ଏୟାର ଆମ୍ବୁଲାନ୍ସରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ କୋଲକାତା ନିଆଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 8, 2021

ଏୟାର ଆମ୍ବୁଲାନ୍ସରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ କୋଲକାତା ନିଆଗଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏୟାରଲିଫ୍ଚ ହୋଇ ଚିକିତ୍ସା ପାଇଁ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ।

ଆଜି କଟକ ଅଶ୍ୱିନୀ ହସ୍ପିଟାଲରୁ ସ୍ପେଶାଲ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଅଣାଯାଇଥିଲା। ଏଥିପାଇଁ କଟକ ଅଶ୍ୱିନୀ ହସ୍‌ପିଟାଲରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା।

କଟକରୁ ଦିନ ଗୋଟାଏ ୧୦ ମିନିଟରେ ବାହାରିଥିଲା ଆମ୍ବୁଲାନ୍ସ। ବିମାନ ବନ୍ଦରରେ ୧ଟା ୪୦ ମିନିଟରେ ଏହା ପହଞ୍ଚିଥିଲା। ଏଠାରୁ ତାଙ୍କୁ ଏୟାର ଆମ୍ବୁଲାନସ ଯୋଗେ କୋଲକାତା ପଠାଯାଇଛି।

ଦେବାଶିଷ କରୋନାରେ ଆକ୍ରାନ୍ତ ହୋଇ କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ତେବେ ଅବସ୍ଥାରେ ଉନ୍ନତି ନ ଆସିବାରୁ ଉକ୍‌ମୋ ଚିକିତ୍ସା ପାଇଁ ତାଙ୍କୁ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ତାଙ୍କୁ କଟକରୁ କୋଲକାତା ଏୟାରଲିଫ୍ଟ କରାଯିବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରରେ କୌଣସି ସମସ୍ୟା କାରଣରୁ ଏହା ସମ୍ଭବପର ହୋଇ ନଥିଲା।

The post ଏୟାର ଆମ୍ବୁଲାନ୍ସରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ କୋଲକାତା ନିଆଗଲା appeared first on Odisha Reporter.



from Odisha Reporter https://ift.tt/3zcHL0c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages