ବମ୍ବେ : ରାକ୍ଷୀ ସାୱନ୍ତ, ରାହୁଲ ମହାଜନ, ରତନ ରାଜପୁତ ଓ ଶହନାଜ ଗିଲଙ୍କ ପରେ ଏଥର ଛୋଟ ପରଦାରେ ସ୍ୱୟଂବର ରଚିବେ ଆଉ ଜଣେ ଅଭିନେତ୍ରୀ। ସେ ହେଉଛନ୍ତି ‘ବିଗ୍ ବସ୍’ ଫେମ୍ ଅଭିନେତ୍ରୀ ଆର୍ଶୀ ଖାନ୍। ଖୁବ୍ଶୀଘ୍ର ଘର ସଂସାର କରିବାକୁ ନିଷ୍ପତ୍ତି ନେଇଥିବା ଆର୍ଶୀ ସ୍ୱୟଂବର ମାଧ୍ୟମରେ ଜୀବନ ସାଥୀ ବାଛିବେ ବୋଲି କହିଛନ୍ତି।
ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋର ସ୍ୱୟଂବର ହେବ। ଏହା ଫାଇନାଲ ହୋଇସାରିଛି। କିନ୍ତୁ କେଉଁ ଟେଲିଭିଜନ୍ ଚ୍ୟାନେଲ୍ରେ ଏହାର ପ୍ରସାରଣ ହେବ, ତାହା ସ୍ଥିର ହୋଇନାହିଁ।
ଆର୍ଶୀ କହିଛନ୍ତି, ଏବେ ଚାରିଆଡେ କରୋନା ମହାମାରୀ ଯୋଗୁ ଶୁଟିଂ ଆରମ୍ଭ କରାଯାଇପାରୁନି l ସ୍ଥିତି ସାମାନ୍ୟ ହେଲେ ତଥା କୌଣସି ଚ୍ୟାନେଲ ଠାରୁ ଅନୁମତି ମିଳିଲେ କାମ ଆରମ୍ଭ ହୋଇଯିବ।
ଏହି ଶୋ’କୁ ରାହୁଲ ମହାଜନ ହୋଷ୍ଟ କରିବେ ବୋଲି ଶୁଣାଯାଉଛି। କିନ୍ତୁ ଆର୍ଶୀ କହିଛନ୍ତି, ଏନେଇ କିଛି ନିଷ୍ପତ୍ତି ହୋଇନାହିଁ। ଅନ୍ୟପକ୍ଷରେ ରାହୁଲ କହିଛନ୍ତି ଯେ ତାଙ୍କୁ ଏନେଇ କିଛି ଅଫର ଆସିନି। ଯଦି ଅଫର ଆସେ, ତା’ହେଲେ ସେ ନିଶ୍ଚିତ ଭାବେ ସେଥିରେ ଅଂଶ ଗ୍ରହଣ କରିବେ।
ସୂଚନାଯୋଗ୍ୟ, ଆର୍ଶୀ ଓ ରାହୁଲ ‘ବିଗ୍ ବସ୍-୧୪’ରେ ସାମିଲ ହୋଇଥିଲେ। ଉଭୟ ବହୁତ ଭଲ ସାଙ୍ଗ ମଧ୍ୟ।
The post ଛୋଟ ପରଦାରେ ସ୍ୱୟଂବର ରଚିବେ ଏହି ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/3cFHLMq
No comments:
Post a Comment