ମାଲକାନଗିରି (ଜିତେନ୍ଦ୍ର ବେଉରା): ଛତିଶଗଡ଼ କ୍ୟାଡରର ୨ ଜଣ ନକ୍ସଲ ରବିବାର ଓଡ଼ିଶା ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହିଳା। ତାଙ୍କ ନାଁ ସବିତା ପଡ଼ିଆମୀ। ସେ ନକ୍ସଲ ସଂଗଠନରେ ଏସିଏମ୍ ଭାବେ ଛତିଶଗଡ଼ରେ ସକ୍ରିୟ ଥିଲେ। ସେହିଭଳି ଆତ୍ମସମର୍ପଣ କରିଥିବା ଅନ୍ୟ ନକ୍ସଲଙ୍କ ନାଁ ରାଇଧର। ସେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ।
ଆତ୍ମସମର୍ପଣ କରିଥିବା ସବିତା କହିଛନ୍ତି ଯେ କରୋନାରେ ନକ୍ସଲ ସଂଗଠନର ଅନେକ ଟପ୍ ନେତାଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ସବିତାଙ୍କ ନାଁରେ ୨ ଲକ୍ଷ ଓ ରାଇଧରଙ୍କ ନାଁରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଥିଲା।
ଡିଜିପି ଅଭୟ ଆଜି କୋରାପୁଟ ଜିଲ୍ଲାର ସୁନାବେଡ଼ାରେ ଏକ ସମୀକ୍ଷା ବୈଠକ କରିବା ପରେ ମାଲକାନଗିରି ଗସ୍ତରେ ଆସିଥିଲେ। ସେ ପ୍ରଥମେ ଜିଲ୍ଲାର ତେମୁରପଲ୍ଲୀ ସ୍ଥିତ ବିଏସ୍ଏଫ୍ କ୍ୟାମ୍ପକୁ ଯାଇଥିଲେ। ସେଠାରେ ବିଏସ୍ଏଫ୍ ଅଧିକାରୀ ଓ ଯବାନଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ ସେ ମାଲକାନଗିରି ଏସ୍ପିଙ୍କ କାର୍ଯ୍ୟାଳୟରେ ନକ୍ସଲ ଦମନ ଅଭିଯାନ ସଂପର୍କିତ ଆଲୋଚନା କରିଥିଲେ।
ମାଲକାନଗିରି ଜିଲ୍ଲାରେ ନକ୍ସଲ ଗତିବିଧି କମିଥିବା ଡିଜିପି କହିବା ସହିତ ପୁଣି ଥରେ ସେମାନଙ୍କୁ ଅସ୍ତ୍ର ଛାଡ଼ି ସମାଜ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।
The post ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୨ ନକ୍ସଲ appeared first on Odisha Reporter.
from Odisha Reporter https://ift.tt/3z9WdVY
No comments:
Post a Comment