କଟକ(ଓଡ଼ିଶା ରିପୋର୍ଟର) କରୋନା ଯୋଗୁଁ ପ୍ରଭାବିତ ହୋଇଛି ବିଭିନ୍ନ ପ୍ରକାରର ବ୍ୟବସାୟ। ତେବେ ଏହାରି ଭିତରେ ଢେର ପ୍ରଭାବିତ ହୋଇଛି ବସ୍ ବ୍ୟବସାୟୀ ।ଦୀର୍ଘ ଦିନ ଧରି ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ଲାଗି ରହିଥିବାରୁ ବସ ଚଳାଚଳ ଠପ ହୋଇ ଯାଇଛି।ଏଭଳି ସ୍ଥିତିରେ ବସ ମାଲିକଙ୍କ ଠାରୁ ଆରମ୍ଭ କରି ବସ କର୍ମଚାରୀ ସମସ୍ତେ ଦୁର୍ଦିନ ରେ ଗତି କରିଛନ୍ତି। ଗାଡ଼ିଗୁଡିକ ର ଟିକସ କିପରି ଭରଣା କରିବେ,ରକ୍ଷଣାବେକ୍ଷଣ କିପରି କରିବେ ତାହାକୁ ନେଇ ଚିନ୍ତାରେ ବସ ମାଲିକ ।କେବଳ ସେତିକି ନୁହେଁ ଦୀର୍ଘ ଦିନ ଧରି ଗାଡ଼ି ନ ଚାଲିଲେ ସେଗୁଡ଼ିକ ଖରାପ ହେବାର ଆଶଙ୍କା ରହିଛି ।
ତେବେ ବସ ମାଲିକଙ୍କ ଠାରୁ ବସ ଚଳାଚଳ ରେ ପ୍ରମୁଖ ଭୁମିକା ନିର୍ବାହ କରୁଥିବା ବସ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ଦୁର୍ଦଶା ଢେର ଅଧିକ ବଢି ଯାଇଛି ।ସହର ର ରାସ୍ତା କଡ଼ରେ ବସଗୁଡିକ ଧାଡି ହୋଇ ଠିଆ ଥିବା ବେଳେ ବାଦାମବାଡ଼ି ବସ ଷ୍ଟାଣ୍ଡ ସମ୍ପୂର୍ଣଣ୍ଣ ଖାଁ ଖାଁ ହୋଇପଡ଼ିଛି । ଏହାରି ଭିତରେ ଅନେକ ଡ୍ରାଇଭର ଏବଂ କଣ୍ଡକ୍ଟର କାମ ଧନ୍ଦା ନ ଥିବାରୁ ଗାଁ କୁ ଚାଲି ଯାଇଥିବା ବେଳେ କେତେ ଜଣ ଏବେ ବି କଟକ ରେ ରହିଛନ୍ତି।ଆଉ ସେମାନଙ୍କ ପାଇଁ ବାସ ଗୃହ ପାଲଟିଛି ସେଇ ବସ ।ଏପରି ଏକ ବସ ଭିତରେ ୨ଜଣ କଣ୍ଡକ୍ଟର୍ ଦୀର୍ଘ ମାସେ ରୁ ଅଧିକ ସମୟ ହେବ ରହି ଆସୁଛନ୍ତି।ସେମାନେ ବସ ଭିତରେ ରହୁଛନ୍ତି ।
ତା’ ନିକଟରେ ରୋଷେଇ କରି ଖାଉଛନ୍ତି ଆଉ ରାତିରେ ତାହାରି ଭିତରେ ହିଁ ଶୋଇ ପଡ଼ୁଛନ୍ତି । ସଞ୍ଚିତ ଟଙ୍କାକୁ ଜଗି ରଖି ଖର୍ଚ୍ଚ କରୁଛନ୍ତି। ଆଉ ଅପେକ୍ଷା କରି ରହିଛନ୍ତି କେବେ ଏହି ଦୁର୍ଦଶାର ଅନ୍ତ ହେବ । କେବେ ହଟିବ ସଟ୍ ଡାଉନ୍ ଓ ଲକ୍ ଡାଉନ । କେବେ ଚଳାଚଳ କରିବ ବସ । ଫଳରେ ସେମାନେ କିଛି ଟଙ୍କା ରୋଜଗାର କରି ପରିବାର ଲୋକଙ୍କ ନିକଟକୁ ପଠାଇ ପାରିବେ।ଅପର ପଟେ ଦୁର୍ଦିନରେ ଦିନ କାଟୂଥିବା ଏହି ବସ କର୍ମଚାରୀ ବସ ଡ୍ରାଇଭର,କଣ୍ଡକ୍ଟର ଓ ହେଲପର ଙ୍କୁ ଯଦି ସରକାର କିଛି କିଛି ଆର୍ଥିକ ସହାୟତା ଦିଅନ୍ତେ ତାହା ହେଲେ ସେମାନଙ୍କ ଅବସ୍ଥାରେ କିଛିଟା ସୁଧାର ଆସିପାରନ୍ତା ବୋଲି କହିଛନ୍ତି ବସ ମାଲିକ।
The post ଆଶା ଅଛି ବୋଲି ବସ୍ ଭିତରେ ପଡ଼ିକି ରହିଛୁ… appeared first on Odisha Reporter.
from Odisha Reporter https://ift.tt/2T3CIyk
No comments:
Post a Comment