କେନ୍ଦୁଝର (ପ୍ରଣୟ କୁମାର ପାଣି): ସାମାନ୍ୟ ବଚସାକୁ ନେଇ ଜ୍ୱାଇଁ ଘଟାଇଲା ଜଘନ୍ୟ କାଣ୍ଡ। ଭୁଲିଗଲା ସମ୍ପର୍କର ମହତ୍ତ୍ୱ। ଶାଳୀକୁ କୁରାଢ଼ିରେ ହାଣି ହତ୍ୟା କରି ଖାଇକୁ ଫୋପାଡ଼ି ଦେବା ସହ ଶାଶୁକୁ ଗଛରେ ବାନ୍ଧି କଲା ଦୁଷ୍କର୍ମ।
ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ କିରିବୁର ଅଞ୍ଚଳରେ। ଗତକାଲି ଏହି ଘଟଣା ଘଟିଥିବା ବେଳେ ଫେରାର ହୋଇଯାଇଛି ଅଭିଯୁକ୍ତ ରୂପ ସିଂ ସିଦ୍ଧୁ।
ମୂର୍ଗାପଡ଼ାରେ ରହୁଥିବା ଶାଶୁ ଫୁଲମଣି ହସା ଓ ଶାଳୀ ମରିୟମ ହସା ସହିତ ରୂପ ସିଂ ଗତକାଲି ଜଙ୍ଗଲକୁ ଛତୁ ଓ କୁରକୁଟି ( ନାଲି ପିମ୍ପୁଡ଼ି) ସଂଗ୍ରହ କରିବା ପାଇଁ ଯାଇଥିଲା । ତେବେ କୌଣସି କାରଣରୁ ଶାଳୀ ମରିୟମ ସହିତ ଝଗଡା ଉଗ୍ରରୂପ ନେବାରୁ ରୂପ ସିଂ କୁରାଢ଼ୀରେ ତାଙ୍କୁ ହାଣି ଏକ ଖାଇରେ ୨୦୦ ଫୁଟ ତଳକୁ ଫିଙ୍ଗି ଦେଇଥିଲା ।
ଏହାପରେ ଶାଶୁ ଫୁଲମଣି ହାତକୁ ଗାମୁଛାରେ ବାନ୍ଧି ଦୁଷ୍କର୍ମ କରିଥିଲା । କୌଶଳ କ୍ରମେ ଫୁଲମଣି ଖସି ଆସି ଝାଡ଼ଖଣ୍ଡ ରାଜ୍ୟର କିରିବୁର ଥାନାରେ ଖବର ଦେଇଥିଲେ।
କିରିବୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି କେନ୍ଦୁଝର ଜିଲ୍ଲାର ବଲାଣି ଥାନାକୁ ଖବର ଦେଇଥିଲେ । ବଲାଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨୦୦ ଫୁଟ ତଳେ ଶବ ପଡ଼ିଥିବାରୁ ଉଦ୍ଧାର ହୋଇପାରିନି । ହତ୍ୟାକାରୀ ରୂପ ସିଂ ସିଦ୍ଧୁ ବର୍ତ୍ତମାନ ଯାଏ ଫେରାର ଅଛି ।
ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ବଲାଣି ଥାନା ଅଧୀନ କିରିବୁର ଫାଣ୍ଡି କାର୍ଯ୍ୟକ୍ଷମ ନଥିବାରୁ ସ୍ଥାନୀୟ ଅଞ୍ଚଳରେ କୌଣସି ଅପରାଧ ଘଟିଲେ ଲୋକେ ଝାଡ଼ଖଣ୍ଡର କିରିବୁର ଥାନାକୁ ଜଣାଇଥା’ନ୍ତି। ଏହାପରେ କିରିବୁର ଥାନା ପୁଲିସଠୁ ଖବର ପାଇ ବଲାଣି ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥାଏ। ତେଣୁ ଖୁବଶୀଘ୍ର ଓଡିଶା ଅଧୀନ କିରିବୁର ଫାଣ୍ଡି କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।
The post ଜ୍ୱାଇଁ ଘଟଇଲା ଜଘନ୍ୟ କାଣ୍ଡ, ଶାଳୀକୁ ହାଣି ଶାଶୁକୁ କଲା ଦୁଷ୍କର୍ମ appeared first on Odisha Reporter.
from Odisha Reporter https://ift.tt/2RuNq0D
No comments:
Post a Comment