କେଜ୍ରିଓ୍ୱାଲଙ୍କ ଘରେ ଘରେ ରାସନ ପହଞ୍ଚାଇବା ଉଦ୍ୟମ ନୂଆ ଶୈଳୀର ଘୋଟାଲା: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

କେଜ୍ରିଓ୍ୱାଲଙ୍କ ଘରେ ଘରେ ରାସନ ପହଞ୍ଚାଇବା ଉଦ୍ୟମ ନୂଆ ଶୈଳୀର ଘୋଟାଲା: ବିଜେପି

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ସରକାର ଘରେ ଘରେ ରାସନ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏଭଳି ନକରିବାକୁ କେନ୍ଦ୍ର କହିଛି। ଶାସକ ଦଳ ବିଜେପି ଏହାକୁ କେଜ୍ରିଓ୍ୱାଲ ସରକାରର ନୂଆ ଘୋଟାଲା ବୋଲି କହିଛି। ଯାହାକୁ ନେଇ ଦିଲ୍ଲୀରେ ତେଜିଛି ରାଜନୀତି। ଦିଲ୍ଲୀ ସରକାରର ବିଫଳତାକୁ ଲୁଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଭଳି ଡ୍ରାମା ନକରିବା ଉଚିତ ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି। କେଜ୍ରିୱାଲ ଯେଉଁଭଳି କଥା କହୁଛନ୍ତି ଯେମିତି ଦିଲ୍ଲୀବାସୀଙ୍କୁ କେନ୍ଦ୍ର ସେମାନଙ୍କ ଅଧିକାରରୁ ବଞ୍ଚିତ କରାଉଛି। କିନ୍ତୁ ଏଥିରେ ସତ୍ୟତା ନାହିଁ ବୋଲି ସେ କହିଛନ୍ତି।

ବିଜେପି କହିଛି ଯେ ଗତ ସାତ ବର୍ଷ ମଧ୍ୟରେ ରାସନ କାର୍ଡ ପାଇଁ ୭୦ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି। ହେଲେ ସେମାନଙ୍କୁ କାହିଁକି ରାସନ କାର୍ଡ ଦେଇନାହାନ୍ତି କେଜ୍ରିୱାଲ ସରକାର ବୋଲି ବିଜେପି ପ୍ରଶ୍ନ କରିଛି। ଏହି ସରକାର ମଧ୍ୟସ୍ଥିମାନଙ୍କର ଏକ ଗ୍ରୁପ ତିଆରି କରିବାକୁ ଚେଷ୍ଟା କରୁଛି। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା କହିଛନ୍ତି, ଦିଲ୍ଲୀ ସରକାର ଏକ ନୂଆ ଦୁର୍ନୀତି ପାଇଁ ପ୍ରସ୍ତୁତି ଚଳାଇଛନ୍ତି, କିନ୍ତୁ କେନ୍ଦ୍ର ସରକାର ସେମାନଙ୍କୁ କହିଛନ୍ତି ଯେ ଯଦି ଆପଣ ଗରିବ ଲୋକଙ୍କୁ କିଛି ବାଣ୍ଟିବାକୁ ଚାହାଁନ୍ତି, ତେବେ ତାହା ଆପଣଙ୍କ ପକ୍ଷରୁ କରନ୍ତୁ। ହାଇକୋର୍ଟ ମଧ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ନିୟମ ପାଳନ କରିବାକୁ କହିଛନ୍ତି। କିନ୍ତୁ କେଜ୍ରିଓ୍ୱାଲ ସରକାର ତାହା କରୁ ନାହାନ୍ତି।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKAY) ମାଧ୍ୟମରେ ରାଜଧାନୀବାସୀଙ୍କ ପାଖରେ ରାସନ ପହଞ୍ଚିବ ବୋଲି ସମ୍ୱିତ ପାତ୍ର କହିଛନ୍ତି। ସେ କହିଛନ୍ତି ଯେ PMGKAY ଅଧୀନରେ ମେ ଏବଂ ଜୁନ୍ ୫ ମଧ୍ୟରେ ଦିଲ୍ଲୀକୁ ୭୨,୭୮୨ ମେଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ ପଠାଯାଇଛି। ଦିଲ୍ଲୀ ସରକାର କିନ୍ତୁ ଏପର୍ଯ୍ୟନ୍ତ ପ୍ରାୟ ୫୩,୦୦୦ ମେଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ ଉଠାଇବାରେ ସକ୍ଷମ ହୋଇଛି। ୬୮ ପ୍ରତିଶତ ଖାଦ୍ୟ ଶସ୍ୟ ସାଧାରଣ ଲୋକଙ୍କୁ ବଣ୍ଟାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ NFSA ଅଧିନିୟମ ଅନୁଯାୟୀ କେଜ୍ରିୱାଲ ସରକାର ଗହମ ପିଛା ମାତ୍ର ୨ ଟଙ୍କା ଦେଉଥିବା ବେଳେ କେନ୍ଦ୍ର ସରକାର କିଲୋଗ୍ରାମ ପିଛା ୨୩.୭ ଟଙ୍କା ଦେଉଛନ୍ତି। ଚାଉଳ ଉପରେ କେଜ୍ରିୱାଲ ସରକାର କେଜି ପିଛା ମାତ୍ର ୩ ଟଙ୍କା ଏବଂ କେନ୍ଦ୍ର କେଜି ପିଛା ୩୩.୭୯ ଟଙ୍କା ଦେଉଛନ୍ତି। କେଜ୍ରିୱାଲ ସରକାର NFSA ଏବଂ PMGKAY ଯୋଜନାରେ ଦିଆଯାଇଥିବା ରାସନ ବ୍ୟତୀତ ଅନ୍ୟାନ୍ୟ ରାସନ କିଣି ସେ ବାଣ୍ଟିପାରିବେ। ଏଥିପାଇଁ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀ ସରକାର ରାସନ କିଣି ପାରିବେ। ଏଥିରେ କେନ୍ଦ୍ର ସରକାର କିମ୍ବା କାହାରି ଆପତ୍ତି ନାହିଁ ବୋଲି ସମ୍ୱିତ କହିଛନ୍ତି।

ସେ ଦାବି କରିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଏହି ଯୋଜନା ଏକ ଘୋଟାଲା। କାରଣ ଏହି ଯୋଜନା ଅନୁଯାୟୀ ଗହମ ଅଟା ପାଇବା ପାଇଁ ଲୋକଙ୍କଠାରୁ ଟଙ୍କା ନିଆଯିବ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ଦ୍ୱାରା ‘ଗୋଟିଏ ରାଷ୍ଟ୍ର, ଗୋଟିଏ ରେସନ କାର୍ଡ’ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। କିନ୍ତୁ ଏହି ଯୋଜନାକୁ ଦିଲ୍ଲୀ ସରକାର କାର୍ଯ୍ୟକାରୀ କରିନାହାନ୍ତି।

ଯଦି ଘରେ ପିଜ୍ଜା ପହଁଚିପାରୁଛି ତେବେ ରାସନ କାହିଁକି ନୁହଁ?

The post କେଜ୍ରିଓ୍ୱାଲଙ୍କ ଘରେ ଘରେ ରାସନ ପହଞ୍ଚାଇବା ଉଦ୍ୟମ ନୂଆ ଶୈଳୀର ଘୋଟାଲା: ବିଜେପି appeared first on Odisha Reporter.



from Odisha Reporter https://ift.tt/3pt1Pa1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages