ନୂଆଦିଲ୍ଲୀ: ଦେଶବାସୀଙ୍କୁ ମାଗଣାରେ ଟିକା ଦିଆଯିବ ଘୋଷଣା କରିବା ପରେ କେନ୍ଦ୍ର ସରକାର ଟିକାକରଣକୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି। ପୂର୍ବରୁ ୪୫+ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବା ବେଳେ ଏବେ ଜୁନ୍ ୨୧ଠାରୁ ସବୁ ବର୍ଗର ଲୋକଙ୍କର ମାଗଣାରେ ଟିକାକରଣ କରାଯିବ। ଏବେ ମାଗଣା ଟିକାକରଣକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି।
ଗାଇଡଲାଇନ ଅନୁଯାୟୀ, କେନ୍ଦ୍ର ସରକାର ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ଠାରୁ ସିଧାସଳଖ ନିଜର ୫୦% ଓ ରାଜ୍ୟ ୨୫% ଟିକା କିଣିବେ। ଏହାପରେ ଏହାକୁ ମାଗଣାରେ ରାଜ୍ୟମାନଙ୍କୁ ଯୋଗାଇ ଦେବେ। ବାକି ୨୫% ଟିକା ଘରୋଇ ହସ୍ପିଟାଲଗୁଡ଼ିକ ସିଧାସଳଖ ଉତ୍ପାଦନକାରୀଙ୍କ ଠାରୁ କିଣିପାରିବେ।
-ରାଜ୍ୟ ଗୁଡ଼ିକର ଜନସଂଖ୍ୟା ଓ ଟିକା ଅପଚୟକୁ ଦେଖି ଟିକା ଯୋଗାଣ କରାଯିବ। ଯେଉଁ ରାଜ୍ୟରେ ଟିକାର ଅପଚୟ ଯେତେ କମ ରହିବ, ସେହି ରାଜ୍ୟମାନଙ୍କୁ ସେତେ ଅଧିକ ଟିକା ଯୋଗାଣ କରାଯିବ। ଟିକା ଅଚୟନ ଅଧିକ ହେଲେ ଟିକା ଯୋଗାଣ ହ୍ରାସ ପାଇବ।
-ରାଜ୍ୟଗୁଡ଼ିକର ଜନସଂଖ୍ୟା ସହ ରୋଗୀଙ୍କ ଅନୁପାତ ଓ ଟିକାକରଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଟିକା ଦେବେ।
-୧୮ ବର୍ଷରୁ ଅଧିକ ବୟସ୍କ କେଉଁମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ, ସେକଥା ରାଜ୍ୟ ସରକାର ସ୍ଥିର କରିବେ।
– ଘରୋଇ ଟିକା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ସିଧାସଳଖ ପ୍ରାଇଭେଟ ହସ୍ପିଟାଲକୁ ଟିକା ଯୋଗାଇ ଦେବେ। ହସ୍ପିଟାଲଗୁଡ଼ିକ ସର୍ଭିସ ଚାର୍ଜ ବାବଦରେ ୧୫୦ ଟଙ୍କା ନେବେ। ଟିକାର ମୂଲ୍ୟ ସହ ସର୍ଭିସ ଚାର୍ଜ ଯୋଡ଼ା ଯିବ।
-ରାଜ୍ୟଗୁଡ଼ିକୁ କେତେ ଟିକା ମିଳିବ, ସେକଥା କେନ୍ଦ୍ର ସରକାର ଆଗୁଆ ଅବଗତ କରିବେ।
-ରାଜ୍ୟଗୁଡ଼ିକ ମଧ୍ୟ ଜିଲ୍ଲାକୁ କେତେ ଟିକା ପଠାଇବେ, ସେକଥା ଆଗୁଆ ଜଣାଇବେ।
-କେଉଁ ଜିଲ୍ଲାରେ ଓ କେଉଁ ଟିକାକରଣ କେନ୍ଦ୍ରରେ କେତେ ପରିମାଣର ଟିକା ଉପଲବ୍ଧ ରହିଛି, ସେକଥା ପବ୍ଲିକ ଡୋମେନରେ ରହିବ।
-ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ପରେ ସମ୍ମୁଖ ଯୋଦ୍ଧା, ୪୫+ ବ୍ୟକ୍ତି ଓ ଶେଷରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ।
-କାହାର କେତେ ଆୟ ନ ଦେଖି ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ।
-ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନାବକୁ ପ୍ରୋତ୍ସାହିତ କରାଯିବ।
-କୋ-ୱିନ ସହ ଅନସାଇଟ ପଞ୍ଜୀକରଣ ବ୍ୟବସ୍ଥା ରହିବ।
-ପ୍ରି ବୁକିଂ ପାଇଁ କଲ ସେଣ୍ଟରର ବ୍ୟବସ୍ଥା କରାଯିବ।
-ଜୁନ୍ ୨୧ରୁ ଏହି ନୂଆ ଗାଇଡଲାଇନ ଜାରି ହେବ।
The post ମାଗଣା ଟିକା ଘୋଷଣା ପରେ ଜାରି ହେଲା ନୂଆ ଗାଇଡଲାଇନ appeared first on Odisha Reporter.
from Odisha Reporter https://ift.tt/3ctffh8
No comments:
Post a Comment