ସମ୍ବିଧାନ ଉପରେ କି ରାଜ୍ୟ ସରକାର ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ସମ୍ବିଧାନ ଉପରେ କି ରାଜ୍ୟ ସରକାର ?

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ଆପଣଙ୍କ ଝାଳ ବୁହା ଟଙ୍କା ନେଇ ଅନ୍ୟ କେହି ଯଦି ଅୟେଶ୍ କରେ, ଆପଣଙ୍କୁ କେମିତି ଲାଗିବ ? କଷ୍ଟ ଉପାର୍ଜିତ ଧନରୁ ଆପଣ ଟିକସ ଭରିବେ, ହେଲେ ସେହି ଟିକସ ଟଙ୍କାରେ ଆଉ କିଏ ରାଜା ଭଳି ଜୀବନ ଜୀଉଁଥିବ। ଆପଣ ଖୁସି ହେବେ ତ ?

‘ବଡ଼ ଘର ବଡ଼ ଗୁମର’ ଆଉ ‘ଚୋର ଘର ସବୁବେଳେ ଅନ୍ଧାର ନୁହେଁ’ ଏ ଦୁଇ ଉକ୍ତିକୁ ସୁହାଇଲା ଭଳି ଓଡ଼ିଶା ସରକାରଙ୍କ ବିରାଟ ଷଡ଼ଯନ୍ତ୍ର ନିକଟରେ ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ସମ୍ବିଧାନ ବିରୋଧୀ କାର୍ଯ୍ୟକୁ ନେଇ ପ୍ରଥମେ ସୁପ୍ରିମକୋର୍ଟ ଓ ପରେ ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ଅଭିଯୋଗ ହୋଇଛି। ତଦ୍ଦନୁଯାୟୀ ପୁଳା ପୁଳା ବିଜେଡି ନେତାଙ୍କୁ ଥଇଥାନ କରିବାକୁ ଯାଇ ସମ୍ବିଧାନକୁ ଅମାନ୍ୟ କରିଛନ୍ତି ରାଜ୍ୟ ସରକାର।

୨୦୧୯ର ରିଟ୍ ପିଟିସନ୍ ୨୪୮୫୧କୁ ନେଇ ଜୁଲାଇ ୧୩ରେ ଓଡ଼ିଶା ହାଇକୋର୍ଟ ଶୁଣାଣି କରିବା ପରେ ରାଜ୍ୟ ସରକାରଙ୍କ ଏଭଳି ସମ୍ବିଧାନ ବିରୋଧୀ କାର୍ଯ୍ୟ ଲୋକଲୋଚନକୁ ଆସିଛି। ବିଜେଡି ବିଧାୟକମାନଙ୍କୁ ଥଇଥାନ କରିବାକୁ ଯାଇ ସମ୍ବିଧାନ ଅମାନ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁ ସୁଖ ସୁବିଧା ମନ୍ତ୍ରୀପଦରେ ଦେଇପାରିଲେନି, ତାହା ମନ୍ତ୍ରୀ ପାହ୍ୟା ସୃଷ୍ଟି କରି ସରକାରୀ ଅର୍ଥରେ ବାଣ୍ଟିଦେଲେ। ୨୨ରୁ ଊର୍ଦ୍ଧ୍ୱ ବିଧାୟକଙ୍କୁ ଅସମ୍ବିଧାନିକ ଭାବେ ବିଭିନ୍ନ ମନ୍ତ୍ରୀ ପାହ୍ୟାରେ ଥଇଥାନ କରାଯାଇଛି। ଏମାନେ ଜନପ୍ରତିନିଧୀ ଭାବେ ନିର୍ବାଚିତ ହେବା ପରେ ବି ଲାଭଜନକ ପଦବୀରେ ରହି ମନ୍ତ୍ରୀଙ୍କ ଭଳି ସରକାରୀ ସୁବିଧା ସୁଯୋଗ ଉପଭୋଗ କରିଆସୁଛନ୍ତି, ଯାହା ସମ୍ବିଧାନ ଅନୁଚ୍ଛେଦ ୧୯୧ ଅନୁଯାୟୀ ଅଫିସ୍ ଅଫ୍ ପ୍ରଫିଟ୍ ବୋଲି ଦର୍ଶାଉଥିବାବେଳେ ଏ ସମସ୍ତ ବିଧାୟକ ଅଯୋଗ୍ୟ ବୋଲି ଜଣାପଡ଼ିଛି।

 

ଅନନ୍ତ ନାରାୟଣ ଜେନା, ସମୀର ରଂଜନ ଦାଶ, ବ୍ୟୋମକେଶ ରାୟ, ପ୍ରମୋଦ ମଲ୍ଲିକ, ପ୍ରଶାନ୍ତ ଜଗଦେବଙ୍କ ଭଳି ରାଜ୍ୟ ସରକାରଙ୍କ ୨୨ ବିଧାୟକ ଏହି ତାଲିକାରେ ଅଛନ୍ତି। ଏ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ଏମାନଙ୍କ ପଦବୀକୁ ରଦ୍ଦ କରିବା ଲାଗି ଆଇନଜୀବୀ ସମରେନ୍ଦ୍ର ବେଉରା ପ୍ରଥମେ ସୁପ୍ରିମକୋର୍ଟ, ପରେ ଦିଲ୍ଲୀ ହାଇକୋର୍ଟ ଏବଂ ଶେଷରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଗତ ୧୩ତାରିଖରେ ଓଡ଼ିଶା ହୋଇକୋର୍ଟ ଏହାର ଶୁଣାଣି କରି ନଭେମ୍ବର ୮ ସୁଦ୍ଧା ଶୀଘ୍ର ଅଭିଯୋଗର ସମାଧାନ କରିବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏଠାରେ ପ୍ରକାଶଯୋଗ୍ୟ, କେବଳ ୨୨ ବିଧାୟକ ନୁହନ୍ତି ପ୍ରାୟ ୧୦୦ ବିଜେଡି ବଡ଼ବଡ଼ିଆ ନେତା ଅସମ୍ବିଧାନିକ ଭାବରେ ସରକାରୀ ସୁବିଧାସୁଯୋଗ ସହ ଗାଡ଼ି, ପିଅନ, ଭତ୍ତା ପାଇ ରାଜା ଭଳି ଜୀବନ ଜୀଉଁଛନ୍ତି। କରୋନା କାଳରେ ରୋଜଗାର ହରାଇ ଲୋକେ ଛଟପଟ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଏହି ଅସମ୍ବିଧାନିକ ବିଜେଡି ନେତାମାନଙ୍କ ଲକଜରୀ ଲାଇଫ୍ ଚାଲିଛି ରାଜ୍ୟ ରାଜକୋଶ ଟଙ୍କାରୁ। ସମ୍ପ୍ରତି ତଥ୍ୟକୁ ଦେଖି ଗୋଟିଏ କଥା କୁହାଯାଇପାରେ.. ‘ଜନତକା ମାଲ୍.. ଦରିୟା ମେଁ ଡାଲ୍’।

The post ସମ୍ବିଧାନ ଉପରେ କି ରାଜ୍ୟ ସରକାର ? appeared first on Odisha Reporter.



from Odisha Reporter https://ift.tt/3kzRg4z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages