ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କରୋନାରେ ସଂକ୍ରମିତ ହୋଇ ବ୍ରହ୍ମପୁରର ଅମ୍ରିତ ପ୍ରଧାନ ଚେନ୍ନାଇ ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଏଭଳି ଅବସ୍ଥା ପରେ ସମସ୍ତେ ଚିନ୍ତାରେ । ଘରେ ଦୁଃଖର ମାହୋଲ। ଏହାରି ଭିତରେ ସମସ୍ତେ ଅମ୍ରିତ କିଭଳି ସୁସ୍ଥ ହୋଇ ଫେରିବେ ସେଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଅମ୍ରିତଙ୍କ ପାଇଁ ସହାୟତା ପ୍ରଦାନ କରିବାକୁ ପରିବାର ବର୍ଗ ନିବେଦନ କରିଥିବା ବେଳେ ଏବେ ସୁଦ୍ଧା ୮୦ ଲକ୍ଷ ଟଙ୍କାର ସହାୟତା ସାରା ଭାରତ ବର୍ଷରୁ ଆସିଥିବା ଜଣାପଡ଼ିଛି ।
୨୪ ବର୍ଷୀୟ ଅମ୍ରିତଙ୍କ ଘର ହେଉଛି ବ୍ରହ୍ମପୁରରେ। ଗତ ମାସରେ ବାପା ଓ ମାଆ କରୋନାରେ ଆକ୍ରାନ୍ତ ହେବା ପରେ ଅମ୍ରିତ ସେମାନଙ୍କୁ ଡାକ୍ତର ପାଖକୁ ନେବା ସହ ଚିକିତ୍ସା କରିଥିଲେ । ବାପା, ମାଆ ଓ ଭଉଣୀ କରୋନାରୁ ସୁସ୍ଥ ହୋଇ ଫେରିଥିବା ବେଳେ ଅମ୍ରିତ କୋଭିଡ୍ରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ ଭୁବନେଶ୍ୱର ଏମ୍ସରୁ ଏୟାର ଲିଫ୍ଟ କରି ତାଙ୍କୁ ଚେନ୍ନାଇରେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏପଟେ ତାଙ୍କ ସ୍ୱାସ୍ଥ୍ୟା ଭଲ ହେବା ପାଇଁ ପୂଜା ପ୍ରାର୍ଥନା କରୁଛନ୍ତି ବନ୍ଧୁବାନ୍ଧବ। ମା ଦୁର୍ଗାଙ୍କ ନିକଟରେ ଅଖଣ୍ଡଦୀପ ଜାଳି ମାନସିକ କରୁଛନ୍ତି ତାଙ୍କ ମାଇଁ, ମାଉସୀ ଓ ସମସ୍ତ ପରିବାରବର୍ଗ । ସମସ୍ତେ ଏବେ ଦୁଃଖରେ କେବଳ ଭଗବାନଙ୍କୁ ଡାକୁଛନ୍ତି ।
ତାଙ୍କ ସମ୍ପର୍କୀୟ ବଡ଼ ଭାଇ ମଧ୍ୟ ଅମ୍ରିତଙ୍କ ଏଭଳି ସ୍ଥିତିରୁ କିଭଳି ଉଦ୍ଧାର ହେବେ ସେଥିପାଇଁ ରୀତିମତ ଚେଷ୍ଟା ଜାରି ରଖିଛନ୍ତି । ନିଜେ ଏକ ସାମାଜିକ ଅନୁଷ୍ଠାନରେ କାମ କରୁଥିବାରୁ ବିଭିନ୍ନ ସଂଗଠନ ସହାୟତାରେ ଅର୍ଥ ଯୋଗାଡ଼ ପାଇଁ ଲାଗିପଡ଼ିଛନ୍ତି । ଅମ୍ରିତଙ୍କ ପାଇଁ ଅର୍ଥ ସହ ଆଶିଷ ଭିକ୍ଷା କରି ଲୋକେ ସେମାନଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ ବି କରୁଛନ୍ତି ।
The post ଅମ୍ରିତ ପାଇଁ ଖର୍ଚ୍ଚ ହେବ ୨ କୋଟି, ସଂଗ୍ରହ ହେଲାଣି ୮୦ ଲକ୍ଷ: ସବୁଠି ପୂଜାପାଠ appeared first on Odisha Reporter.
from Odisha Reporter https://ift.tt/3gbOSNM
No comments:
Post a Comment