ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 30, 2021

ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୦୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୭୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୧୨ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୪ ଜଣ ଥିବା ବେଳେ କଟକରୁ ୪୬୨, ବାଲେଶ୍ୱର ୨୪୬, ଯାଜପୁରରୁ ୨୦୫, ପୁରୀରୁ ୧୮୯, ମୟୂରଭଞ୍ଜରୁ ୧୫୪, ଭଦ୍ରକରୁ ୧୪୫ ଓ ନୟାଗଡ଼ ଜିଲ୍ଲାରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳ ଜିଲ୍ଲାରୁ ୭୮ ଜଣ ଚିହ୍ନଟ ହୋଇଥିବା ବେଳେ ବର ଗଡ଼ରୁ ୩୬, ବଲାଙ୍ଗିରରୁ ୨୧, ବୌଦ୍ଧରୁ ୩୫, ଦେବଗଡ଼ରୁ ୩, ଢେଙ୍କାନାଳରୁ ୯୫, ଗଜପତିରୁ ୧୬, ଗଞ୍ଜାମରୁ ୨୨, ଜଗତସିଂହପୁରରୁ ୬୦, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧୭, କନ୍ଧମାଳରୁ ୨୮, କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୭୨, କୋରାପୁଟରୁ ୭୭, ମାଲକାନଗିରିରୁ ୮୪, ନବରଙ୍ଗପୁରରୁ ୩୫, ନୂଆପଡ଼ାରୁ ୬, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୩୧, ସୋନପୁରରୁ ୨୪ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୯୭ ଜଣ ଚିହ୍ନଟ ହୋଇଛନ୍ତି।

୪୫ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରର ୪ ଜଣ ଲେଖାଏଁ, ବରଗଡ଼ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ଏବଂ ଅନୁଗୋଳ, ସମ୍ବଲପୁର ଓ କଟକ ଜିଲ୍ଲାରୁ ୨ ଜଣ ଲେଖାଏଁ ଅଛନ୍ତି। ସେହିପରି ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳ ଜିଲ୍ଲାରେ ୧୭୭,ବାଲେଶ୍ୱରରେ ୧୩୨, ବରଗଡ଼ରେ ୧୪୧, କଟକରେ ୨୮୭, ଢେଙ୍କାନାଳରେ ୬୫, ଗଞ୍ଜାମରେ ୩୪୧, ଯାଜପୁରରେ ୪୨, ଝାରସୁଗୁଡ଼ାରେ ୧୨୩, କେନ୍ଦୁଝରରେ ୭୨, ମୟୂରଭଞ୍ଜରେ ୧୨୯, ନବରଙ୍ଗପୁରରେ ୪୫, ନୟାଗଡ଼ରେ ୯୯, ପୁରୀରେ ୨୩୪, ସମ୍ବଲପୁରରେ ୧୨୧ ଓ ସୁନ୍ଦରଗଡ଼ ଜିଲ୍ଲାରେ ୩୫୬କୁ ବୃଦ୍ଧି ପାଇଛି।

୩୦୮୭ଟି ନୂଆ ମାମଲା ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୭୭ ହଜାର ୫୪୦ ଜଣ ସୁସ୍ଥ ହୋଇସାରିଛନ୍ତି। ୩୧ ହଜାର ୨୩୧ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3AgYxvx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages