ଭୁବନେଶ୍ୱରରେ ୨୧ରୁ ଗର୍ଭବତୀଙ୍କୁ ଟିକା: କେଉଁଠି ଓ କେତେବେଳେ ନେବେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ଭୁବନେଶ୍ୱରରେ ୨୧ରୁ ଗର୍ଭବତୀଙ୍କୁ ଟିକା: କେଉଁଠି ଓ କେତେବେଳେ ନେବେ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଗର୍ଭବତୀଙ୍କ ପାଇଁ  ଜୁଲାଇ ୨୧ ତାରିଖରୁ ଟିକାକରଣ ଆରମ୍ଭ କରାଯିବ। ସେମାନଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ। ବିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ସମେତ ଭୁବନେଶ୍ୱରରେ ଥିବା ସମସ୍ତ ୟୁପିଏଚ୍‌ସି (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଓ ୟୁସିଏଚ୍‌ସି (ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର)ରେ ଗର୍ଭବତୀମାନଙ୍କୁ ଟିକା ଦିଆଯିବ। ସପ୍ତାହରେ ଦୁଇ ଦିନ- ବୁଧବାର ଓ ଶନିବାର ସେମାନଙ୍କୁ ଟିକା ଦିଆଯିବ। ପୁଣି ବୁଧବାର ଓ ଶନିବାର କେବଳ ଦିନ ୧୧ଟାରୁ ୧ଟା ମଧ୍ୟରେ ସେମାନଙ୍କୁ ଟିକା ଦିଆଯିବ। ସେଠାରେ ଗର୍ଭବତୀମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଟିକା ନେଇ ପାରିବେ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ୨ ହଜାର ଉପରେ ରହିଛି। ଲଗାତାର ୫ ଦିନ ହେଲେ ସଂକ୍ରମଣ ସଂଖ୍ୟା ୨ ହଜାର ଉପରେ ରହୁଥିବା ବେଳେ ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ସଂଖ୍ୟା ସର୍ବାଧିକ ରହୁଛି। ଅନ୍ୟପକ୍ଷରେ ଇତି ମଧ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ଆହୁରି କୋହଳ ହୋଇଯାଇଛି। ‘ଏ’ ବର୍ଗରେ ଥିବା ୨୦ଟି ଜିଲ୍ଲାରେ କଟକଣା କୋହଳ ସମୟକୁ ରାତି ୮ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅର୍ଥାତ୍ ଦୋକାନ ବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ‘ବି’ ବର୍ଗରେ ଥିବା ଜିଲ୍ଲା ଗୁଡ଼ିକରେ କଟକଣା କୋହଳ ସମୟକୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ସହିତ ସାରା ରାଜ୍ୟରେ ବସ୍ ଚଲାଇବାକୁ ଅନୁମତି ଦିଆଯାଇଥିବା ବେଳେ ସ୍ପା, ଜିମ୍ ଆଦି ମଧ୍ୟ ଖୋଲି ଯାଇଛି।

The post ଭୁବନେଶ୍ୱରରେ ୨୧ରୁ ଗର୍ଭବତୀଙ୍କୁ ଟିକା: କେଉଁଠି ଓ କେତେବେଳେ ନେବେ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/2UULwYg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages