ଶେଷ ହେଲା ଲକଡାଉନ୍, ଏଣିକି ୫ଟା ଯାଏ ଖୋଲିବ ଦୋକାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 8, 2021

ଶେଷ ହେଲା ଲକଡାଉନ୍, ଏଣିକି ୫ଟା ଯାଏ ଖୋଲିବ ଦୋକାନ

ପାଟଣା: ଦେଶରେ କରୋନା ସଂକ୍ରମଣ ମାମଲା ଲଗାତର କମିବାରେ ଲାଗିଛି। ବିହାରରେ ମଧ୍ୟ କରୋନା ମାମଲାରେ ହ୍ରାସ ପାଇବା ପରେ ଏଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକଡାଉନ୍ ଶେଷ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟରେ ଏବେ ସନ୍ଧ୍ୟା ୫ଟା ଯାଏ ଦୋକାନ ଖୋଲା ରହିବ। ସେହିପରି ପ୍ରାଇଭେଟ୍ ଓ ସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀ କାମ କରିପାରିବେ। ତେବେ ସରକାର ନାଇଟ୍ କର୍ଫ୍ୟୁ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ ଜାରି ରହିବ।

ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ଲକଡାଉନ୍ ଦ୍ୱାରା କରୋନା ଭାଇରସର ସଂକ୍ରମଣରେ ହ୍ରାସ ହୋଇଛି। ଏଥିପାଇଁ ରାଜ୍ୟରେ ଏବେ ଲକଡାଉନ୍ ଶଷ କରାଯାଉଛି। କିନ୍ତୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ୫୦ ପ୍ରତିଶତ ଉପସ୍ଥିତି ସହ ସରକାରୀ ଓ ପ୍ରାଇଭେଟ୍ ଏବଂ ଇଣ୍ଡିଭିଜୁଆଲ୍ ଅଫିସ୍ ଅପରାହ୍ଣ ୪ଟା ଯାଏ ଖୋଲା ରହିବ। ରାଜ୍ୟରେ ଦୋକାନ ଅପରାହ୍ଣ ୫ଟା ଯାଏ ଖୋଲା ରହିବ।

ମୁଖ୍ୟମନ୍ତ୍ରୀ ଆଉଏକ ଟୁଇଟ୍ କରି ଲେଖିଛନ୍ତି, ଅନଲାଇନରେ ପାଠପଢ଼ା କରାଯାଇପାରିବ। ଘରୋଇ ଯାନବାହାନ ଚଳାଚଳ କରିବାକୁ ଅନୁମତି ଦିଆଯିବ। ତେବେ ଏହି ବ୍ୟବସ୍ଥା ଆଗାମୀ ଏକ ସପ୍ତାହ ପାଇଁ ରହିବ। ଏବେବି ଭିଡ଼ରୁ ଦୂରେଇ ଦୂରେଇ ରହିବା ଆବଶ୍ୟକତା ରହିଛି।

ବିହାରରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବାର ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ମେ’ ୪ ତାରିଖରେ ରାଜ୍ୟରେ ଲକଡାଉନ୍ ଅବଧିକୁ ମେ’ ୧୫ ତାରିଖ ଯାଏ ବଢ଼ାଇଥିଲେ। ତେବେ ମାମଲା ନ କମିବାରୁ ଲକଡାଉନକୁ ମେ’ ୨୫ ଯାଏ ବଢ଼ାଯାଇଥିଲା ଏବଂ ପରେ ଏହାକୁ ମେ’ ୩୧ ଯାଏ ବୃଦ୍ଧି କରାଯାଇଥିଲା। ଏହା ପରେ ଜୁନ୍ ୮ ତାରିଖରେ ଲକଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ନିଆଗଲା।

ବିହାରରେ କରୋନା ସଂକ୍ରମଣ କାରଣରୁ ସୋମବାର ୪୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୫୪୨୪ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ରାଜ୍ୟରେ ଏବେ କରୋନାରେ ୮୨୩୦ ରୋଗୀ ଚିକିତ୍ସାଧୀନ ଅଛନ୍ତି।

The post ଶେଷ ହେଲା ଲକଡାଉନ୍, ଏଣିକି ୫ଟା ଯାଏ ଖୋଲିବ ଦୋକାନ appeared first on Odisha Reporter.



from Odisha Reporter https://ift.tt/2RvZU82

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages