ନୂଆଦିଲ୍ଲୀ: କେନ୍ଦ୍ର ସରକାର ବନାମ ଦିଲ୍ଲୀ ସରକାର। ଫେସ୍ ଟୁ ଫେସ୍। ହେଲେ ଏଥର ପ୍ରସଙ୍ଗ କୋଭିଡ୍ ଅବହେଳା ନୁହେଁ। ରାସନକୁ ନେଇ ଟଣା ଅଟରା। ସ୍ଥିତି ଏଭଳି ହୋଇଛି ଯେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପ୍ରସ୍ତୁତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆଉ ପ୍ରସଙ୍ଗ ହେଉଛି, ଦିଲ୍ଲୀ ରାସନ ଡୋର୍ ଷ୍ଟେପ୍ ଡେଲିଭରି ସ୍କିମ୍।
ଦିଲ୍ଲୀରେ ଆସନ୍ତା ସପ୍ତାହରୁ ଲାଗୁ ହେବାକୁ ଥିଲା ରାସନ ଡୋର୍ ଷ୍ଟେପ୍ ଡେଲିଭରି ସ୍କିମ୍। ଅର୍ଥାତ୍ ରାସନ ପାଇଁ ଆଉ ଗହଳିକୁ ଯାଇ ଧକ୍କା ଖାଇବାକୁ ପଡିନଥାନ୍ତା ବରଂ ହାତ ପାହାନ୍ତାରେ ରାସନ ଘରେ ପହଁଚିଯାଇଥାନ୍ତା। ତେବେ ଅଚାନକ ଦୁଇ ଦିନ ତଳେ ଦିଲ୍ଲୀ ସରକାରଙ୍କ ଏହି ଐତିହାସିକ ଯୋଜନା ଉପରେ ରୋକ୍ ଲଗାଇଦେଇଥିଲେ କେନ୍ଦ୍ର ସରକାର। ଏହାକୁ ନେଇ ମୋଦି ସରକାରଙ୍କ ଉପରେ ଖପ୍ପା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।
ଦିଲ୍ଲୀ ସରକାରଙ୍କ ଏହି ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଆଗ୍ରହୀ। କେଜରିୱାଲ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ସେ ବହୁତ ବ୍ୟଥିତ ଅଛନ୍ତି। ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାକୁ ଇଛୁକ। ଯଦି ଏଥିରେ ତାଙ୍କର କିଛି ଭୁଲ୍ ହୋଇଛି ତେବେ ପ୍ରଧାନମନ୍ତ୍ରୀ ତାଙ୍କୁ କ୍ଷମା କରିଦିଅନ୍ତୁ ବୋଲି କହିଛନ୍ତି କେଜରିୱାଲ।
The post ଯଦି ଘରେ ପିଜ୍ଜା ପହଁଚିପାରୁଛି ତେବେ ରାସନ କାହିଁକି ନୁହଁ? appeared first on Odisha Reporter.
from Odisha Reporter https://ift.tt/3x06VNx
No comments:
Post a Comment