ବ୍ରାହ୍ମଣ ଭୋଟ ହାତେଇବା ଚକ୍କରରେ ମାୟାବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ବ୍ରାହ୍ମଣ ଭୋଟ ହାତେଇବା ଚକ୍କରରେ ମାୟାବତୀ

ଲକ୍ଷ୍ନୌ: ଉତ୍ତର ପ୍ରେଦେଶରେ ଆରମ୍ଭ ହୋଇଛି ଜାତିଆଣ ରାଜନୀତି। ୟୁପି ନିର୍ବାଚନ ପାଇଁ ଆଉ ମାତ୍ରରେ ହାତରେ ବାକି ଅଛି ୮ରୁ ୯ ମାସ ସମୟ। ଏହାରି ଭିତରେ ବାରଣାସୀ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନଔପଚାରିକ ଭାବେ ନିର୍ବାଚନୀ ବିଗୁଲ ବଜାଇ ସାରିଛନ୍ତି। ବିଜେପି ୟୁପିରେ ପୁଣି କମ୍‌ବ୍ୟାକ୍ କରିବାକୁ ଯୋଜନା କରି ଜନସଂଖ୍ୟା ନିୟନ୍ତ୍ରଣ କାର୍ଡ ଖେଳିଛି। ସେପଟେ ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷ ମାୟାବତୀ କିନ୍ତୁ ଏଥିର ବ୍ରାହ୍ମଣମାନଙ୍କୁ ଢ଼ାଲ କରିବାକୁ ଚେଷ୍ଟା କରିଛନ୍ତି।

ଉତ୍ତରପ୍ରଦେଶରେ ଦଳିତଙ୍କ ଚେହାରା ପାଲଟିଥିବା ମାୟାବତୀ ନିର୍ବାଚନ ପୂର୍ବରୁ ନୂଆ ଗୋଟି ଚାଲନ କରିବାକୁ ଯୋଜନା କରିଛନ୍ତି । ମାୟାବତୀ ଏବେ ବ୍ରାହ୍ମଣ ଭୋଟ ଏକାଠି କରିବାରେ ଲାଗିପଡିଛନ୍ତି । ପୁଣି ୨୦୦୭ର ଫର୍ମୁଲାକୁ ଦୋହରାଇବାକୁ ଯାଉଛନ୍ତି ମାୟାବତୀ। ବିଏସ୍‌ପି ସୁପ୍ରିମୋ କରିବାକୁ ଯାଉଛନ୍ତି ବ୍ରାହ୍ମଣ ସମ୍ମିଳନୀ। ଏହି ସମ୍ମିଳନୀର ଦାୟିତ୍ୱ ସତୀଶ ଚନ୍ଦ୍ର ମିଶ୍ରଙ୍କୁ ଦିଆଯାଇଛି।

ଜୁଲାଇ ୨୩ରୁ ବିଏସପିର ବ୍ରାହ୍ମଣ ସମ୍ମିଳନୀ ଆରମ୍ଭ ହେବ। ଏହାକୁ ଅଯୋଧ୍ୟାରେ ଆୟୋଜନ କରାଯିବ। ସତୀଶ ମିଶ୍ର ଅଯୋଧ୍ୟାରେ ବ୍ରାହ୍ମଣକୁ ପ୍ରଥମେ ମନ୍ଦିର ଦର୍ଶନ କରାଇବା ସହ ଦଳର ବିଚାରଧାରାରେ ଯୋଡିବାକୁ ଚେଷ୍ଟା କରିବେ। ପ୍ରଥମ ପର୍ଯ୍ୟାୟରେ ଏହି ସମ୍ମିଳନୀ ଜୁଲାଇ ୨୩ରୁ ୨୯ ତାରିଖ ଯାଏଁ ଚାଲିବ।

ଶୁକ୍ରବାର ସାରା ରାଜ୍ୟର ୨୦୦ରୁ ଅଧିକ ବ୍ରାହ୍ନଣ ନେତା ଓ କର୍ମୀ ଲକ୍ଷ୍ନୌସ୍ଥିତ ବିଏସପି କାର୍ଯ୍ୟାଳରେ ପହଁଚିଥିଲେ। ଏଠାରେ ଦଳର ଆଗାମୀ ରଣନୀତି ବାବଦରେ ଚର୍ଚ୍ଚା ହୋଇଥିଲା। ବିଏସପି ଦଳିତ, ବ୍ରାହ୍ମଣ ଓ ଓବିସି ବର୍ଗଙ୍କୁ ଧରି ୨୦୨୨ ନିର୍ବାଚନକୁ ଓହ୍ଲାଇପାରେ।

ପୂର୍ବରୁ ମଧ୍ୟ ୨୦୦୭ରେ ମାୟାବତୀ ବ୍ରାହ୍ମଣ ସମ୍ମିଳନୀ ଆୟୋଜନ କରିଥିଲେ। ଫଳରେ ଦଳ ପୂର୍ଣ୍ଣ ବହୁମତ ପାଇ ସରକାର ଗଢିଥିଲା। ୨୦୦୭ରେ ବିଏସପି ୪୦୩ରୁ ୨୦୬ଟି ଆସନରେ ବିଜୟଲାଭ କରିଥିଲା। ଦଳକୁ ୩୦ ପ୍ରତିଶତ ଭୋଟ୍ ମିଳିଥିଲା। ମାୟାବତୀ ଚତୁର ରଣନୀତି ସହ ଗୋଟିଏ ବର୍ଷ ପୂର୍ବରୁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଦେଇଥିଲେ।

The post ବ୍ରାହ୍ମଣ ଭୋଟ ହାତେଇବା ଚକ୍କରରେ ମାୟାବତୀ appeared first on Odisha Reporter.



from Odisha Reporter https://ift.tt/2TiFVdX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages