ନୂଆଦିଲ୍ଲୀ: ଜଣେ ୬୨ ବର୍ଷୀୟ ବୃଦ୍ଧାଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରାଯାଇଛି। ତାଙ୍କୁ ଜଣେ ବ୍ୟକ୍ତି ଯୌନ ନିର୍ଯାତନା ଦେବାରେ ୨୦ରୁ ଅଧିକ ଥର ଛୁରୀ ଭୁସି ହତ୍ୟା କରିଛନ୍ତି। ପୁଲିସ୍ କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଏହି ଘଟଣା ଘଟିଛି। ଦିଲ୍ଲୀ ଗୋଟିଏ ହସ୍ପିଟାଲରୁ ବୃଦ୍ଧାଙ୍କ ସମ୍ପର୍କରେ ପୁଲିସ୍ ଖବର ପାଇବା ପରେ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୁଲିସ୍ ଅଧିକାରୀ ପ୍ରିୟଙ୍କା କଶ୍ୟପ କହିଛନ୍ତି, ପୁଲିସ୍ ଖବର ପାଇ ହସ୍ପିଟାଲରେ ପହଞ୍ଚଥିଲା। ପୀଡ଼ିତାଙ୍କ ଗଳା କଟା ଯାଇଥିବା ବେଳେ ତାଙ୍କ ପେଟରେ ଏକାଧିକ କ୍ଷତଚିହ୍ନ ରହିଥିଲା। ହସ୍ପିଟାଲକୁ ଆସିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ପୁଲିସ୍ ୩୦୨ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ରାସ୍ତାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବା ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ତାକୁ ଧରିବା ପରେ ସେ ଅପରାଧ ଘଟାଇଥିବା ସ୍ୱୀକାର କରିଛି। ପୁଲିସ୍ ହତ୍ୟାରେ ବ୍ୟବହୃତ ଛୁରୀକୁ ମଧ୍ୟ ଜବତ କରିଛି।
ଅଭିଯୁକ୍ତ ଜଣଙ୍କ ପ୍ରଥମେ ବୃଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ପରେ ତାଙ୍କ ବେକକୁ କାଟି ଦେଇଥିଲା। ଏହାପରେ ଛୁରୀରେ ବାରମ୍ବାର ପେଟକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କ ପ୍ରାୟବାୟୁ ଉଡ଼ି ଯାଇଥିଲା। ବୃଦ୍ଧାଙ୍କ ପୁଅ ଡ୍ୟୁଟି ସାରି ଘରକୁ ଫେରିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ମା’ ଘର ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବୃଦ୍ଧାଙ୍କ ଘର ବିହାରର ବେଗୁସରାଇରେ ହୋଇଥିବା ବେଳେ ଦିଲ୍ଲୀରେ ସେ ନିଜ ପୁଅ ଓ ନାତିଙ୍କ ସହ ରହୁଥିଲେ। ସେ ଘର ପାଖରେ ପରିବା ବିକ୍ରି କରିନ୍ତି।
The post ଯୌନ ନିର୍ଯାତନା ପରେ ବୃଦ୍ଧାଙ୍କୁ ୨୦ ଥର ଛୁରୀ ଭୁସି ହତ୍ୟା appeared first on Odisha Reporter.
from Odisha Reporter https://ift.tt/3ws90BY
No comments:
Post a Comment