ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଜିତିଲେ କେତେ ଟଙ୍କା ଦେବ ଆଇସିସି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଜିତିଲେ କେତେ ଟଙ୍କା ଦେବ ଆଇସିସି?

ଦୁବାଇ: ଜୁନ୍‌ ୧୮ ତାରିଖରୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ। ଇଂଲଣ୍ଡର ସାଉଥାମ୍ପଟନରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇବେ। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଆଇସିସି ବିଜୟୀ ଓ ରନର୍ସ ଅପ ଦଳ ପାଇଁ ପୁରସ୍କାର ଘୋଷଣା କରିଛି।

ଫାଇନାଲରେ ବିଜୟୀ ଦଳକୁ ଆଇସିସି ଟ୍ରଫି ସହ ୧.୬ ମିଲିୟନ ଡଲାରର ଅର୍ଥ ରାଶି ପ୍ରଦାନ କରିବ। ସେହିପରି ରନର୍ସ ଅପ ଦଳକୁ ୮୦୦,୦୦୦ ଡଲାରର ଅର୍ଥ ରାଶି ମିଳିବ। ଯଦି ମ୍ୟାଚ୍‌ ଡ୍ର ରହିବ, ତା’ହେଲେ ପୁରସ୍କାର ଅର୍ଥକୁ ଦୁଇ ଦଳ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯିବ।

ରୋଜ୍‌ ବାଉଲରେ ପ୍ରଥମଥର ପାଇଁ ଆଇସିସି ପକ୍ଷରୁ ଆୟୋଜିନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳାଯିବ। ବିଗତ ୨ ବର୍ଷ ମଧ୍ୟରେ ୯ଟି ଦଳକୁ ନେଇ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକୁ ମିଳିଥିବା ପଏଣ୍ଟ ଆଧାରରେ ଶ୍ରେଷ୍ଠ ଦୁଇଟି ଟିମ୍‌ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ ଟିକେଟ ହାସଲ କରିଛନ୍ତି।

ଆଇସିସି କହିଛି ଯେ କେବଳ ବିଜୟୀ କିମ୍ବା ରନର୍ସ ଅପ ନୁହନ୍ତି, ତୃତୀୟ ଠାରୁ ଆରମ୍ଭ କରି ୫ମ ଓ ଅନ୍ୟାନ୍ୟ ଦଳକୁ ମଧ୍ୟ ଆର୍ଥିକ ପୁରସ୍କାର ମିଳିବ। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ଦଳକୁ ୪୫୦,୦୦୦ ଡଲାରର ଆର୍ଥିକ ସହାୟତା ମିଳିବ।

ସେହିପରି ୪ର୍ଥ ସ୍ଥାନରେ ଥିବା ଦଳକୁ ୩୫୦,୦୦୦ ଡଲାର ଓ ୫ମ ସ୍ଥାନରେ ଥିବା ଦଳକୁ ୨୦୦,୦୦୦ ଡଲାର ଦିଆଯିବ। ବାକି ୪ଟି ଦଳକୁ ୧୦୦,୦୦୦ ଡଲାର ଲେଖାଏ ଆଇସିସି ପକ୍ଷରୁ ପୁରସ୍କାର ବାବଦରେ ଦିଆଯିବ।

ପୂର୍ବରୁ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷରେ ରହିଥିବା ଟିମ୍‌କୁ ଯେଉଁ ଟ୍ରଫି ଦିଆଯାଉଥିଲା ଏବେ ଚାମ୍ପିୟନଶିପ ଫାଇନାଲରେ ଜିତିବାକୁ ଥିବା ଦଳକୁ ଏହା ଦିଆଯିବ।

The post ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଜିତିଲେ କେତେ ଟଙ୍କା ଦେବ ଆଇସିସି? appeared first on Odisha Reporter.



from Odisha Reporter https://ift.tt/3pRWOYW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages