ପୂର୍ବତନ ପାକ୍‌ କ୍ରିକେଟରଙ୍କ ବଡ଼ ବୟାନ: ବ୍ୟାନ୍‌ରୁ ବଞ୍ଚିବା ପାଇଁ ଅଶ୍ୱିନ କରିଥିଲେ ଏମିତି କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ପୂର୍ବତନ ପାକ୍‌ କ୍ରିକେଟରଙ୍କ ବଡ଼ ବୟାନ: ବ୍ୟାନ୍‌ରୁ ବଞ୍ଚିବା ପାଇଁ ଅଶ୍ୱିନ କରିଥିଲେ ଏମିତି କାମ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ସ୍ପିନର ସୟିଦ ଅଜମଲ ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ର ଅଶ୍ୱିନଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ବ୍ୟାନ୍‌ରୁ ବର୍ତ୍ତିବା ପାଇଁ ଅଶ୍ୱିନ କୁଆଡ଼େ ୬ ମାସ ଯାଏ ଅନ୍ତର୍ଜାତୀୟ କ୍ରିକେଟରୁ ନିଜକୁ ଦୂରେଇ ରଖିଥିଲେ ବୋଲି ସେ ଦାବି କରିଛନ୍ତି।

ଅଶ୍ୱିନଙ୍କ ବୋଲିଂ ଆକ୍ସନକୁ ନେଇ ଆଇସିସି ସନ୍ଦେହ ପ୍ରକାଶ କରିଥିଲା। ଏପରି କି ତାଙ୍କୁ ବ୍ୟାନ କରିବାକୁ ମଧ୍ୟ ଯୋଜନା କରିଥିଲା। ଏଥିରୁ ବର୍ତ୍ତିବା ପାଇଁ ସେ ୬ ମାସ ବ୍ରେକ ନେଇଥିଲେ ଓ ନିଜର ବୋଲିଂ ଶୈଳୀ ପରିବର୍ତ୍ତନ କରି ମୈଦାନକୁ ଫେରିଥିଲେ ବୋଲି ଅଜମଲ କହିଛନ୍ତି।

ନିଜର ତ୍ରୁଟିପୂର୍ଣ୍ଣ ଆକ୍ସନ ପାଇଁ ବ୍ୟାନ ହୋଇଥିବା ଅଜମଲ କହିଛନ୍ତି, ବ୍ୟାଟମ୍ୟାନ ଓ ଦ୍ରୁତ ବୋଲରଙ୍କୁ ପ୍ରଦତ୍ତ ନିୟମ ସହାୟକ କରୁଥିବା ବେଳେ ସ୍ପିନରମାନଙ୍କ ପାଇଁ ୧୫ ଡିଗ୍ରୀ ଆର୍ମ ବେଣ୍ଡିଂ ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଆଇସିସି କାହା ସହ ପରାମର୍ଶ ନ କରି ନିଜ ଇଚ୍ଛାରେ ନିୟମ ବଦଳାଇ ଦେଇଥିଲା। ମୁଁ ୮ ବର୍ଷ ଧରି କ୍ରିକେଟ ଖେଳି ଆସୁଥିଲି। ବୋଧେ ସେ ସବୁ ନିୟମ ମୋ ପାଇଁ ପ୍ରସ୍ତୁତ କରାଯାଇଥିଲା।

ନୂଆ ନିୟମ ସମୟରେ ଅଶ୍ୱିନ କ୍ରିକେଟରୁ ୬ ମାସ ଦୂରରେ ରହିଥିଲେ। କାହିଁକି ଏପରି ହେଲା? ଏହି ସମୟରେ ତୁମମାନେ ନିଜ ତ୍ରୁଟି ଉପରେ କାମ କରିବ ଓ ତୁମମାନଙ୍କର ବୋଲଙ୍କୁ ବ୍ୟାନରୁ ବଞ୍ଚାଇବ। ସେମାନେ ପାକିସ୍ତାନ ବୋଲର ବ୍ୟାନ ହେଲେ ଆଦୌ ବ୍ୟସ୍ତ ହୁଅନ୍ତି ନାହିଁ। ସେମାନେ କେବଳ ଟଙ୍କା କଥା ଚିନ୍ତା କରନ୍ତି ବୋଲି ଅଜମଲ କହିଛନ୍ତି।

ନିକଟରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଅଶ୍ୱିନ ଆଇସିସିକୁ ତା’ର ୧୫ ଡିଗ୍ରୀ ନିୟମକୁ କୋହଳ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଏହାକୁ ଅଶ୍ୱିନ ଅଗ୍ରାହ୍ୟ କରିବା ସହ ସେ ଏପରି କୌଣସି ପରାମର୍ଶ ଦେଇ ନଥିବା କହିଥିଲେ। ଅଶ୍ୱିନ ୭୮ଟି ଟେଷ୍ଟରେ ଭାରତ ପାଇଁ ୪୦୯ଟି ୱିକେଟ ନେଇଛନ୍ତି। ସେ ୩୦ଥର ୫ଟି ୱିକେଟ ଓ ୭ଥର ୧୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି।

The post ପୂର୍ବତନ ପାକ୍‌ କ୍ରିକେଟରଙ୍କ ବଡ଼ ବୟାନ: ବ୍ୟାନ୍‌ରୁ ବଞ୍ଚିବା ପାଇଁ ଅଶ୍ୱିନ କରିଥିଲେ ଏମିତି କାମ appeared first on Odisha Reporter.



from Odisha Reporter https://ift.tt/3vkf2n3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages