ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହର, ଲକ୍ଷେକୁ ଖସିଲା ସଂକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହର, ଲକ୍ଷେକୁ ଖସିଲା ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆଗକୁ ତୃତୀୟ ଲହର ଆସିଥିବାରୁ ଏବେ ବିପଦ ଟଳିନି। ସୋମବାର କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୦,୬୩୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତ ୬୧ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲଗାତର ୯ ଦିନ ଧରି କରୋନା ସଂକ୍ରମଣ ୨ ଲକ୍ଷ ତଳେ ରହିବା ପରେ ଆଜିର ରିପୋର୍ଟରେ ଲକ୍ଷେ ଛୁଇଁଛି।

ପ୍ରତିଦିନର ସଂକ୍ରମଣ ରିପୋର୍ଟ ପୂର୍ବ ଦିନର ରିପୋର୍ଟ ମଧ୍ୟରେ ବଡ଼ ବ୍ୟବଧାନ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ସେଭଳି ହ୍ରାସ ପାଉଥିବା ଦେଖିବାକୁ ମିଳିନି। ଯାହା ଚିନ୍ତାର କାରଣ। ବିଗତ ୨୪ ଘଣ୍ଟାରେ ୨୪୨୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୧,୭୪,୩୯୯ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ଦେଶରେ କରୋନାରେ ଚିକିତ୍ସାଧୀନ ସଂଖ୍ୟା ୧୪ ଲକ୍ଷ ତଳକୁ ଖସିଛି। ଯଦି ଗତକାଲିର ରିପୋର୍ଟକୁ ଅନୁଧ୍ୟାନ କରାଯିବ ତାହେଲେ ବିଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ୭୬,୧୯୦ ଚିକିତ୍ସାଧୀନ ସଂଖ୍ୟା କମିଛି।

ମୋଟାମୋଟି ଭାବରେ ୨୫ ଦିନ ହେବ କରୋନାର ନୂଆ ସଂକ୍ରମିତ ହ୍ରାସ ପାଇ ଚାଲିଛି। ଏବେ ଦେଶର ଆରୋଗ୍ୟ ହାର ୯୩.୯୪% କୁ ବୃଦ୍ଧି ପାଇଛି। ଦୈନିକ ପଜିଟିଭିଟି ହାର ୫.୭୮%ରୁ କମିଛି, କ୍ରମାଗତ ୧୨ ଦିନ ଧରି ଏହି ହାର ୧୦% ତଳେ ରହିଛି। ସେହିପରି ସାପ୍ତାହିକ ସଂକ୍ରମିତ ହାର ୬.୩୪% ରହିଥିବା ସୂଚନା ରହିଛି। ଲଗାତାର ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨୩.୨୭ କୋଟି କରୋନା ଟିକା ଦିଆଯାଇଛି।

The post ଦୁର୍ବଳ ହେଉଛି କରୋନାର ଦ୍ୱିତୀୟ ଲହର, ଲକ୍ଷେକୁ ଖସିଲା ସଂକ୍ରମଣ appeared first on Odisha Reporter.



from Odisha Reporter https://ift.tt/3vYbqYN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages