ପରକିୟାପ୍ରୀତି ପାଇଁ ମହିଳାଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ପରକିୟାପ୍ରୀତି ପାଇଁ ମହିଳାଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଲେ

କୋଲକାତା: ବିବାହ ପରେ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଛି। ମହିଳା ଜଣଙ୍କ ପରକିୟାପ୍ରୀତି ରଖିଥିବା ଅଭିଯୋଗରେ ଗାଁର କିଛି ଲୋକ ତାଙ୍କୁ ଘରୁ ଘୋଷାଡ଼ି ଆଣି ମାଡ଼ ମାରିବା ସହ ଉଲଗ୍ନ କରି ରାସ୍ତାରେ ବୁଲାଇଛନ୍ତି।

ଏହି ଘଟଣାର ଦୃଶ୍ୟକୁ କ୍ୟାମେରାରେ କଏଦ କରାଯାଇଛି। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗରେ ଜଣେ ଆଦିବାସୀ ମହିଳାଙ୍କ ସହ ଏପରି କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ସୂଚନା ଅନୁଯାୟୀ, ଅଲୀପୁରଦୁଆର ଜିଲ୍ଲାରେ ଥିବା ଗୋଟିଏ ଗାଁରେ ଜୁନ୍‌ ୯ରେ ଏହି ଘଟଣା ଘଟିଥିଲା। ତେବେ ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ରବିବାର ରାତିରେ ପୂରା ଘଟଣା ସାମ୍ନାକୁ ଆସିଛି।

ପରକିୟାପ୍ରୀତି ଯୋଗୁ ମହିଳା ଜଣଙ୍କ ୬ ମାସ ତଳେ ତାଙ୍କୁ ସାମ୍ବୀଙ୍କୁ ଛାଡ଼ି ଦେଇଥିଲେ। ଗତ ସପ୍ତାହରେ ସେ ଘରକୁ ଫେରିଥିଲେ। ଏକଥା ଜଣାପଡ଼ିବା ପରେ ଗାଁର କିଛି ଲୋକ ବୁଧବାର ରାତିରେ ମହିଳାଙ୍କ ଘର ପାଖରେ ପହଞ୍ଚିଥିଲେ। ସେମାନେ ମହିଳାଙ୍କୁ ଘର ଭିତରୁ ଘୋଷାଡ଼ି ଆଣି ପ୍ରଥମେ ମାଡ଼ ମାରିଥିଲେ। ତାଙ୍କ ଉପରେ ପାଣି ଢାଳିବା ସହ ଦଣ୍ଡସ୍ୱରୂପ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଥିଲେ।

ଘଟଣା ପରେ ମହିଳା ଜଣଙ୍କ ଗାଁରୁ ଚାଲି ଯାଇଥିଲେ। କେହି ମଧ୍ୟ ପୁଲିସ୍‌କୁ ଘଟଣା ସମ୍ପର୍କରେ ଖବର ଦେଇ ନଥିଲେ। କିନ୍ତୁ ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଛନ୍ତି। ମହିଳା ଜଣଙ୍କ ତାଙ୍କ ବାପ ଘର ଆସାମରେ ରହୁଥିବା ପୁଲିସ୍‌ ଜାଣିବା ପରେ ସ୍ୱାମୀଙ୍କ ସହାୟତାରେ ଗାଁକୁ ଆଣିଥିଲା।

ପୁଲିସ୍‌ ବୁଝାସୁଝା କରିବା ପରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ଏଫଆଇଆର ରୁଜୁ କରିବା ସହ ଅଭିଯୁକ୍ତମାନଙ୍କ ନାଁ ଉଲ୍ଲେଖ କରିଥିଲେ। ପୁଲିସ୍‌ ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି ୫ ଜଣ ଫେରାର ଅଛନ୍ତି।

The post ପରକିୟାପ୍ରୀତି ପାଇଁ ମହିଳାଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଲେ appeared first on Odisha Reporter.



from Odisha Reporter https://ift.tt/3gxzL1l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages