ମୁମ୍ୱାଇ: ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇଯାଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖ। ଆଜି ଇଡିର ଦୁଇଟି ଟିମ୍ ଦେଶମୁଖଙ୍କ ଦୁଇଟି ଘର ନାଗପୁର ଜିଲ୍ଲାର ଦୁଇଟି ଘରେ ରେଡ୍ କରିଛି। ଗୋଟିଏ ଘର କାଟୋଲ ସହରରେ ରହିଥିବା ବେଳେ ଆଉ ଗୋଟିଏ ସହରରୁ ୬୦ କିଲୋମିଟର ଦୂରରେ ଥିବା ଓ୍ୱାଦଭିହିରା ଗାଁରେ ରହିଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ରେଡ୍ ଅପରାହ୍ନ ୧୨ଟାରେ ଶେଷ ହୋଇଥିବା ସୂଚନା ରହିଛି।
ମନ୍ତ୍ରୀ ଥିବା ବେଳେ ଦେଶମୁଖ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନରୁ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି। ଏମିତିକି ଏହି ମାମଲାରେ ଇଡି ଜେରା କରିବା ପରେ ଦେଶମୁଖଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରି ସାରିଛି। ଏହାପରେ ଇଡି ଦେଶମୁଖଙ୍କୁ ଜେରା କରିବାକୁ ସମନ କରିଛି। ହେଲେ ଦେଶମୁଖ ତିନୋଟି ଯାକ ବିଭିନ୍ନ କାରଣ ଦର୍ଶାଇ ହାଜର ହୋଇ ନାହାନ୍ତି।
ଇତି ମଧ୍ୟରେ ଇଡି ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ବଳରେ ଦେଶମୁଖଙ୍କର ସମ୍ପତ୍ତି ଜବତ କରିଛି। ଏହାର ମୂଲ୍ୟ ୪.୨୦ କୋଟି ଟଙ୍କା ରହିଛି। ଏହି ଦୁଇଟି ଯାକ ଜମି ନାଭି ମୁମ୍ବାଇରେ ତିଆରି ହେବାକୁ ଥିବା ବିମାନବନ୍ଦର ନିକଟରେ ଗୋଟିଏ ଫ୍ଲାଟ ଓ ଗୋଟିଏ ବିଶାଳ ଜମି ରହିଛି। ଜବତ ହୋଇଥିବା ସମ୍ପତ୍ତିର ବଜାରମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।
ଅନୀଲ ଦେଶମୁଖ ଗୃହମନ୍ତ୍ରୀ ଥିବା ବେଳେ ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ପରମବୀର ସିଂହ ତାଙ୍କ ନାଁରେ ୧୦୦ କୋଟି ଟଙ୍କାର ବଟି ଆଦାୟ ଅଭିଯୋଗ ଆଣିଥିଲେ। ପରେ ବମ୍ୱେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏବଂ ଇଡି ଏହି ମାମଲାର ତଦନ୍ତ କରୁଛନ୍ତି। ଦେଶମୁଖଙ୍କ ପୁଅ ହୃଷିକେଶ ଓ ପତ୍ନୀ ଆରତୀଙ୍କୁ ମଧ୍ୟ ଇଡି ଜେରା ପାଇଁ ନୋଟିସ୍ କରିଥିଲା। ହେଲେ ସେମାନେ ମଧ୍ୟ ନୋଟିସର ଜବାବ ଦେଇ ନାହାନ୍ତି।
The post ମନି ଲଣ୍ଡରିଂ ମାମଲା, ଅନୀଲ ଦେଶମୁଖଙ୍କ ଦୁଇଟି ଘରେ ଇଡିର ରେଡ୍ appeared first on Odisha Reporter.
from Odisha Reporter https://ift.tt/3xQECSq
No comments:
Post a Comment