ବେଙ୍ଗଲ ନିର୍ବାଚନୀ ହିଂସା: ଏନଏଚଆରସି ରିପୋର୍ଟ ପରେ ବାଟକୁ ଆସିଲା କୋଲକାତା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ବେଙ୍ଗଲ ନିର୍ବାଚନୀ ହିଂସା: ଏନଏଚଆରସି ରିପୋର୍ଟ ପରେ ବାଟକୁ ଆସିଲା କୋଲକାତା ପୁଲିସ

କୋଲକାତା: ନିକଟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇଛି। ନିର୍ବାଚନ ପରେ ରାଜ୍ୟରେ ନିର୍ବାଚନୀ ହିଂସା ମୁଣ୍ଡ ଟେକିଛି। ଏହି ମାମଲାରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନଏଚଆରସି ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିଛି। ହାଇକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରି କହିଥିଲେ ସରକାର ହିଂସା ମାମଲାରେ ଠିକ୍ ଭାବରେ ତଦନ୍ତ କରିବାରେ ବିଫଳ ହୋଇଛନ୍ତି। କୋର୍ଟଙ୍କ ଏହି ରାୟର ଦୁଇ ଦିନ ପରେ ଅର୍ଥାତ୍ ଶନିବାର ବିଜେପି ନେତା ଅଭିଜିତ ସରକାରଙ୍କୁ ହତ୍ୟା କରିବା ମାମଲାରେ କୋଲକାତା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ହତ୍ୟା ଘଟଣା ଏପ୍ରିଲ-ମେ ମାସରେ ହୋଇଥିଲା। ଅଭିଜିତ ସରକାରଙ୍କ ମୃତ୍ୟୁକୁ ଏନଏଚଆରସିରେ ସାମିଲ୍ କରାଯାଇଥିଲା। ହାଇକୋର୍ଟର ପାଞ୍ଚ ଜଣିଆ ପୀଠ ଶୁଣାଣା କରି ଜୁଲାଇ ୨୨ରେ କହିଥିଲେ, ରାଜ୍ୟ ସରକାର ନିର୍ବାଚନୀ ହିଂସା ମାମଲାରେ ଠିକ୍ ଭାବରେ ତଦନ୍ତ କରିନାହାନ୍ତି।

ଶନିବାର ଅଭିଜିତ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିବା ପରେ କହିଛି, ଅଭିଯିକ୍ତ ଦୁଇ ଜଣ ହେଲେ ସଞ୍ଜୟ ଦେ (୨୬) ଏବଂ ଅଭିଜିତ ଦେ (୨୫)। ଏମାନେ ନାପରେଲଡାଙ୍ଗର ମହେଶ ବାରିକ ଲେନରେ ରୁହନ୍ତି। ହେଲେ ହତ୍ୟା ପରେ ହୁଗୁଳି ଜିଲ୍ଲାର ଚନ୍ଦନନଗରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିଲେ। ଏବେ ଏହି ମାମଲାରେ ମୋଟ୍ ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରାଯାଇଥିବା କୋଲକାତାର ଯୁଗ୍ମ ପୁଲିସ କମିଶନର ମୁରଲୀଧର ଶର୍ମା କହିଛନ୍ତି।

ଗହଳି ମଧ୍ୟରେ ଅଭିଜିତ ସରକାରଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା କରିବା ପାଇଁ କେବୁଲ ଟିଭି ତାରକୁ ବ୍ୟବହାର କରାଯାଇଥିବା ସୂଚନା ରହିଛି। ବିଜେପି କହିଛି ନିର୍ବାଚନ ପରେ ଏଯାବତ ୩୦ରୁ ଅଧିକ ବିଜେପି କର୍ମୀ ହତ୍ୟାର ଶିକାର ହୋଇଛନ୍ତି ଶତାଧିକ ଆକ୍ରମଣର ଶିକାର ହୋଇଛନ୍ତି। ଏଥିସହ ଅନେକ ବିଜେପି ସମର୍ଥକ ମହିଳା ଟିଏମସି କର୍ମୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ବିରୋଧୀ ବିଜେପି ଦାବି କରିଛି।

ଏନଏଚଆରସି କୋର୍ଟରେ ରିପୋର୍ଟ ଦାଖଲ କରି ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟାକୁ ନିନ୍ଦା କରିଛି। ଏଭଳି ହିଂସା ପଛର କାରଣ ରାଜନୀତିକ-ଅମଲାତାନ୍ତ୍ରିକ-ଅପରାଧୀଙ୍କ ମଧ୍ୟରେ ଥିବା ନେକ୍ସସକୁ ଦର୍ଶାଉଛି। ଏହି ଘଟଣାର ତଦନ୍ତ ସିବିଆଇ କରିବା ଦରକାର। ସମସ୍ତ ପରୀକ୍ଷଣ ବେଙ୍ଗଲ ବାହାରେ କରାଯିବା ଉଚିତ ବୋଲି ଏନଏଚଆରସି ଟିମ୍ ରିପୋର୍ଟରେ କହିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଅଭିଯୁକ୍ତ ହୋଇଥିବା ୯,୩୦୪ ଜଣଙ୍କ ମଧ୍ୟରୁ ୩ ପ୍ରତିଶତରୁ କମ୍ ଲୋକ ଜେଲରେ ଅଛନ୍ତି। ଜୁଲାଇ ୨୬ ସୁଦ୍ଧା ଏନଏଚଆରସି ରିପୋର୍ଟର ଉତ୍ତର ଦାଖଲ କରିବାକୁ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୁଲାଇ ୨୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

The post ବେଙ୍ଗଲ ନିର୍ବାଚନୀ ହିଂସା: ଏନଏଚଆରସି ରିପୋର୍ଟ ପରେ ବାଟକୁ ଆସିଲା କୋଲକାତା ପୁଲିସ appeared first on Odisha Reporter.



from Odisha Reporter https://ift.tt/3x3Wfgo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages