ମଞ୍ଜୁଳା ପାଇଁ ଏସସିବିରେ ସ୍ୱତନ୍ତ୍ର ଟିମ୍‌, ବନ୍ଦୀମୁକ୍ତ ହେଲା ନାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

ମଞ୍ଜୁଳା ପାଇଁ ଏସସିବିରେ ସ୍ୱତନ୍ତ୍ର ଟିମ୍‌, ବନ୍ଦୀମୁକ୍ତ ହେଲା ନାଗ

କଟକ(ଓଡ଼ିଶା ରିପୋର୍ଟର):  ଦୀର୍ଘ ୧୨ ଘଣ୍ଟାର ଯାତ୍ରା ପରେ ନବରଙ୍ଗପୁରରୁ ଆସି କଟକରେ ପହଞ୍ଚିଲା ମଞ୍ଜୁଳା। ଦୀର୍ଘ ମାସାଧିକ କାଳ ସାପ ବିଷର ଜ୍ୱାଳା ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଥିବା ନାବାଳିକାଙ୍କ ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ କଟକରେ ଭର୍ତ୍ତି କରାଯାଇଛି।  ଅପରପକ୍ଷେ, ମଞ୍ଜୁଳାକୁ କାମୁଡ଼ିଥିବା ନାଗ ମାସାଧିକ କାଳ ପ୍ଲାଷ୍ଟିକ ଝୁଡ଼ିରେ ବନ୍ଦୀ ହେବା ପରେ ତାକୁ ମୁକୁଳାଇଛନ୍ତି ରାଇଘର ବନ ବିଭାଗ କର୍ମଚାରୀ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ଯନ୍ତ୍ରଣାରେ ଛଟପଟ ହେବା ପରେ ଆଜି କଟକରେ ପହଞ୍ଚିଥିବା ମଞ୍ଜୁଳାର ଚିକିତ୍ସା ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ଟିମ୍‌। ନାବାଳିକାଙ୍କ ଗୋଟିଏ ହାତ ସଂକ୍ରମିତ ହୋଇ ଅଚଳ ହୋଇପଡ଼ିଛି। ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ ଓ କାର୍ଡିଓ ଥୋରାସିସ ବିଭାଗର ଡାକ୍ତରମାନେ ମଞ୍ଜୁଳାର ଚିକିତ୍ସା କରିବେ । ମଂଜୁଳାର ହାତର ସୁରକ୍ଷା ଲାଗି ସବୁ ପ୍ରକାର ବନ୍ଦୋବସ୍ତ କରାଯିବ । ଏଥିନିମନ୍ତେ ତା’ର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ହେବ ବୋଲି ସୂଚନା ଦେଇଛନ୍ତି  ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଅପରପକ୍ଷେ, ମଞ୍ଜୁଳାକୁ କାମୁଡ଼ି ଦେଇଥିବା ନାଗ ସାପକୁ ପରିବାର ଲୋକେ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଏକ ପ୍ଲାଷ୍ଟିକ ଝୁଡ଼ିରେ ବନ୍ଦୀ କରି ରଖିଥିବା ବେଳେ ତାକୁ ଖାଇବାକୁ ପିଇବାକୁ ଦେଉ ନ ଥିଲେ। ଏନେଇ ଖବର ପ୍ରସାରଣ ପରେ ରାଇଘର ବନ ବିଭାଗ କର୍ମଚାରୀ ପହଞ୍ଚି ସାପଟିକୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରିଛନ୍ତି। ରାଇଘର ପଶୁ ଡାକ୍ତରଖାନାରେ ଚିକିତ୍ସା ପରେ ନାଗକୁ ଜଙ୍ଗଲରେ ଛଡ଼ାଯିବ ।

ଝିଅକୁ ସାପ କାମୁଡ଼ି ଦେବାରୁ ମେଡିକାଲ ନେଇଥିଲୁ। ଗୁଣିଆ ବି ଦେଖାଇଥିଲୁ। ହେଲେ ଭଲ ହେଲାନି।  ସାପକୁ ଧରିକି ରଖିଛୁ। ଝିଅ ଭଲ ହେଲେ ଛାଡ଼ି ଦେବୁ ବୋଲି କହିଥିଲେ ମଞ୍ଜୁଳାର ମା’ ।

