ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତୀୟ ଟିମ୍ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୬୨ ରନ୍ କରିଥିଲା । ଜବାବରେ ଭାରତ ୩୬.୪ ଓଭରରେ ମାତ୍ର ୩ ୱିକେଟ୍ ହରାଇ ଲକ୍ଷ୍ୟକୁ ହାସଲ କରିନେଇଛି। କ୍ୟାପଟେନ୍ ଶିଖର ଧୱନ ୮୬ (୯୫ ବଲ୍, ୬ ଚୌକା, ୧ ଛକା) ରନର ଅପରାଜିତ ଇନିଂସ୍ ଖେଳିଛନ୍ତି। ସିରିଜର ଦ୍ୱିତୀୟ ମ୍ୟାଚ୍ ୨୦ ତାରିଖରେ ଖେଳାଯିବ।

ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଟିମ୍ ଦ୍ରୁତ ଆରମ୍ଭ କରିଥିଲା । ଧୱନ ଓ ପୃଥ୍ୱୀ ଶ’ ପ୍ରଥମ ୱିକେଟ୍ ପାଇଁ ୫.୩ ଓଭରରେ ୫୮ ରନ୍ ଯୋଡ଼ିଥିଲେ। ପୃଥ୍ୱୀ ମାତ୍ର ୨୪ ବଲରେ ୪୩ (୯ ଚୌକା) ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଡେବ୍ୟୁଟାଣ୍ଟ ଈଶାନ୍ କିଶନ ଅର୍ଦ୍ଧଶତକ ମାରିଥିଲେ। ସେ ମାତ୍ର ୪୨ ବଲରେ ୮ ଚୌକା ଓ ୨ ଛକା ସହ ୫୯ ରନର ଇନିଂସ୍ ଖେଳିଥିଲେ। ସେ ଧୱନଙ୍କ ସହ ମିଶି ୭୪ ବଲରେ ୮୫ ରନ୍ ଯୋଡ଼ିଥିଲେ। ମନୀଷ ପାଣ୍ଡେ (୨୬) ଧୱନଙ୍କ ସହ ତୃତୀୟ ୱିକେଟ୍ ପାଇଁ ୭୨ ରନର ଭାଗିଦାରୀ କରିଥିଲେ। ମନୀଷଙ୍କ ଆଉଟ୍ ପରେ ଅନ୍ୟତମ ପଦାର୍ପକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଦ୍ରୁତ ରନ୍ କରି ଭାରତକୁ ସହଜ ବିଜୟ ଭେଟି ଦେଇଥିଲୋ। ସେ ୨୦ ବଲରେ ୫ ଚୌକା ସହ ୩୦ ରନ୍ କରି ଅପରାଜିତ ଥିଲେ । ଶ’ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ଆର୍ ପ୍ରେମଦାସା ଷ୍ଟାଡିୟମରେ ଶ୍ରୀଲଙ୍କା କ୍ୟାପଟେନ୍ ଦାସୁନ ଶନକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କାକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ଅଭିସ୍କା ଫର୍ଣ୍ଣାଣ୍ଡୋ ଓ ମିନୋଦ ଭାନୁକା। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ୟୁଜବେନ୍ଦ୍ର ଚହଲ୍। ଫର୍ଣ୍ଣାଣ୍ଡୋ ୩୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଅନ୍ୟତମ ଓପ୍ନର ଭାନୁକା (୨୭) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ କୁଲଦୀପ ଯାଦବ ପ୍ୟାଭିର୍ଲିନ୍ ପଠାଇଥିଲେ।

ଡେବ୍ୟୁଟାଣ୍ଟ ଭାନୁକା ରାଜପାକସା (୨୪) ଓ ଧନଞ୍ଜୟ ଡି’ସିଲଭା (୧୪) ନିରାଶ କରିଥିଲେ। ରାଜପାକସାଙ୍କୁ କୁଲଦୀପ ଏବଂ ଧନଞ୍ଜୟଙ୍କୁ କୃନାଲ୍ ପାଣ୍ଡ୍ୟା ଆଉଟ୍ କରିଥିଲେ। ୧୧୭ ରନରେ ୪ ୱିକେଟ୍ ହରାଇ ଶ୍ରୀଲଙ୍କା ସଂକଟରେ ପଡ଼ିଥିବା ବେଳେ ଚରିଥ ଅସଲଙ୍କା ଓ କ୍ୟାପଟେନ୍ ଶନକା ସ୍ଥିତି ସମ୍ଭାଳିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ। ସେଟ୍ ଅସଲଙ୍କା (୩୮)ଙ୍କୁ ଦୀପକ ଚହର୍ ନିଜର ଶିକାର ବନାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ୱାନିନ୍ଦୁ ହସରଙ୍ଗା ମାତ୍ର ୮ ରନ୍ କରି ଚହରଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ।

ଶନକା (୩୯)ଙ୍କ ଠାରୁ ଦଳ ବଡ଼ ସ୍କୋର ଆଶା କରୁଥିଲା, କିନ୍ତୁ ସେ ମଧ୍ୟ ନିଜ ୱିକେଟ୍ ଦେଇ ବସିଥିଲେ। ତାଙ୍କୁ ଚହଲ୍ ଆଉଟ୍ କରିଥିଲେ। ନବମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଇସୁରୁ ଉଦାନା (୮) ମଧ୍ୟ ବେଶୀ ସମୟ ତିଷ୍ଠିପାରିନଥିଲେ। ଏହି ସମୟରେ ଟିମର ସ୍କୋର ୮ ୱିକେଟରେ ୨୨୨ ରନରେ ଥିଲା। ହେଲେ କରୁଣାରତ୍ନେ ଓ ଦୁଷ୍ମନ୍ତ ଚମୀର ଆକର୍ଷଣୀୟ ବ୍ୟାଟିଂ କରି ଶେଷ ୨୧ ବଲରେ ଦଳ ପାଇଁ ୪୦ ରନ୍ ସଂଗ୍ରହ କରିଥିଲା।

କରୁଣାରତ୍ନେ ୩୫ ବଲରେ ୧ ଚୌକା ଓ ୨ ଛକା ସହ ଅପରାଜିତ ୪୩ ରନ୍ ଓ ଚମୀରା ୭ ବଲରେ ୧୩ ରନ୍ (୧ ଚୌକା ଓ ୧ ଛକା) କରି ରନ୍ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଦୀପକ ଚହର୍, ଚହଲ୍ ଓ କୁଲଦୀପ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପରି ହାର୍ଦ୍ଦିକ ଓ କୃନାଲ୍ ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଅଭିଜ୍ଞ ଭୁବନେଶ୍ୱର କୁମାର ନିରାଶ କରିଥିଲେ ଏବଂ ୯ ଓଭରରେ ୬୩ ରନ୍ ଦେଇ କୌଣସି ସଫଳତା ପାଇନାହାନ୍ତି।

The post ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ appeared first on Odisha Reporter.



from Odisha Reporter https://ift.tt/3xQQ2FQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages