ନୂଆଦିଲ୍ଲୀ: ଭାରତର ଟିକା କମ୍ପାନୀ ଜାୟଡସ କ୍ୟାଡିଲାର କୋଭିଡ ଟିକା (Zycov d)ର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି। ଏହାପରେ କେନ୍ଦ୍ର ସରକାରଙ୍କ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆକୁ Zycov d କୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମାଗିଛି ଜାୟଡସ କ୍ୟାଡିଲା। ଯଦି ଏହି ଟିକାକୁ କେନ୍ଦ୍ର ସରକାର ଅନୁମତି ଦେବେ ତାହେଲେ ଦେଶର ଟିକାକରଣ ପ୍ରକ୍ରିୟା ଆହୁରି ଜୋରଦାର ହୋଇପାରିବ। ଜାୟଡସ କ୍ୟାଡିଲା ବାର୍ଷିକ ୧୨୦ ନିୟୁତ ଟିକା ଉତ୍ପାଦନ କରିବାର କ୍ଷମତା ରଖିଛି।
ଦେଶରେ ଏପ୍ରିଲ-ମେରେ କୋଭିଡ ଆତଙ୍କ ସୃଷ୍ଟି କରିଥିଲା। ଏହି ସମୟରେ ଅନେକ ଲୋକ କୋଭିଡରେ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି। କୋଭିଡ ସଂକ୍ରମଣ ଜନିତ ଗୁରୁତର ଅବସ୍ଥାକୁ ରୋକିବାକୁ ହେଲେ ଟିକାକରଣ ସବୁଠୁ ବଡ଼ ପଦକ୍ଷେପ। ତେଣୁ ସାରା ବିଶ୍ୱ ଏବେ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି। ଭାରତରେ ଯଦିଓ କୋଭିଡର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହୋଇଛି। ହେଲେ ସମ୍ଭାବ୍ୟ ତୃତୀୟ ଲହର ସମସ୍ତଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ରହିଛି। ଏଭଳି ପରିସ୍ଥିତିରେ ସାରା ଦେଶ କିଭଳି ବର୍ଷ ଶେଷ ସୁଦ୍ଧା ଟିକାକରଣ ହେବ ସେ ନେଇ କେନ୍ଦ୍ର ଗୁରୁତ୍ୱ ଦେଉଛି।
ଭାରତ ସରକାର ଯଦି ଜାୟଡସ କ୍ୟାଡିଲାକୁ ଅନୁମତି ଦେବେ ତାହେଲେ ଏହା ୫ମ କମ୍ପାନୀ ଭାବରେ ଅନୁମତି ପାଇବ। ଏହା ପୂର୍ବରୁ ପ୍ରଥମେ ଲଣ୍ଡନର ଆଷ୍ଟ୍ରାଜେନିକାର ପ୍ୟାଟେଣ୍ଟକୁ ନେଇ ଭାରତରେ ତିଆରି ହୋଇଥିବା କୋଭିଶିଲ୍ଡ ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ଏହାପରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଏବଂ କେନ୍ଦ୍ରର ଆଇସିଏମଆରର ମିଳିତ ଉଦ୍ୟମରେ ତିଆରି ହୋଇଥିବା କୋଭାକ୍ସିନ, ପରେ ଋଷିଆର ସ୍ପୁଟନିକ୍ ଭି ଏବଂ ଆମେରିକାର ମୋର୍ଡେର୍ଣ୍ଣା ଟିକାକୁ ଭାରତ ଅନୁମତି ଦେଇଛି।
ଜାୟଡସ କ୍ୟାଡିଲାର କ୍ଲିନିକାଲ ଟ୍ରାଏଲ ରିପୋର୍ଟ ଅନୁଯାୟୀ ଏହା ନିରାପଦ। ଏହି ଟିକାକୁ ୨୮ ହଜାରରୁ ଅଧିକ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ପରୀକ୍ଷା କରାଯାଇଥିଲା। ଯାହାର ରିପୋର୍ଟ ସକାରାତ୍ମକ ରହିଛି। ସେହିପରି ୨ରୁ ୧୮ ବର୍ଷ ପିଲାଙ୍କ କ୍ଷେତ୍ରରେ ମଧ୍ୟରେ ଏହି ଟିକର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଥିବା କମ୍ପାନୀ କହିଛି। ଏହି ଟିକା ଡେଲଟା ଭାରିଆଣ୍ଟ କ୍ଷେତ୍ରରେ ମଧ୍ୟ ପ୍ରଭାବୀ ବୋଲି ଜଣାପଡ଼ିଛି।
The post ଜରୁରୀକାଳୀନ ବ୍ୟବହାର ପାଇଁ ଜାୟଡସ କ୍ୟାଡିଲା ମାଗିଲା ଅନୁମତି appeared first on Odisha Reporter.
from Odisha Reporter https://ift.tt/3dwuQgj
No comments:
Post a Comment