ଦୀର୍ଘ ୧୨ ଘଣ୍ଟା କାଳ ଜଙ୍ଗଲ ରାସ୍ତା ଦେଇ ମଞ୍ଜୁଳାକୁ ଆଣି କଟକରେ ପହଞ୍ଚାଇଥିବା  ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରର ଡ୍ରାଇଭର  ଉମାକାନ୍ତ ମିଶ୍ର କହିଛନ୍ତି, ଝିଅଟିକୁ ଉପଯୁକ୍ତ ଚିକିତ୍ସା ଦେବା ପାଇଁ କଲେକ୍ଟର, ସିଡିଏମ୍‌ଓଙ୍କର ବହୁତ ଅବଦାନ ରହିଛି। ଝିଅଟି ଭଲ ହୋଇଗଲେ, ଆମ ପରିଶ୍ରମ ସାର୍ଥକ ହେବ।  ଝିଅଟିକୁ ପ୍ରଥମେ ରାଇଘର ସ୍ୱାସ୍ଥ୍ୟକେନ୍ଦ୍ର ନିଆଗଲା। ସେଠାରୁ ଉମରକୋଟ ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଗଲା। ସେଠାରୁ ଗତକାଲି ରାତି ସାଢେ ୧୧ଟାରେ ବାହାରି ଆଜି ସାଢେ ୧୧ଟାରେ କଟକରେ ପହଞ୍ଚିଲୁ ।

ସୂଚନାଯୋଗ୍ୟ, ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା ମାସେ ତଳେ ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା । ସେହିଦିନଠାରୁ ବିଷ ଜ୍ୱାଳାରେ ଛଟପଟ ହେଉଛି ମଞ୍ଜୁଳା। ନାଗ ଚୋଟ ମାରିଥିବା ଡାହାଣ ହାତଟି ଫୁଲି ଯାଇ କଳା ପଡ଼ିଯାଇଛି । ତେବେ ଚିକିତ୍ସା ଅଭାବରୁ ତା ହାତ ଏବେ ପଚିବା ଆରମ୍ଭ କଲାଣି ।

ସାପ କାମୁଡ଼ିବା ପରେ ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ପରେ ନବରଙ୍ଗପୁର ଓ ତାପରେ କୋରାପୁଟ ମେଡିକାଲକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର  । କିନ୍ତୁ ଅର୍ଥ ଅଭାବରୁ ମଂଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇପାରିନଥିଲେ  । ସେବେଠୁ  ଝିଅଟି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଝିଅ ଦୁଃଖକୁ ସହି ନ ପାରି ଆଖିରୁ ଲୁହ ଝରାଉଥିଲେ ତା’ ବାପାମା‘ । ଗଣମାଧ୍ୟମରେ  ଖବର ପ୍ରକାଶ ପରେ ଏବେ ଝିଅଟିର ଚିକିତ୍ସା ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ ।

ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ମଂଜୁଳାକୁ ଗତକାଲି  ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମଂଜୁଳାର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତୁରନ୍ତ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ । ସେପଟେ କଟକରେ ତାର ସମସ୍ତ ଚିକିତ୍ସା ବିନା ମୂଲ୍ୟରେ କରାଯିବାକୁ ବନ୍ଦୋବସ୍ତ କରାଯାଇଛି । ଆବଶ୍ୟକସ୍ଥଳେ ତାକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

The post ମଞ୍ଜୁଳା ପାଇଁ ଏସସିବିରେ ସ୍ୱତନ୍ତ୍ର ଟିମ୍‌, ବନ୍ଦୀମୁକ୍ତ ହେଲା ନାଗ appeared first on Odisha Reporter.



from Odisha Reporter https://ift.tt/2TaWoRx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages