ରାଜ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଆ ଅଭିନେତା ସେକ୍ସପିୟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ରାଜ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଆ ଅଭିନେତା ସେକ୍ସପିୟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ କୁନ୍ଦ୍ରାଙ୍କ ଲିଙ୍କରେ ଓଡ଼ିଆ ଅଭିନେତା ସେକ୍ସପିୟର ତ୍ରିପାଠୀ । କୁନ୍ଦ୍ରାଙ୍କ ଏକାଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ତେବେ ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ସେକ୍ସପିୟର । ହଟ୍ ସଟ୍ ଆପ ପାଇଁ ନିର୍ମିତ ଦୁଇଟି ଫିଲ୍ମ ପେଜ୍-ଥ୍ରୀ ଓ ସୁର ତାଲରେ ଅଭିନୟ କରିଛନ୍ତି ସେକ୍ସପିୟର।  ଉଭୟ ଫିଲ୍ମରେ କୌଣସି ଅଶ୍ଲୀଳ ଦୃଶ୍ୟ ନଥିବା ସେକ୍ସପିୟର ସଫେଇ ଦେଇଛନ୍ତି । ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ କଟକ ଆସିଥିବା ସେକ୍ସପିୟର ତ୍ରିପାଠୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ସୂଚନା ଅନୁଯାୟୀ, ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗତ ସୋମବାର ଗିରଫ କରାଯାଇଥିଲା।

୨୦୧୯ରୁ ରାଜ କୁନ୍ଦ୍ରା ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଥିବା ନେଇ ଯାଞ୍ଚ କରୁଥିବା ପୁଲିସ ଅଧିକାରୀ କହିଛନ୍ତି।  ମୁମ୍ବାଇର ଅନ୍ଧେରି ୱେଷ୍ଟରେ ଥିବା ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ବେଳେ କ୍ରାଇମ ବ୍ରାଞ୍ଚ ଅଶ୍ଳୀଳ ଚଳଚ୍ଚିତ୍ରକୁ ନେଇ ଅଧିକ ତଥ୍ୟ ହାସଲ କରିଛି | ଏହା ସହ ଏକାଧିକ ତଥ୍ୟକୁ ଡିଲିଟ କରାଯାଇଛି ଏବଂ ଏହାକୁ ହାସଲ କରିବା ପାଇଁ ସମୟ ଲାଗିବ ବୋଲି କହିଛି କ୍ରାଇମବ୍ରାଞ୍ଚ |

The post ରାଜ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଆ ଅଭିନେତା ସେକ୍ସପିୟର appeared first on Odisha Reporter.



from Odisha Reporter https://ift.tt/3zwA6Jp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages