ୫୨୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏବେ ଦେଶରେ ୧୨ ଲକ୍ଷ ୩୧ ହଜାର ୪୧୫ ଜଣ କରୋନାରେ ଚିକିତ୍ସାଧୀନ ଅଛନ୍ତି। ଯାହାକି ମୋଟ ସଂକ୍ରମିତ ସଂଖ୍ୟାର ୪.୫ ପ୍ରତିଶତ।
ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ମୋଟ ୧ ଲକ୍ଷ ୬୨ ହଜାର ୬୬୪ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ୨ କୋଟି ୭୫ ଲକ୍ଷ ୪ ହଜାର ୧୨୬ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।
India reports 92,596 new #COVID19 cases, 1,62,664 discharges, and 2219 deaths in the last 24 hours, as per Union Health Ministry.
Total cases: 2,90,89,069
Total discharges: 2,75,04,126
Death toll: 3,53,528
Active cases: 12,31,415Total vaccination: 23,90,58,360 pic.twitter.com/m13IcoPRqe
— ANI (@ANI) June 9, 2021
ଆରୋଗ୍ୟ ହାର କ୍ରମାଗତ ୨୭ ଦିନ ହେବ ଦୈନିକ ସଂକ୍ରମଣ ତୁଳନାରେ ଅଧିକ ରହିଛି। ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ମଧ୍ୟ ୯୪.୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତାର ୧୬ ଦିନ ପାଇଁ ଦୈନିକ ସଂକ୍ରମଣ ହାର ୧୦ ପ୍ରତିଶତରୁ କମ୍ ରହିଥିବା ବେଳେ ଦ୍ୱିତୀୟ ଦିନ ପାଇଁ ସଂକ୍ରମଣ ୫ ପ୍ରତିଶତରୁ କମ୍ ରହିଛି। ଏପର୍ଯ୍ୟନ୍ତ ୨୩ କୋଟି ୯୦ ଲକ୍ଷ ୫୮ ହଜାର ୩୬୦ ଲୋକଙ୍କୁ ଦେଶରେ କରୋନା ଟିକା ଦିଆଯାଇଛି।
The post ଦ୍ୱିତୀୟ ଦିନ ପାଇଁ ଦୈନିକ ସଂକ୍ରମିତ ୧ ଲକ୍ଷରୁ ତଳେ, ଆରୋଗ୍ୟ ହାର ୯୪.୫୫%କୁ ବୃଦ୍ଧି appeared first on Odisha Reporter.
from Odisha Reporter https://ift.tt/3g6EeJq
No comments:
Post a Comment