ପେଗାସସ ତଥ୍ୟ ଚୋରି କରେନି ବରଂ ଲୋକଙ୍କୁ ସୁରକ୍ଷା ଦିଏ: ଏନଏସଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ପେଗାସସ ତଥ୍ୟ ଚୋରି କରେନି ବରଂ ଲୋକଙ୍କୁ ସୁରକ୍ଷା ଦିଏ: ଏନଏସଓ

ଜେରୁଜେଲମ: ପେଗାସସ ଭାଇରସ ଜରିଆରେ ସରକାର ଲୋକଙ୍କ ମୋବାଇଲରୁ ବ୍ୟକ୍ତିଗତ ତଥ୍ୟ ଚୋରି କରୁଛନ୍ତି। ଏଭଳି କିଛି ଅଭିଯୋଗ ଆସିଛି ଭାରତ ସମେତ ବିଭିନ୍ନ ଦେଶର ସରକାର ଉପରେ। ନିକଟରେ ଆମେନିସଟି ଇଣ୍ଟରନ୍ୟାସନାଲ(Amnesty International) ଏହି ଦାବି କରିଥିଲା। ପରେ ବିଭିନ୍ନ ଅନ୍ତର୍ଜାତୀୟ ମିଡିଆରେ ଏହି ଖବର ପ୍ରକାଶିତ ହୋଇଛନ୍ତି। ବିବାଦ ବଢ଼ୁଥିବା ଦେଖି ପେଗାସସ ସଫ୍ଟଓ୍ୱୟାର କମ୍ପାନୀର ନିର୍ମାତା ଇସ୍ରାଏଲର ଏନଏସଓ ପ୍ରତିକ୍ରିୟା ରଖି ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଉଥିବା ଅଭିଯୋଗକୁ ଖାରଜ କରିଛି। କମ୍ପାନୀ କହିଛି ଏହି ସଫ୍ଟଓ୍ୱୟାର କାହା ମୋବାଇଲର ଡାଟା ଚୋରି କରେ ନାହିଁ। ବରଂ ଏହି ସଫ୍ଟଓ୍ୱୟାର ଏକ ଏପରି ଟେକ୍ନୋଲଜିରେ ତିଆରି ହୋଇଛି ଯାହାକି ସାରା ବିଶ୍ୱକୁ ସୁରକ୍ଷିତ ରଖିପାରିବ।

ଏନଏସଓ କହିଛି ଏହି ସଫ୍ଟଓ୍ୱୟାର ପାଇଁ ରାତିରେ ଲୋକମାନେ ଭଲ ଭାବରେ ଶୋଇ ପାରୁଛନ୍ତି ଏବଂ ରାସ୍ତାରେ ଲୋକମାନେ ନିରାପଦରେ ଚାଲି ପାରୁଛନ୍ତି। ଏହି ସଫ୍ଟଓ୍ୱୟାର କେବଳ ଗୁଇନ୍ଦା ଏବଂ ଆଇନ ପ୍ରଣୟନକାରୀ ସଂସ୍ଥା ବ୍ୟବହାର କରନ୍ତି। ପେଗାସସ ଜରିଆରେ ମୋବାଇଲ ଡାଟା ଚୋରି କରାଯାଉଥିବାର ଫିଚର ବା ସେବା ନାହିଁ କି କୌଣସି ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟ ଚୋରି କରେ ନାହିଁ।

‘ଦ ଓ୍ୱୟାର’ ନାମକ ଏକ ଓ୍ୱେବସାଇଟ୍ ଦାବି କରିଛି ଯେ କେନ୍ଦ୍ର ସରକାର ସାମ୍ୱାଦିକ, ମାନବାଧିକାର କର୍ମୀ, ରାଜନେତା, ବିଚାରପତି, ବ୍ୟବସାୟ ଆଦିଙ୍କର ଡାଟା ଚୋରି କରିଛନ୍ତି। ଏହି ସମସ୍ତ ବ୍ୟକ୍ତିବିଶେଷଙ୍କ ମୋବାଇଲ ଫୋନ୍ ଜରିଆରେ ସରକାର ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି। କିନ୍ତୁ ଏହାର କୌଣସି ପ୍ରମାଣ ଦାଖଲ କରି ନାହିଁ ସଂପୃକ୍ତ ଓ୍ୱେବସାଇଟ୍। ପରେ ଏହାକୁ ପ୍ରସଙ୍ଗ କରି ବିରୋଧୀ ସଂସଦରେ ହୋ ହାଲ୍ଲା କରିଛନ୍ତି। ଏଥିସହ ଏହି ମାମଲାର ସତ୍ୟତା ଜାଣିବା ପାଇଁ ସୁପ୍ରିମକୋର୍ଟରେ ଦୁଇଟି ପିଆଇଏଲ୍ ଦାବି ହୋଇଛି। ଏହି ମାମଲାରେ କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ଦରକାର ବୋଲି ଦାବି ହୋଇଛି।

ସଂସଦରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ରଖିଛନ୍ତି। ସରକାର ଏଭଳି କାମ କରିନାହାନ୍ତି। ଏହା ସମ୍ପୂର୍ଣ୍ଣ ଭାବରେ ଫେକ୍ ନ୍ୟୁଜ୍ ବୋଲି କହିଛନ୍ତି। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜର ଏକ ବ୍ଲଗ ଜରିଆରେ କହିଛନ୍ତି, ମୌସୁମୀ ଅଧିବେଶନ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଏହି ନ୍ୟୁଜ ପ୍ରକାଶିତ ହୋଇଥିଲା। ଯାହାର ପ୍ରମାଣ ଏଯାବତ ନାହିଁ। ଏଭଳି ଖବର ଅନ୍ତର୍ଜାତୀୟ ମିଡିଆ ଜରିଆରେ ପ୍ରସାରଣ କରି ଦେଶକୁ ବଦନାମ କରିବାକୁ ଏକ ସୁନିୟୋଜିତ ଷଡ଼ଯନ୍ତ୍ର ବୋଲି ବିଜେପି ଦାବି କରିଛି।

ପୂର୍ବରୁ ୨୦୧୯ ବେଳେ ମଧ୍ୟ ପେଗାସସକୁ ହ୍ୱାଟସଆପ ଜରିଆରେ ବ୍ୟବହାର କରି ସରକାର ଲୋକଙ୍କ ଚାଟ୍ ପଢ଼ୁଥିବା ବିରୋଧୀ ଅଭିଯୋଗ କରିଥିଲେ। ପରେ ମାମଲା କୋର୍ଟରେ ପହଞ୍ଚିଥିଲା। ଆଉ ସୁପ୍ରିମକୋର୍ଟ ଅଭିଯୋଗକୁ ଖାରଜ କରି ଦେଇଥିଲେ। ୨୦୧୯ ବେଳେ ଏନଏସଓ ମଧ୍ୟ ଏହି ପ୍ରସଙ୍ଗରେ ଏକ ଜବାବ ରଖି କହିଥିଲା ତାଙ୍କ ସଫ୍ଟଓ୍ୱୟାର ଯିଏ ବି ବ୍ୟବହାର କରିବେ ସେ କେବେଳ ଅପରାଧ ଏବଂ ଆତଙ୍କବାଦ ବିରୋଧରେ ବ୍ୟବହାର କରିବେ। ହେଲେ ଭାରତ ଏହି ସଫ୍ଟଓ୍ୱୟାର ଇସ୍ରାଏଲ ପାଖରୁ କିଣିଛି କି ନାହିଁ ଉତ୍ତର ରଖିନଥିଲା ଏହି କମ୍ପାନୀ। କେନ୍ଦ୍ର ସରକାର ମଧ୍ୟ ସଂସଦରେ ଏହି ସଫ୍ଟଓ୍ୱୟାର କିଣାଯାଇଛି କି ନାହିଁ ବୋଲି ସ୍ପଷ୍ଟ କରି ନାହାନ୍ତି।

The post ପେଗାସସ ତଥ୍ୟ ଚୋରି କରେନି ବରଂ ଲୋକଙ୍କୁ ସୁରକ୍ଷା ଦିଏ: ଏନଏସଓ appeared first on Odisha Reporter.



from Odisha Reporter https://ift.tt/3rwj0si

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages